Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୋଲିସଙ୍କୁ ଗୋପାଳ ପଚାରିଲା, ଗୁଳି ମାରିବାର କେତେ ସମୟ ପରେ ନବ ଦାସ ମରିଲେ ?
ଅପରାଧ

ପୋଲିସଙ୍କୁ ଗୋପାଳ ପଚାରିଲା, ଗୁଳି ମାରିବାର କେତେ ସମୟ ପରେ ନବ ଦାସ ମରିଲେ ?

February 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
GopalDas
ପୋଲିସଙ୍କୁ ଗୋପାଳ ପଚାରିଲା, ଗୁଳି ମାରିବାର କେତେ ସମୟ ପରେ ନବ ଦାସ ମରିଲେ

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସକୁ କ୍ରାଇମ ବ୍ରାଞ୍ଚ ଚାରିଦିନ ଧରି ରିମାଣ୍ଡରେ ନେବା ପରେ ତାକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଶ୍ଚର୍ଯ୍ୟ କଥା ତଦନ୍ତ ଅଧିକାରୀଙ୍କୁ ସେ ପଚାରୁଛି ଯେ, ନବ ଦାସଙ୍କୁ ଗୁଳି କରିବାର କେତେ ସମୟ ପରେ ସେ ମୃତ୍ୟୁ ବରଣ କଲେ। ଏହାକୁ ନେଇ ତଦନ୍ତ ଅଧିକାରୀ ତାଜୁବ ହୋଇପଡିଛନ୍ତି।

ଏକ ବିଶେଷ ସୁତ୍ର ଅନୁସାରେ ଗୋପାଳକୁ କ୍ରାଇମ ବ୍ରାଞ୍ଚ ଜେରା କରିବା ବେଳେ ସେ କିପରି ଗୁଳି କଲେ କେତେଟା ଗୁଳି କଲେ ବୋଲି ପ୍ରଶ୍ନ କରିଥିଲେ। ଗୋପାଳ କହିଥିଲା ଯେ, ସେ ପ୍ରଥମେ ତାଙ୍କ ଛାତିକୁ ଗୁଳି କରିଥିଲେ। ତାହା ଠିକ ବାଜିଥିଲା, ଏହି ଗୁଳିରେ ସେ ମରିଯିବେ ବୋଲି ଭାବି ନେଲି। ହେଲେ ସନ୍ଦେହରେ ଆଉ ଦଶ ସେକେଣ୍ଡରେ ଆଉ ଏକ ଗୁଳି ମାରିଲି। ହେଲେ ଠେଲାପେଲାରେ ତାହା ତାଙ୍କ ପଛ ଗାଡିରେ ବାଜିଥିଲା।

ଏହାପରେ ଗୋପାଳ ନିଜ ଆଡୁ ପ୍ରଶ୍ନ କରିଥିଲା ଯେ, ନବ ଦାସ ସେହି ସ୍ଥାନରେ ନା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଏପରି ପ୍ରଶ୍ନରେ କ୍ରାଇମ ବ୍ରାଞ୍ଚ ପୋଲିସ ହଡବଡେଇ ଯାଇଥିଲେ। କାରଣ ଗୋପାଳ ପୁରା ଥଣ୍ଡା ଏବଂ ଶାନ୍ତ ମିଜାଜରେ ଏପରି ପ୍ରଶ୍ନ କରୁଥିଲା। ଲାଗୁଥିଲା ସେ ଏତେ ବଡ ହତ୍ୟାକାଣ୍ଡ କରିବା ପରେ ମଧ୍ୟ ଅନୁଶୋଚନା କରି ନାହିଁ।

ଘଟଣାଦିନ ସେ ଗୁଳି ମାରିବା ପରେ ତାଙ୍କୁ ଲୋକେ ଘେରିଯାଇଥିଲେ। ଏହାପରେ ପୋଲିସ କାବୁ କରି ତାଙ୍କୁ ନିଜ ହେପାଜତକୁ ନେଇଯାଇଥିଲେ। ଏହାପରେ ନବ ଦାସଙ୍କର କଣ ହେଲା ସେ ଆଉ କିଛି ଜାଣିପାରି ନାହିଁ। ସେଥିପାଇଁ ସେ ନବ ଦାସଙ୍କର କଣ ହେଲା, କେତେବେଳେ ମୃତ୍ୟୁବରଣ କଲେ ସେ ନେଇ ଜାଣିବାର ଗୋପାଳର ଉତ୍କଣ୍ଠା ରହିଥିଲା।

କ୍ରାଇମ ବ୍ରାଞ୍ଚ ଗୋପାଳ ଦାସ ନବ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.