Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗତ ବର୍ଷ ଭାରତର ନାଗରିକତା ଛାଡିଛନ୍ତି ସର୍ବାଧିକ ସଂଖ୍ୟକ ଲୋକ: ବୈଦେଶିକ ବ୍ୟାପାର ମନ୍ତ୍ରୀ
ବିଶେଷ ଖବର

ଗତ ବର୍ଷ ଭାରତର ନାଗରିକତା ଛାଡିଛନ୍ତି ସର୍ବାଧିକ ସଂଖ୍ୟକ ଲୋକ: ବୈଦେଶିକ ବ୍ୟାପାର ମନ୍ତ୍ରୀ

February 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ୧୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ଛାଡି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ଗତ ବର୍ଷରେ ଅର୍ଥାତ୍ ୨୦୨୨ ରେ ସର୍ବାଧିକ ୨ ଲକ୍ଷ ୨୫ ହଜାର ୬୨୦ ଲୋକ ନାଗରିକତ୍ୱ ଛାଡିଛନ୍ତି। ତେବେ ୨୦୨୦ ରେ ସର୍ବନିମ୍ନ ୮୫ ହଜାର ୨୫୬ ଲୋକ ନାଗରିକତ୍ୱ ଛାଡିଛନ୍ତି।

ପ୍ରଶ୍ନକାଳର ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୫ ରେ ୧ ଲକ୍ଷ ୩୧ ହଜାର ୪୮୯ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି। ୨୦୧୬ ମସିହାରେ ୧ ଲକ୍ଷ ୪୧ ହଜାର ୬୦୩ ଏବଂ ୨୦୧୭ ରେ ୧ ଲକ୍ଷ ୩୩ ହଜାର ୪୯ ଜଣ ବ୍ୟକ୍ତି ଭାରତର ନାଗରିକତ୍ୱ ତ୍ୟାଗ କରିଥିଲେ।

ସେହିଭଳି ୨୦୧୮ ମସିହାରେ ୧ ଲକ୍ଷ ୩୪ ହଜାର ୫୬୧ ଲୋକ, ୨୦୧୯ ରେ ୧ ଲକ୍ଷ ୪୪ ହଜାର ୧୭ ଲୋକ, ୨୦୨୦ ରେ ୮୫ ହଜାର ୨୫୬ ଲୋକ ଏବଂ ୨୦୨୧ ମସିହାରେ ୧ ଲକ୍ଷ ୬୩ ହଜାର ୩୭୦ ଜଣ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

କଂଗ୍ରେସ ସରକାରରେ କେତେ ଲୋକ ନାଗରିକତ୍ୱ ଛାଡିଛନ୍ତି?:

ପିଟିଆଇ ଅନୁଯାୟୀ ଏସ୍ ଜୟଶଙ୍କର ଗୃହରେ କହିଛନ୍ତି ଯେ, ଏକ ସନ୍ଦର୍ଭ ଭାବରେ ସେ ମନମୋହନ ସିଂ ସରକାର ସମୟରେ ମଧ୍ୟ ଏହି ସଂଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୧ ରେ ୧ ଲକ୍ଷ ୨୨ ହଜାର ୮୧୯ ଲୋକ, ୨୦୧୨ ରେ ୧ ଲକ୍ଷ ୨୦ ହଜାର ୯୨୩ ଲୋକ, ୨୦୧୩ ରେ ୧ ଲକ୍ଷ ୩୧ ହଜାର ୪୦୫ ଲୋକ ଏବଂ ୨୦୧୪ ରେ ୧ ଲକ୍ଷ ୨୯ ହଜାର ୩୨୮ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି। ୨୦୧୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଲକ୍ଷ ୬୩ ହଜାର ୪୪୦ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

ଜୟଶଙ୍କର ମଧ୍ୟ ସଂସଦରେ ୧୩୫ ଟି ଦେଶର ଏକ ତାଲିକା ଦେଇଛନ୍ତି, ଯେଉଁଠାରେ ଲୋକମାନେ ନାଗରିକତ୍ୱ ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଗତ ତିନିବର୍ଷ ମଧ୍ୟରେ ପାଞ୍ଚ ଜଣ ବ୍ୟକ୍ତି ୟୁଏଇର ନାଗରିକତ୍ୱ ନେଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Latest News

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.