Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଳିତ ହେବ ବିଶ୍ୱ ଯକ୍ଷ୍ମା ଦିବସ,ହେଲେ ଗତ ବର୍ଷ ରାଜ୍ୟରୁ ସର୍ବାଧିକ ଯକ୍ଷ୍ମାରୋଗୀ ଚିହ୍ନଟ
ବିଶେଷ ଖବର

ପାଳିତ ହେବ ବିଶ୍ୱ ଯକ୍ଷ୍ମା ଦିବସ,ହେଲେ ଗତ ବର୍ଷ ରାଜ୍ୟରୁ ସର୍ବାଧିକ ଯକ୍ଷ୍ମାରୋଗୀ ଚିହ୍ନଟ

March 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
TBDay
ପାଳିତ ହେବ ବିଶ୍ୱ ଯକ୍ଷ୍ମା ଦିବସ,ହେଲେ ଗତ ବର୍ଷ ରାଜ୍ୟରୁ ସର୍ବାଧିକ ଯକ୍ଷ୍ମାରୋଗୀ ଚିହ୍ନଟ

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସର ଅବ୍ୟବହତି ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯକ୍ଷ୍ମା ନିରାକରଣ ଦାୟିତ୍ୱରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଡ. ଅର୍ଘ୍ୟ ପ୍ରଧାନ ଏ ସଂପର୍କରେ ସମ୍ୟକ ସୂଚନା ଦେଇଥିବାବେଳେ ରିଚ୍‌ର ସଂଯୋଜକ ଲକ୍ଷ୍ମୀଧର ସିଂ ରାଜ୍ୟରେ ଜାରି ରହିଥିବା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ଏହାର ସଫଳତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଯୋଗଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ ‘ଟିବି ହାରିବ ଦେଶ ଜିତିବ’ ଅଭିଯାନର ଅଂଶ ସ୍ୱରୂପ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସଂପୁର୍ଣ ନିରାକରଣ ନିମନ୍ତେ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟ କରୁଛି ।

ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଓ ଉପଶମ କେନ୍ଦ୍ରଠାରେ ଚିହ୍ନିତ ହୋଇଥିବା ଯକ୍ଷ୍ମା ରୋଗୀମାନଙ୍କୁ ବିନା ମୁଲ୍ୟରେ ରୋଗ ନିରୂପଣ କରାଯାଇ ଉନ୍ନତ୍ତମାନର ଔଷଧ ସବୁ ଦିଆ ଯାଉଛି । ଆଶାକର୍ମୀ ଏବଂ ପୁରୁଷ ପ୍ରାଥମିକ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ ରୋଗରେ ପୀଡିତ ଥାଇ ଯକ୍ଷ୍ମାର ଅଧିକ ସମ୍ଭାବନା ଥିବା ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ରୋଗ ନିରୁପଣ କରାନ୍ତି ।

ମାଇକ୍ରୋସ୍କୋପ୍‌ ଏବଂ ଏକ୍ସ-ରେ ସହିତ ମଲିକୁଲାର ପଦ୍ଧତି ଦ୍ବାରା କଫ ପରୀକ୍ଷା ସୁବିଧାକୁ ଧୀରେ ଧୀରେ ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯାଉଛି । ୫୬୫ ‘ମଡେଲ୍‌ ଏଚ୍‌ଡବ୍ଲୁ୍ୟସି’ଗୁଡ଼ିକୁ ଟିବି ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ରରେ ପରିଣତ କରାଯିବ ପାଇଁ କାର୍ଯ୍ୟକ୍ରମମାନ କାର୍ଯକାରୀ ହେଉଛି ।

