Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନଙ୍କୁ ୨୩ ତାରିଖରେ ସାକ୍ଷାତ କରିବେ ମମତା ବାନାର୍ଜି, ଜାତୀୟ ରାଜନୀତି ହଲଚଲ୍
ଜାତୀୟ ଖବର

ନବୀନଙ୍କୁ ୨୩ ତାରିଖରେ ସାକ୍ଷାତ କରିବେ ମମତା ବାନାର୍ଜି, ଜାତୀୟ ରାଜନୀତି ହଲଚଲ୍

March 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NaveenMamata
ନବୀନଙ୍କୁ ୨୩ ତାରିଖରେ ସାକ୍ଷାତ କରିବେ ମମତା ବାନାର୍ଜି, ଜାତୀୟ ରାଜନୀତି ହଲଚଲ୍

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଆସନ୍ତା ୨୧ ତାରିଖ ସଂଧ୍ୟାରେ ପୁରୀରେ ପହଁଞ୍ଚିବେ। ଏହାପରେ ୨୨ ତାରିଖରେ ଜଗନ୍ନାଥ ଦର୍ଶନ କରିବେ। ଏହା ପରଦିନ ଅର୍ଥାତ ୨୩ ତାରିଖରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୋଲକାତା ଫେରିଯିବେ। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତି ହଲଚଲ୍।

ପ୍ରକାଶ୍ୟରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହା ପଛରେ ବଡ ଜାତୀୟ ରାଜନୀତି ଜଡିତ ରହିଛି ବୋଲି ଅନୁମାନ କରାଯାଇଛି। ନବୀନ ମମତା ଭେଟଘାଟ ଖବର ପ୍ରଚାର ହେବା ପରେ ବର୍ତ୍ତମାନ ଏହା ଜାତୀୟ ରାଜନୀତିରେ ମଧ୍ୟ ବଡ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାହିଁକି ମମତା ନବୀନଙ୍କୁ ଭେଟିବେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ତେବେ ଚର୍ଚ୍ଚା ଅନୁସାରେ ମମତା ଗଠନ କରିବାକୁ ଯାଉଥିବା ନୂଆ ସାମୁଖ୍ୟରେ ନବୀନଙ୍କୁ ସାମିଲ କରାଇବା ପାଇଁ ରାଜି କରାଇବେ ବୋଲି କୁହାଯାଉଛି। ଶୁକ୍ରବାର ଦିନ ମମତାଙ୍କୁ  ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପରେ ଦେଶରେ ଏକ ନୂଆ ସମ୍ମୁଖ୍ୟ ଗଠନର ବାଟ ଫିଟିବ ବୋଲି ସ୍ପଷ୍ଟ ହୋଇଛି। ଅଖିଳେଶ ଯାଦବ ମଧ୍ୟ କହିଛନ୍ତି ଯେ, କଂଗ୍ରେସର ବିନା ସହଯୋଗରେ କିପରି ବିଜେପିକୁ ହରାଯିବ ସେ ନେଇ ଆଲୋଚନା ହୋଇଛି।

ତେବେ କୋଲକାତା ମିଡିଆ ଅନୁସାରେ ମମତା କୌଣସି ନୂଆ ସାମ୍ମୁଖ୍ୟ ଗଠନ କରିବେ ନାହିଁ। କାରଣ ସେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେହିପରି କରି ଫେଲ ମାରିଥିଲେ। ହେଲେ ଏଥର ସେ ସମସ୍ତ ବିରୋଧୀ ଆଞ୍ଚଳିକ ଦଳ ସହିତ କଥାବାର୍ତ୍ତା କରି ବିଜେପିକୁ ହରାଇବା ପାଇଁ ରଣନୀତି ଗ୍ରହଣ କରିବେ। ସେଥିପାଇଁ ସେ ପ୍ରଥମେ ଓଡିଶା ଆସି ଜଗନ୍ନାଥ ଦର୍ଶନ କରି ନବୀନ ପଟ୍ଟନାୟକଙ୍କ ପାଖରୁ ଏହି ଅଭିଯାନ ଆରମ୍ଭ କରିବେ।

ସୂଚନା ଅନୁସାରେ ମମତା ନବୀନଙ୍କୁ ସାକ୍ଷାତ କରିବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଆପ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସହିତ ପୁଣି ଥରେ ଆଲୋଚନା କରିବେ ବୋଲି ଜଣାପଡିଛି। ସେହିପରି ସେ ଦିଲ୍ଲୀରେ ଅନ୍ୟ କେତେକ ଆଞ୍ଚଳିକ ଦଳ ସହିତ କଥାବାର୍ତ୍ତା କରିବେ। ମୁଖ୍ୟତଃ କଂଗ୍ରେସକୁ ଛାଡି ଅନ୍ୟ ବିରୋଧୀ ଦଳ କିପରି ବିଜେପିକୁ ହରାଇବା ପାଇଁ ପଦକ୍ଷେପ ନେବେ ସେ ନେଇ ଦିଦି ପ୍ରଚେଷ୍ଠା କରିବେ।

ପୂର୍ବରୁ ମଧ୍ୟ ମମତା ବାନାର୍ଜି ଭୁବନେଶ୍ବରରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତୃତୀୟ ସାମୁଖ୍ୟ ପ୍ରସଂଗ ଆଲୋଚନା ମଧ୍ୟ କରିଛନ୍ତି। ହେଲେ ନବୀନ ଏ ନେଇ କୌଣସି ଟିପଣୀ ଦେଇ ନ ଥିଲେ କି କୌଣସି ସାମୁଖ୍ୟକୁ ସମର୍ଥନ ମଧ୍ୟ କରି ନ ଥିଲେ। ଗତଥର ନବୀନ ସମର୍ଥନ କରୁ ନ ଥିଲେ ମଧ୍ୟ ପୁଣି ଥରେ ମମତା ଭୁବନେଶ୍ବର ଆସି ତାଙ୍କୁ ସାକ୍ଷାତ କରିବା ନିଶ୍ଚିତ ଭାବେ ରାଜନୈତିକ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି।

କେବଳ ମମତା ନୁହଁନ୍ତି ଗତ ମାସରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଏ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ସେ ହାଇଦ୍ରାବାଦରେ କଂଗ୍ରେସ ବ୍ୟତିରକେ ଅନ୍ୟ କେତେକ ଆଞ୍ଚଳିକ ଦଳକୁ ଏକାଠି କରିଥିଲେ।

ଏଥିରେ ଆପ ନେତା ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମାନ, ଅଖିଳେଶ ଯାଦବ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ସିପିଆଇର ଡି ରାଜା ପ୍ରମୁଖ ଯୋଗ ଦେଇଥିଲେ। ହେଲେ କେସିଆରଙ୍କ ଝିଅଙ୍କୁ ଇଡି ଜେରା କରିବା ପରେ ଏହି ପଦକ୍ଷେପ ଧିମେଇ ଯାଇଛି।

ମମତା ନବୀନ ଭେଟ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.