Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆଜି ହେଉଛି ପଖାଳ ଦିବସ, କେବେଠାରୁ ଏବଂ କାହିଁକି ପାଳନ କରାଯାଏ
ଜୀବନ ଶୈଳୀ

ଆଜି ହେଉଛି ପଖାଳ ଦିବସ, କେବେଠାରୁ ଏବଂ କାହିଁକି ପାଳନ କରାଯାଏ

March 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
pakhal
ଆଜି ହେଉଛି ପଖାଳ ଦିବସ, କେବେ ଓ କାହିଁକି ପାଳନ କରାଯାଏ

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ।

ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ପାଳନ କରିବାର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ସୂର୍ଯ୍ୟଙ୍କ ଗତିବିଧିକୁ ଲକ୍ଷ ରଖି ପ୍ରାୟ ମାର୍ଚ୍ଚ ୨୧ ତାରିଖ ପରଠାରୁ ଦିନର ଅବଧି ବୃଦ୍ଧି ପାଇ ଖରାର ପ୍ରକୋପ ଆରମ୍ଭ ହୋଇଥାଏ। ହେଲେ ମାର୍ଚ୍ଚ ୨୦ ତାରିଖରେ ଦିନ ଓ ରାତି ପୁରା ସମାନ ରହିଥାଏ। ତା ପରଦିନ ଖରା ଆରମ୍ଭ ହେଉଥିବାରୁ ଆଉ ଦିନ ବଡ ରହୁଥିବାରୁ ଏହି ଦିନରୁ ପଖାଳ ଖାଇ ଦିବସର ଶୁଭାରମ୍ଭ କରାଯାଇଛି।

ଏହାର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟିରଖି ଏହି ଦିବସକୁ ପାଳନ ଆରମ୍ଭ କଲେ। ତାରକା ହୋଟେଲରୁ କଂସାବେଲାରେ ପଖାଳ ସହିତ ଶୁଖୁଆ ଭଜା, ଶାଗଭଜା, ବଡିଚୁରା, ବାଇଗଣ ପୋଡା ପ୍ରଭୃତି ଖାଣ୍ଟି ଓଡିଆ ଖାଦ୍ୟ ଗ୍ରାହକଙ୍କୁ ପରଷି ଦେଲେ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ତରଫରୁ ବିଜ୍ଞାପନ ମଧ୍ୟ ଦିଆଗଲା। ଫଳରେ ସହରୀ ଲୋକେ ତାରକା ହୋଟେଲରେ ପଖାଳ ଖାଇବା ମଜା ମଧ୍ୟ ନେଲେ।

ଆଜି ପଖାଳ ଦିବସ ଓଡିଆ କ୍ୟାଲେଣ୍ଡର ଏକ ମହତପୂର୍ଣ୍ଣ ଦିବସ ଭାବେ ପରିଗଣତି ହୋଇଯାଇଛି।

Pakhal Diwas ପଖାଳ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାର, ମନ୍ତ୍ରୀଙ୍କ ଝିଅଙ୍କ ସହ ୪ ମୃତ

September 24, 2026

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ: ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

September 24, 2026

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.