ମାଇକ୍ରୋସ୍କୋପ୍‌ ଦ୍ୱାରା କଫ ପରୀକ୍ଷା ଓ ଛାତି ଏକ୍ସ-ରେ ସହିତ ମଲିକୁଲାର ପଦ୍ଧତି ଦ୍ୱାରା ଚିକିତ୍ସା ଆରମ୍ଭ ପୂର୍ବରୁ ଔଷଧ ସଂବେଦନଶୀଳତା ଅବସ୍ଥା ଜାଣିବା ନିମନ୍ତେ ସମସ୍ତ ଚିହ୍ନଟ ଯକ୍ଷ୍ମାରୋଗୀ ମାନଙ୍କର ସଙ୍ଗେ ସଙ୍ଗେ ସାର୍ବଭୌମିକ ଔଷଧ ସଂବେଦନଶୀଳତା (ୟୁଡିଏସ୍‌ଟି ) ପରୀକ୍ଷା କରାଯାଇଥାଏ । ନିକ୍ଷୟ ପୋଷଣ ଯୋଜନା (ଏନ୍‌ପିୱାଇ) ଅଧୀନରେ ଚିହ୍ନିତ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀକୁ ମାସିକ ୫୦୦/- ଟଙ୍କା ଭତ୍ତା ଚିକିତ୍ସା ଅବଧିରେ ସମାପ୍ତି ପର୍ଯ୍ୟନ୍ତ ତାଙ୍କ ବ୍ୟାଙ୍କଖାତା ଜରିଆରେ ପ୍ରଦାନ କରାଯାଉଛି ।

ରାଜ୍ୟରେ ଟିବିର ସ୍ଥିତି ସଂପର୍କରେ ମତଦେଇ ରାଜ୍ୟ ଟିବି ଅଫିସର ଡା. ପ୍ରଶାନ୍ତ କୁମାର ହୋତା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୨୦୨୦ ଏବଂ ୨୦୨୧ ମସିହାରେ ଓଡିଶାରେ ଏନ୍‌ଟିଇପି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଭାରତରେ କ୍ରମଶଃ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛି ।

୨୦୨୧ ମସିହାରେ ଓଡିଶା ୩ ଗୋଟି ଜିଲ୍ଲା ଯଥା: ଜଗତସିଂହପୁର, କେନ୍ଦ୍ରାପଡା ଏବଂ ବରଗଡ ଜିଲ୍ଲା ସବ୍‌-ନ୍ୟାସ୍‌ନାଲ୍‌ ସାର୍ଟିଫିକେସନ୍‌ ସର୍ଭେ ଦ୍ୱାରା କାଂସ୍ୟ ପଦକ ବିଜେତା ହୋଇଥିଲେ । ସେହିପରି ୨୦୨୨ ମସିହା ପାଇଁ ୧୩ ଗୋଟି ଜିଲ୍ଲା ତଥା ସମଗ୍ର ରାଜ୍ୟକୁ ସବ୍‌-ନ୍ୟାସ୍‌ନାଲ୍‌ ସାର୍ଟିଫିକେସନ୍‌ ସର୍ଭେ ଅନ୍ତର୍ଭୁକ୍ତ କରାଯାଇଛି ।

ସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ପାଇଁ ଭାରତ ‘ପେସେଣ୍ଟ ପ୍ରୋଭାଇଡର ସପୋର୍ଟ ଏଜେନ୍ସି (ପିପିଏସ୍‌ଏ)’ କାର୍ଯ୍ୟକ୍ରମ ଅଧିନର ୬ ଗୋଟି ଜିଲ୍ଲା ତଥା : ଖୋର୍ଦ୍ଧା (ଭୁବନେଶ୍ୱରକୁ ମିଶାଇ)/କଟକ /ଗଞ୍ଜାମ /ମୟୂରଭଞ୍ଜ / ସୁନ୍ଦରଗଡ଼ /ସମ୍ବଲପୁରରେ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନେ କାର୍ଯ୍ୟ କରୁଛନ୍ତି ।

