ନବ ଦାସ ହତ୍ୟାକାଣ୍ଡ: ଗୋପାଳର ହେଉଛି ଭଏସ ଆନାଲିସିସ୍, ଦିଲ୍ଲୀରୁ ଆସିଛନ୍ତି ଟିମ

Published: Feb 5, 2023, 12:08 pm IST
Bothra

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ଖାନଭିନ୍ନ କରୁଛି କ୍ରାଇମ ବ୍ରାଞ୍ଚ। କେଉଁ ପରିସ୍ଥିତିରେ ଏଏସଆଇ ଗୋପାଳ ଦାସ ହତ୍ୟା କଲା ତାହାର ଛାନଭିନ୍ନ କରିବାରେ ଲାଗିଛି। ତେବେ ଏହାର ସତ୍ୟତା ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ଗୋପାଳର ଲେୟାରଡ ଭଏସ ଆନାଲିସିସ ଟେଷ୍ଟ କରାଯାଉଛି। ଏଥିପାଇଁ ନୂଆ ଦିଲ୍ଲୀରୁ ଏକ ଟିମ ଓଡିଶା ଆସିଛନ୍ତି।

ଲେୟାରଡ ଭଏସ ଆନାଲିସିସ ଟେଷ୍ଟ ବା ଏଲଭିଏ ହେଉଛି ଏହିପରି ଏକ ପରୀକ୍ଷା ଯେଉଁଥିରେ ବ୍ୟକ୍ତିର ସ୍ବରରୁ ତାହାର ମାନସିକ ସ୍ଥିତି ଜାଣିହେବ। ଏହା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥାଏ। ଏହା ଏକ ଭିନ୍ନ ଟେକନୋଲୋଜି ଯାହା ଏହିପରି କ୍ରାଇମ ଡିଟେକ୍ଟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରେ ବ୍ୟକ୍ତିର ଭଏସ ସହିତ ମସ୍ତିସ୍କର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗର ଚଳନକୁ ମପାଯାଇଥାଏ। ଏହାଦ୍ବାରା ସତ ବାହାରିବ ବୋଲି କ୍ରାଇମ ବ୍ରାଞ୍ଚ ଆଶା ରଖିଛି।

ଅନ୍ୟପକ୍ଷରେ ଗୋପାଳର ରିମାଣ୍ଡର ଗତକାଲି ଆଉ ଚାରିଦିନ ପାଇଁ ବୃଦ୍ଧି କରାଯାଇଛି। ଶନିବାର ଦିନ ତାହାର ରିମାଣ୍ଡ ଶେଷ ହେବାରୁ ତାକୁ ଝାରସଗୁଡା ଜେଏମଏଫସି ରେ ହାଜର କରାଯାଇ ଆଉ ଚାରି ଦିନ ପାଇଁ ରିମାଣ୍ଡ ବୃଦ୍ଧି ଆବେଦନ କରାଯାଇଥିଲା। ଯାହା କୋର୍ଟ ଅନୁମୋଦ କରିବା ପରେ ପୋଲିସ ଗୋପାଳକୁ ନିଜ ହେପାଜତକୁ ନେଇଛି। ପୂର୍ବରୁ ଝାରସୁଗୁଡା ଏୟାରପୋର୍ଟ ଥାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡା ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି।

ସେହିପରି ଶନିବାର ଦିନ ଏହାର ତଦନ୍ତ କରୁଥିବା ଅରୁଣ ବୋଥ୍ରା ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ସାକ୍ଷାତ କରିଛନ୍ତି। ବୋଥ୍ରା ତଦନ୍ତର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତି କରାଇଛନ୍ତି। ଏ ନେଇ ଜଷ୍ଟିସ ଦାସ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା କ୍ରାଇମ ବ୍ରାଞ୍ଚ କଣ ଅଗ୍ରଗତି କରିଛି ତାହା ବୁଝୁଥିଲି। ତାହା ଜାଣିବା ପରେ ତାଙ୍କୁ ଆଉ କେତେକ ଦିଗ ପ୍ରତି ତଦନ୍ତ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଜଷ୍ଟିସ ଜେ ପି ଦାସ ଖୁବ ଶିଘ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତର ଅଗ୍ରଗତି ଉପରେ ସମୀକ୍ଷା କରିବେ ବୋଲି ଜଣାପଡିଛି।

Related posts