ନିର୍ବାଚନ ଫଳାଫଳ: ତ୍ରିପୁରା-ନାଗାଲାଣ୍ଡରେ ସ୍ପଷ୍ଟ ହେଉଛି ଚିତ୍ର, ମେଘାଳୟରେ ସରକାର ଗଠନ ଉପରେ ସସ୍ପେନ୍ସ

Published: Mar 2, 2023, 3:00 pm IST

ନୂଆଦିଲ୍ଲୀ: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଛି। ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିଛି। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଲୋକଙ୍କ ବିଶ୍ୱାସ ଏବଂ ଆଶୀର୍ବାଦ ଆମର ତ୍ରିମୂର୍ତ୍ତି ସହିତ ଅଛି ଏବଂ ନିର୍ବାଚନ ଫଳାଫଳରେ ଏହା ସ୍ପଷ୍ଟ ଦେଖାଯାଉଛି।

ମେଘାଳୟ:

ମେଘାଳୟରେ ବିଜେପି ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ। NPP ଏଠାରେ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ତଥାପି NPP ମଧ୍ୟ ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଅଛି। ଏଭଳି ପରିସ୍ଥିତିରେ ଏନପିପି ବିଜେପି ସହିତ ମେଘାଳୟରେ ସରକାର ଗଠନ କରିପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଗତ ନିର୍ବାଚନରେ ​​ମଧ୍ୟ ରାଜ୍ୟରେ ବିଜେପି-ଏନପିପି ମିଳିତ ସରକାର ଥିଲା। NPP ୨୫ ଟି ଆସନରେ ଅଗ୍ରଣୀ ଥିବା ବେଳେ ଟିଏମସିକୁ ୫ ଟି ଆସନ, ବିଜେପିକୁ ୩ ଟି ଆସନ ଏବଂ ଅନ୍ୟ ଦଳ ୨୫ ଟି ଆସନରେ ଆଗୁଆ ଅଛନ୍ତି।

ନାଗାଲାଣ୍ଡ:

ନାଗାଲାଣ୍ଡରେ ମଧ୍ୟ ବିଜେପି ମିଳିତ ମେଣ୍ଟ ବହୁମତ ହାସଲ କରିଛି। ଏନଡିଏ ସରକାର ରାଜ୍ୟକୁ ପୁଣି ଫେରି ଆସୁଛି। କଂଗ୍ରେସ ଏଠାରେ ଖାତା ଖୋଲି ନାହିଁ। ତେବେ ବିଜେପି ମେଣ୍ଟ ୩୮ ଟି ଆସନରେ ଅଗ୍ରଣୀ ଥିବା ବେଳେ, ଏନପିଏଫ କୁ ୧, କଂଗ୍ରେସ କୁ ୦ ଏବଂ ଅନ୍ୟମାନେ ୨୧ ଟି ଆସନରେ ଆଗୁଆ ଅଛନ୍ତି।

ତ୍ରିପୁରା:

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ନିର୍ବାଚନ ଚିତ୍ର ବହୁ ପରିମାଣରେ ସ୍ପଷ୍ଟ ହେବାରେ ଲାଗିଛି। ୬୦ ଟି ବିଧାନସଭା ଆସନ ସହ ରାଜ୍ୟର ୩୪ ଟି ଆସନରେ ବିଜେପି ମିଳିତ ମେଣ୍ଟ ଆଗୁଆ ରହିଛି। ଅନ୍ୟପକ୍ଷରେ ବାମପନ୍ଥୀ ଦଳ ୧୪ଟି ଆସନ ଏବଂ ୧୨ ଟି ଆସନରେ ଟିଏମପି ଆଗରେ ରହିଛି।

Related posts