ବାଇ-ଡିରେକ୍‌ସନାଲ୍‌ ପଦ୍ଧତିରେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗଗୁଡିକ ଯଥା: କୋଭିଡ୍‌, ହାଇବେଟିସ୍‌, ଏଚ୍‌ଆଇଭି, ନୁ୍ୟଟି୍ରସନ୍‌ ଏବଂ ଟୋବାକୋ ରୋଗର ଚିହ୍ନଟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଏହି ଅବସରରେ ଟିବି ରୋଗରୁ ଆରୋଗ୍ୟ ଲାଭ କରିଥିବା ଟିବି ଚମ୍ପିଅନ୍‌ ଏସ୍‌ ପୂଜା ନିଜର ଅଭିଜ୍ଞତା ବଖାଣିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶିକା ଡା. ସୁଚିତ୍ରା ସାସ୍‌ମଲ୍‌ କହିଲେ ଯେ ସମ୍ମତି ପ୍ରଦାନ କରିଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୋଷଣଜନିତ ତଥା ଅନ୍ୟାନ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସମାଜର ପ୍ରତ୍ୟେକ ବର୍ଗ ତଥା ଇଛୁକ ଜନସାଧାରଣଙ୍କୁ ‘ନିକ୍ଷୟ ମିତ୍ର’ ଭାବେ ପଞ୍ଜିକୃତ କରି ସେମାନଙ୍କୁ ‘ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ରେ ସାମିଲ କରିବା କାର୍ଯ୍ୟକ୍ରମ ସାରା ଦେଶରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ୧,୬୩୫ ଜଣ ‘ନିକ୍ଷୟ ମିତ୍ର ଭାବେ ପଞ୍ଜିକୃତ ହୋଇଛନ୍ତି ଏବଂ ୨୬,୧୯୮ ଜଣ ଇଛୁକ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୩,୬୮୫ ଜଣ ରୋଗୀଙ୍କୁ ପୋଷଣ ସମ୍ବନ୍ଧୀୟ ସହାୟତା ପ୍ରାପ୍ତ ହେବାର ନିଶ୍ଚିତ କରାଯାଇଛି । ଯକ୍ଷ୍ମା ରୋଗର ବିସ୍ତାରକୁ ରୋକିବା ନିମନ୍ତେ ଟିବି ପ୍ରିଭେଣ୍ଟିଭ୍‌ ଟ୍ରିଟ୍‌ମେଣ୍ଟ ଜରିଆରେ ଜୀବାଣୁ ଚିହ୍ନିତ ଫୁସଫୁସ, ଯକ୍ଷ୍ମା ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ କେମୋପ୍ରୋଫିଲାକ୍ସିସ୍‌ ଚିକିତ୍ସା ପ୍ରଦାନ କରାଯିବାର କାର୍ଯ୍ୟକ୍ରମର ଅୟମାରମ୍ଭ ହେଉଅଛି ।

ରାଜ୍ୟ ସରକାରଙ୍କ ସକ୍ରିୟ ସହଭାଗିତାରେ, ବିଶ୍ୱ ଯକ୍ଷ୍ମା ଦିବସର ପ୍ରସଙ୍ଗ ଯଥା : ‘ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରି ପାରିବା’ର ବାର୍ତ୍ତା ନେଇ ସମୟ ଭିତରେ ଓଡିଶା ରାଜ୍ୟ ଯକ୍ଷ୍ମା ନିରାକରଣ ପଥରେ ଦୃଢ ଅଗ୍ରଗତି କରୁଛି । ୨୦୧୮ରେ ୪୮,୪୯୦ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୯ରେ ୫୩୩୬୮, ୨୦୨୦ରେ ୪୫୬୯୯, ୨୦୨୧ରେ ୫୨୫୧୩ ଏବଂ ୨୦୨୨ରେ ୬୦,୪୧୧ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛନ୍ତି ।

ବିଶ୍ଵ ଯକ୍ଷ୍ମା ଦିବସ ଯକ୍ଷ୍ମା
Share. Facebook Twitter LinkedIn Email WhatsApp Copy Link

Related Posts

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.