Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କର୍ମିଙ୍କୁ ଦେବେ ଗୁରୁମନ୍ତ୍ର
ଜାତୀୟ ଖବର

ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କର୍ମିଙ୍କୁ ଦେବେ ଗୁରୁମନ୍ତ୍ର

March 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
amitshah
'କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି': 'ବନ୍ଦେ ମାତରମ୍' ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

ଭୁବନେଶ୍ୱର : ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା।

ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୬ ତାରିଖ ସକାଳେ ଭୁବନେଶ୍ୱର ପହଂଚିବା ପରେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହା ପରେ ଭଦ୍ରକ ଲୋକସଭା ଅନ୍ତର୍ଗତ ଆରଡିକୁ ଯାଇ ପ୍ରଭୁ ଶ୍ରୀ ଆଖଣ୍ଡଳମଣୀ ଦର୍ଶନ କରି ଆର୍ଶୀବାଦ ନେବେ।

ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତାଙ୍କୁ ଶ୍ରୀ ଶାହା ସାଁଆଳପୁର ସଭାରେ ଉଦ୍‌ବୋଦନ ଦେବେ। ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ରାଜ୍ୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତା ତଥା ପ୍ରମୁଖ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି।

ଶ୍ରୀ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତାଙ୍କ ମନରେ ଉତ୍ସାହ ରହିଛି। ତାଙ୍କ ଆଗମନ ନିଶ୍ଚିତ ଭାବେ ରାଜ୍ୟ ରାଜନୀତି ଏବଂ ଦଳୀୟ ସଂଗଠନ ଉପରେ ପ୍ରଭାବ ପକାଇବ ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ସାମାଜିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

ଅମିତ ଶାହା
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.