Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦାନୀ ମେଣ୍ଟ ବିରୋଧରେ ଗର୍ଜିଲା ଓଡିଶା କଂଗ୍ରେସ, ଜେପିସି ତଦନ୍ତ ଦାବୀ
ଜାତୀୟ ଖବର

ମୋଦାନୀ ମେଣ୍ଟ ବିରୋଧରେ ଗର୍ଜିଲା ଓଡିଶା କଂଗ୍ରେସ, ଜେପିସି ତଦନ୍ତ ଦାବୀ

March 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
OdishaCong
ମୋଦାନୀ ମେଣ୍ଟ ବିରୋଧରେ ଗର୍ଜିଲା ଓଡିଶା କଂଗ୍ରେସ, ଜେପିସି ତଦନ୍ତ ଦାବୀ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ ଦାବିରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ଦ୍ୱାରା ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବରିଷ୍ଠ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶୁଭେନ୍ଦୁ ମହାନ୍ତି ମଂଚପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ମୋଦି-ଆଦାନୀ ମେଂଟର ମହା ଦୁର୍ନୀତିର ସମସ୍ତ କଥାକୁ ଗାଁକୁ ନେବାକୁ ପଡ଼ିବ। ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ମୋଦାନୀ ମେଂଟ ଭାରତବର୍ଷର ଏଲଆଇସି ଓ ବ୍ୟାଙ୍କର ପ୍ରଭୂତ କ୍ଷତି କରସାରିଲାଣି। ଭାରତ ବର୍ଷର ଗରିବ ଖଟିଖିଆ ଲୋକଙ୍କ ପଇସାକୁ ମୋଦାନୀ ଭିତରେ ବାଂଟି ଦିଆଯାଉଛି।

ଶ୍ରୀ ଜୟଦେବ ୨୦୧୪ ମସିହାରେ ଦେଇଥିବା ପ୍ରତିଶୃତିକୁ ମନେପକାଇ କହିଥିଲେ ମୋଦି ଏଭଳି ଏକ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି ନିଜର ଗୋଟିଏ କଥାକୁ ରକ୍ଷା କରିପାରନ୍ତି ନାହିଁ। ୨୦୧୪ ମସିହାରେ ଗ୍ୟାସର ଦାମ ୪୧୦ ଟଙ୍କା ଥିଲା ଆଜି ୧୧୩୦ ଟଙ୍କା। ସାଧାରଣ ଲୋକଙ୍କ ପାଖରୁ ଅଧିକ ପଇସା ଆଦାୟ କରି ନରେନ୍ଦ୍ର ମୋଦି ଆଦାନୀକୁ ପୋଷିବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି। କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ଏବଂ ଦେଶର ସଂପତିକୁ ରକ୍ଷା କରିବାପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଆଜି ଲଢ଼େଇ କରୁଛି। ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକ ମାନଙ୍କର କଠିନ ପରିଶ୍ରମର ଫଳ।

ମୋଦିଙ୍କ ଅପରିଣାମଦର୍ଶି ନିଷ୍ପତି ଯୋଗୁଁ ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ବିପର୍ଯ୍ୟୟ ସୃଷ୍ଟି କରିଛି। ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧପରିକର।

ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ଷ୍ଟେଟବ୍ୟାଙ୍କ ଓ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଆଦାନୀ ବ୍ୟବସାୟରେ ନିବେଶ କରିବାପାଇଁ ଚାପ ସୃଷ୍ଟିକରି ସାଧାରଣ ଜନତାଙ୍କ କଷ୍ଟ ଅର୍ଜିତ ଧନକୁ ଏକ ବୃହତ ଠକ ହାତରେ ଟେକି ଦେଇଛନ୍ତି।

୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା। ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ। ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି। ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଂଟ, ରେଳ, କଂଟେନର, ବିଦ୍ୟୁତ ଆବଂଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି।

ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି। ଯଦ୍ୱାରାକି ଭାରତ ବର୍ଷର ପୁଞ୍ଜିବାଦ ଅଭ୍ୟୁଦୟ ହୋଇଛି। ବିଶେଷ ଭାବରେ ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପଂହଚାଉଛନ୍ତି।

ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା। ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା । ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ।

ଆଦାନୀ ଇନଫାଷ୍ଟ୍ରଚର, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନରଜି, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ପୋଟସ୍‌, ଆଦାନୀ ଉଇଲମାର ଆଦି କମ୍ପାନୀ ସମୁହ ଷ୍ଟକ ହେରଫେର, ମନି ଲଣ୍ଡେରିଂ, ଫ୍ରଡ୍ ଆକାଉଣ୍ଟିଂ ଏବଂ ବିଦେଶୀ ଜାଲ କମ୍ପାନୀ ମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ହେରଫେର କରି କମ୍ପାନୀ ସମୁହର ସେୟାର ପ୍ରାଇସ ଅହେତୁକ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ।

ଅପ୍ରାକୃତିକ ଓ ଅସାଧୁ ଉପାୟରେ ସେୟାର ମୂଲ୍ୟ ବୃଦ୍ଧି କରି ଉକ୍ତ ସେୟାରକୁ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଲଆଇସି ଭଳି ସଂସ୍ଥାମାନଙ୍କ ପାଖରେ ବନ୍ଧକ ରଖି ହଜାର ହଜାର କୋଟି ଟଙ୍କା ଋଣ ନେଇ ବ୍ୟବସାୟରେ ନିବେଶ କରିଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ବୋଲି କଂଗ୍ରେସ କହିଛି।

Odisha Congress ଆଦାନୀ ଓଡିଶା କଂଗ୍ରେସ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.