Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାମ ଗୋଟିଏ, ପ୍ରଶଂସା ନେବାକୁ ଦୁଇ, ଅପରାଜିତା ବନାମ ସମ୍ବିତ ପାତ୍ରଙ୍କ ଲଢେଇ
ବିଶେଷ ଖବର

କାମ ଗୋଟିଏ, ପ୍ରଶଂସା ନେବାକୁ ଦୁଇ, ଅପରାଜିତା ବନାମ ସମ୍ବିତ ପାତ୍ରଙ୍କ ଲଢେଇ

March 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
AparajitaSambit
କାମ ଗୋଟିଏ, ପ୍ରଶଂସା ନେବାକୁ ଦୁଇ, ଅପରାଜିତା ବନାମ ସମ୍ବିତ ପାତ୍ରଙ୍କ ଲଢେଇ

ଭୁବନେଶ୍ବର: କାମ ହେଉଛି ଗୋଟିଏ। ହେଲେ ପ୍ରଶଂସା ନେବାକୁ ବିଜେପି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଆଉ କାମଟି ହେଲା ଖୋର୍ଦ୍ଧା ନିରାକାରପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଥିବା ନୂଆ ଜଗନ୍ନାଥ ସଡକ।

ପ୍ରସଂଗଟି ହେଲା ୪୦ କିଲୋମିଟର ଦୀର୍ଘ ଏହି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ମାନ୍ୟତା ଦାବୀ କେବେଠାରୁ ହୋଇ ଆସୁଛି। କାରଣ ଏହି ରାସ୍ତାଟି ବ୍ରହ୍ମପୁର ଆଡୁ ଆସୁଥିବା ପୁରୀ ଯାତ୍ରୀଙ୍କ ପାଇଁ ବେଶ ସୁବିଧାଜନକ। ହେଲେ ଏହି ରାସ୍ତାଟିର ଅବସ୍ଥା ଭଲ ନ ଥିବାରୁ ଲୋକେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଏହି ରାସ୍ତାଟି ଏନଏଚ୍ ୧୬ ସହିତ ସଂଯୋଗ ଥିବାରୁ ଜାତୀୟ ରାଜପଥ ଘୋଷଣା ପାଇଁ ଦାବୀ ହେଉଛି।

ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ୨୦୨୨ ମସିହା ଡିସେମ୍ବର ୧୬ ତାରିଖରେ ସାକ୍ଷାତ କରି ଏକ ଦାବୀ ପତ୍ର ଦେଇଛନ୍ତି। ସେତେବେଳେ ମନ୍ତ୍ରୀ ନୀତିନ ଗଡକରୀ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାକୁ ଅପରାଜିତା ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଛନ୍ତି।

ହେଲେ ଏହି ନୂଆ ଜଗନ୍ନାଥ ସଡକ ପଥ ଉଭୟ ଭୁବନେଶ୍ବର ଏବଂ ପୁରୀ ସଂସଦୀୟ କ୍ଷେତ୍ର ମଧ୍ୟରେ ଆସୁଛି। କାଳେ ଅପରାଜିତା ସମସ୍ତ ପ୍ରଶଂସା ନେଇ ଯିବେ ସେଥିପାଇଁ ପୁରୀର ଆଶାୟୀ ସାଂସଦ ପ୍ରାର୍ଥି ସମ୍ବିତ ପାତ୍ର ମଧ୍ୟ ଛାଡିଲେ ନାହିଁ। ସେ ମଧ୍ୟ ଚଳିତ ମାସ ୧୭ ତାରିଖରେ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ। ଏହାର ଉତ୍ତର ମଧ୍ୟ ମିଳିଲା ସେହି ପୁରୁଣା କଥା। ଅନୁଧ୍ୟାନ କରି ପଦକ୍ଷେପ ନେବୁ ବୋଲି ମନ୍ତ୍ରୀ ଜଣାଇ ଦେଲେ।

ଉଭୟ ଅପରାଜିତା ଏବଂ ସମ୍ବିତ ପାତ୍ର ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି କଥା ଲୋକଙ୍କୁ ଅବଗତ କରାଇ ମାଇଲେଜ ନେବାକୁ ଚେଷ୍ଠା କରିବାରେ ଲାଗିଛନ୍ତି। ଯାହାକୁ ନେଇ ଖୋର୍ଦ୍ଧା ଏବଂ ପୁରୀ ରାଜନୀତିରେ ବେଶ ଆଲୋଚନାର ବିଷୟ ପାଲଟିଛି।

ଡଃ ସମ୍ବିତ ପାତ୍ର ନିରାକାରପୁର ପୁରୀ-ନୂଆ ଜଗନ୍ନାଥ ସଡକ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026
Latest News

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.