Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାତ୍ରା ଓ ମେଲୋଡିରେ ଅଶ୍ଲିଳ ନୃତ୍ୟକୁ ବନ୍ଦ କର, ସମସ୍ତ ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ
ବିଶେଷ ଖବର

ଯାତ୍ରା ଓ ମେଲୋଡିରେ ଅଶ୍ଲିଳ ନୃତ୍ୟକୁ ବନ୍ଦ କର, ସମସ୍ତ ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

March 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dance
ଯାତ୍ରା ଓ ମେଲୋଡିରେ ଅଶ୍ଲିଳ ନୃତ୍ୟକୁ ବନ୍ଦ କର, ସମସ୍ତ ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ବର: ଯାତ୍ରା ହେଉ କିମ୍ବା କୌଣସି ମେଲୋଡି, ଏଥିରେ କେହି ଅଶ୍ଳିଳ ନୃତ୍ୟ ପରିବେଷଣ କରୁଥିଲେ ତାହାକୁ ତୁରନ୍ତ ବନ୍ଦ କର। ଏପରି ଏକ ଚିଠି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ କରିଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ସେମାନଙ୍କୁ ଏହା ପରିବେଷଣ ପାଇଁ ଅନୁମତି ଦେବା ବେଳେ ଏହି ପରିବେଷଣ ନ କରିବା ପାଇଁ ନିଶ୍ଚିତ କରାନ୍ତୁ। ନଚେତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି।

ବିଭାଗର ନିର୍ଦ୍ଦେଶକ ଏହି ଚିଠିରେ କହିଛନ୍ତି ଯେ, ରାଜ୍ୟର ସଂସ୍କୃତିର ବିକାଶ ପାଇଁ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବ। ହେଲେ ସଂସ୍କୃତି ନାମରେ ଏପରି ଅପସଂସ୍କୃତିକୁ ବନ୍ଦ କରିବା ପାଇଁ ମଧ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିବ। ସେଥିପାଇଁ ଅଶ୍ଳିଳ ନୃତ୍ୟ, ଅଶ୍ଳିଳ ସଂଗୀତ କିମ୍ବା ଦ୍ବିଅର୍ଥବୋଧକ ଗୀତକୁ ବନ୍ଦ କରାଯିବ। ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ଗ୍ରହଣ କରିବେ।

ବର୍ତ୍ତମାନ ଲୋକମାନଙ୍କୁ ମନୋରଂଜନ ନାମରେ ଅନେକ ଯାତ୍ରା ତଥା ମେଲୋଡି ପାର୍ଟି ଅଶ୍ଳିଳତାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଶସ୍ତା ଲୋକପ୍ରିୟତା ଅର୍ଜନ ପାଇଁ ମଧ୍ୟ କେତେକ ଅଭିନେତ୍ରୀ ଏପରି ଅଶ୍ଲିଳ ଅଭିନୟକୁ ବାଛି ନେଇଛନ୍ତି। ଫଳରେ ରାଜ୍ୟରେ ଯେଉଁ ପ୍ରାଚୀନ ସଂସ୍କୃତି ରହିଛି ତାହା ଉପରେ ପ୍ରଭାବ ପଡିବାରେ ଲାଗିଛି।

ଏହି ଚିଠିରେ ଏହା ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବର୍ତ୍ତମାନ ଯେପରି ଭାବେ ଯାତ୍ରା ଏବଂ ମେଲୋଡି ପରିବେଷଣ କରାଯାଉଛି ତାହା ପରିବାର ସହିତ ଦେଖିବା ସମ୍ଭବ ନୁହେଁ। ଯାତ୍ରା ଏବଂ ମେଲୋଡିର ଏକ ଭଲ ମନୋରଂଜନର ମାଧ୍ୟମ। ହେଲେ ଏହାକୁ ମାଧ୍ୟମ କରି ଅଧିକ ପଇସା ରୋଜଗାର ପାଇଁ ଏହି ଅଶ୍ଳିଳ ନୃତ୍ୟ ସଂଗୀତକୁ କେତେକ ସଂସ୍ଥା ଅପଚେଷ୍ଠା କରୁଛନ୍ତି।

ବହୁ ବର୍ଷ ଧରି ଏହା ବିରୋଧରେ ସ୍ବର ଉତ୍ତୋଳନ ହୋଇ ଆସୁଛି। ଏପରି ଚଳିତ ଖଣ୍ଡଗିରି ଯାତ୍ରା ବେଳେ ବିଏମସି ତରଫରୁ ଏପରି ଅଶ୍ଳିଳ ନୃତ୍ୟକୁ ବନ୍ଦ କରାଯାଇଥିଲା। ଫଳରେ କେତେକ ଯାତ୍ରାପାର୍ଟି ଯେଉଁ କେତେକ ଅଶ୍ଳିଳ ନୃତ୍ୟଶିଳ୍ପୀଙ୍କୁ ଆଣିଥିଲେ ସେମାନେ ହତାସ ହୋଇପଡିଥିଲେ। ବର୍ତ୍ତମାନ ବିଭାଗର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବ ତଟ ରେଳପଥରେ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ, ଦେଖନ୍ତୁ ତାଲିକା

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.