Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ବିଜୁ ବାବୁ ସମୟ ଠାରୁ ବହୁ ଆଗରେ ଥିଲେ’: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

‘ବିଜୁ ବାବୁ ସମୟ ଠାରୁ ବହୁ ଆଗରେ ଥିଲେ’: ମୁଖ୍ୟମନ୍ତ୍ରୀ

March 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଆମର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ଦିନଟିକୁ ଆମେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବରେ ମଧ୍ୟ ପାଳନ କରୁଛୁ। Biju babu is an idea in continuity. An idea of realizing breadth of human aspirations, an idea of Odia self-esteem, selfless service and empowerment. An idea that was much ahead of his time that will live for ever, and continue to inspire generations to come. Biju Babu transcends the ordinary boundaries of definitions. ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ଲୋକସେବା ଦିବସ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ବିଜୁ ବାବୁ ସମୟ ଠାରୁ ବହୁ ଆଗରେ ଥିଲେ। ତାଙ୍କ ଦୂରଦୃଷ୍ଟିର ସୁଫଳ ଆଜି ଆମେ ଅନୁଭବ କରୁଛୁ। କଳିଙ୍ଗନଗର ହେଉ ବା ତିରିଶଟି ନୂଆ ଜିଲ୍ଲା ବା ମହିଳା ସଶକ୍ତିକରଣ ବା ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ସବୁ କ୍ଷେତ୍ରରେ ସେ ଇତିହାସ ସୃଷ୍ଟି କରିଯାଇଛନ୍ତି। ତାଙ୍କର ବ୍ୟକ୍ତିତ୍ୱ ଥିଲା ସାହସ ଓ ମାନବିକତାର ସୁନ୍ଦର ସୁଯୋଗ। ସେ ଆକାଶରେ ଉଡୁଥିଲେ। କିନ୍ତୁ ମାଟିର ମଣିଷର ସ୍ୱପ୍ନ ସହ ନିଜକୁ ଯୋଡି ପାରିଥିଲେ। ସେ ଥିଲେ ଗରିବ ଲୋକର ସବୁଠାରୁ ବଡ ଭରସା। ସେଥିପାଇଁ ମୃତୁ୍ୟର ୨୫ ବର୍ଷ ପରେ ମଧ୍ୟ ସେ ପ୍ରଭାବଶାଳୀ ରହିଛନ୍ତି ଓ ରହିବେ। ପ୍ରତି ଓଡିଆଙ୍କ ହୃଦୟରେ ସେ ବଞ୍ଚି ରହିଛନ୍ତି ଏବଂ ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ, ବିଜୁ ବାବୁଙ୍କ ଆଦର୍ଶ ଓ ସ୍ୱପ୍ନକୁ ସାକାର ରୂପ ଦେବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଅନେକ ସଫଳତା ମଧ୍ୟ ପାଇଛୁ। ଓଡିଶା ପାଇଁ ଓ ଓଡିଆଙ୍କ ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛୁ। ସାଢେ ଚାରି କୋଟି ଓଡିଆ ଆଜି ସ୍ୱାଭିମାନର ସହ ନିଜ ଅସ୍ମିତାକୁ ଜାହିର କରିପାରୁଛନ୍ତି। ଓଡିଶାର ବିକାଶ ଯାତ୍ରାରେ ବିଜୁ ବାବୁଙ୍କ ଆଶୀର୍ବାଦ ସବୁବେଳେ ଆମ ସାଥିରେ ରହିଛି। ଆଜିର ଦିନରେ ସଂକଳ୍ପ ନେବା ସହ ଓଡିଶା ମା’ର ଗୌରବ ବୃଦ୍ଧି ପାଇଁ କାମ କରିଚାଲିଲେ ତାହା ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନିଜର ବକ୍ତବ୍ୟରେ ଓଡ଼ିଶାରେ, ଭାରତରେ ଏପରିକି ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାର ମାନବୃଦ୍ଧି ପାଇଁ ବିଜୁବାବୁଙ୍କ ଭୂମିକା ବର୍ଣ୍ଣନା କଲେ ଦୀର୍ଘ ଇତିହାସ ହେବ ବୋଲି କହିଛନ୍ତି। ଇସ୍ପାତ ଉତ୍ପାଦନଠାରୁ ଆରମ୍ଭ କରି ସଂରକ୍ଷଣ ଓ ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ଅବା ଦୁଇ ଦୁଇ ଥର ବିଶ୍ୱକପ ହକିର ସଫଳ ଆୟୋଜନ ପ୍ରତି କ୍ଷେତ୍ରରେ ଓଡ଼ିଶା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ୱରେ ସମୃଦ୍ଧିର ଶିଖରରେ ପହଞ୍ଚିପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜୁବାବୁ ଜାତି, ବର୍ଣ୍ଣ ଭେଦଭାବଠାରୁ ବହୁ ଊଦ୍ଧ୍ୱର୍ରେ ଥିଲେ। କଳିଙ୍ଗକୁ ସେ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ। ତେଣୁ ଯେତେ ସବୁ ସଂସ୍ଥା ଗଢ଼ିଥିଲେ ସବୁଥିରେ କଳିଙ୍ଗ ନାମ ସଂଯୋଗ କରିଥିଲେ ବୋଲି ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ଅବିସ୍ମରଣୀୟ ଗୁଣାବଳୀଗୁଡ଼ିକର ସ୍ମୃତିଚାରଣ କରିଥିଲେ। କୃଷି, ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, ଗମନାଗମନ ଆଦି ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ବିଜୁବାବୁ ଯେଉଁ ନକ୍ସା ଆଙ୍କିଥିଲେ ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଯୋଗୁ ବାସ୍ତବରେ ପରିଣତ ହୋଇଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଥିଲେ ଯେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ କିପରି ସ୍ୱୟଂ ଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟକ୍ଷମ ହେବେ ସେ ଦିଗରେ ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ପ୍ରାରମ୍ଭରେ ଅତିଥିମାନେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ ‘ଇ-ପଞ୍ଚାୟତ ସଭା’ ଅନ୍‌ଲାଇନ୍‌ ଆପର ଶୁଭାରମ୍ଭ କରିଥିଲେ। ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶାକୁ ପ୍ରାଣଭରି ଭଲ ପାଉଥିବା ପ୍ରବାଦପୁରୁଷ ଓଡ଼ିଆବାସୀଙ୍କ ଉନ୍ନତି ପାଇଁ ବହୁତ କିଛି ତ୍ୟାଗ କରିଥିଲେ ବୋଲି ମତ ଦେଇଥିଲେ।

ସଭା ପୂର୍ବରୁ ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପଞ୍ଚାୟତିରାଜ ପ୍ରତିନିଧି, ବହୁ ବଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।

ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025
Latest News

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 27, 2025

ପ୍ରଭୃ ଶ୍ରୀଜଗନ୍ନାଥ ବର୍ଷକୁ ଥରେ କାହିଁକି ଗଜାନନ ବେଶ ଧାରଣ କରନ୍ତି

August 27, 2025

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.