Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କର୍ମିଙ୍କୁ ଦେବେ ଗୁରୁମନ୍ତ୍ର
ଜାତୀୟ ଖବର

ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କର୍ମିଙ୍କୁ ଦେବେ ଗୁରୁମନ୍ତ୍ର

March 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
amitshah
ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କର୍ମିଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର : ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା।

ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୬ ତାରିଖ ସକାଳେ ଭୁବନେଶ୍ୱର ପହଂଚିବା ପରେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହା ପରେ ଭଦ୍ରକ ଲୋକସଭା ଅନ୍ତର୍ଗତ ଆରଡିକୁ ଯାଇ ପ୍ରଭୁ ଶ୍ରୀ ଆଖଣ୍ଡଳମଣୀ ଦର୍ଶନ କରି ଆର୍ଶୀବାଦ ନେବେ।

ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତାଙ୍କୁ ଶ୍ରୀ ଶାହା ସାଁଆଳପୁର ସଭାରେ ଉଦ୍‌ବୋଦନ ଦେବେ। ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ରାଜ୍ୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତା ତଥା ପ୍ରମୁଖ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି।

ଶ୍ରୀ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତାଙ୍କ ମନରେ ଉତ୍ସାହ ରହିଛି। ତାଙ୍କ ଆଗମନ ନିଶ୍ଚିତ ଭାବେ ରାଜ୍ୟ ରାଜନୀତି ଏବଂ ଦଳୀୟ ସଂଗଠନ ଉପରେ ପ୍ରଭାବ ପକାଇବ ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସାମାଜିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

ଅମିତ ଶାହା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ନାଗରିକ ପ୍ରତିରକ୍ଷା ପ୍ରଦର୍ଶନ

December 24, 2025

Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ

December 24, 2025

ଦିଲ୍ଲୀ ମେଟ୍ରୋର ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପ ଅଧୀନରେ ତିନୋଟି ନୂଆ କରିଡରକୁ କ୍ୟାବିନେଟ୍‌ ମଞ୍ଜୁରି

December 24, 2025

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭୀମଭୋଇ କଲେଜର ୨ ଛାତ୍ର ମୃତ, ୧ ଆହତ

December 24, 2025
Latest News

ପୂର୍ବତଟ ରେଳପଥର ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ନାଗରିକ ପ୍ରତିରକ୍ଷା ପ୍ରଦର୍ଶନ

December 24, 2025

Breaking News: ନୂଆ ବର୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ

December 24, 2025

ଦିଲ୍ଲୀ ମେଟ୍ରୋର ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପ ଅଧୀନରେ ତିନୋଟି ନୂଆ କରିଡରକୁ କ୍ୟାବିନେଟ୍‌ ମଞ୍ଜୁରି

December 24, 2025

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭୀମଭୋଇ କଲେଜର ୨ ଛାତ୍ର ମୃତ, ୧ ଆହତ

December 24, 2025

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଏବଂ କାତାର ସଂଗ୍ରହାଳୟ ମଧ୍ୟରେ ସହଭାଗୀତା

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.