Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଗନ୍ନାଥ ଦର୍ଶନ କଲେ ମମତା ବାନାର୍ଜୀ, ବ୍ରାହ୍ମଣଙ୍କୁ ଦେଲେ ଭୋଜନ ଦକ୍ଷିଣା
ଜାତୀୟ ଖବର

ଜଗନ୍ନାଥ ଦର୍ଶନ କଲେ ମମତା ବାନାର୍ଜୀ, ବ୍ରାହ୍ମଣଙ୍କୁ ଦେଲେ ଭୋଜନ ଦକ୍ଷିଣା

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mamata
ଜଗନ୍ନାଥ ଦର୍ଶନ କଲେ ମମତା ବାନାର୍ଜୀ, ବ୍ରାହ୍ମଣଙ୍କୁ ଦେଲେ ଭୋଜନ ଦକ୍ଷିଣା

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମନ୍ଦିର ନିକଟରେ ପହଞ୍ଚିବା ପରେ ସିଂହଦ୍ବାରରେ ତାଙ୍କୁ ସେବାୟତ ତଥା ପୁରୀ ପ୍ରଶାସନ ତରଫରୁ ସ୍ଗାଗତ କରାଯାଇଥିଲା। ତାଙ୍କୁ ଜଗନ୍ନାଥଙ୍କ ପାଟବସ୍ତ୍ର ଉପହାର ଦେଇ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।

ସେ ମନ୍ଦିର ଭିତରେ ପ୍ରାୟ ଏକ ଘଣ୍ଟା ଧରି ରହିଥିଲେ। ସେ ରତ୍ନସିଂହାସନ ନିକଟରେ ରହି ଶ୍ରୀଜୀୟୁଙ୍କ ଦର୍ଶନ କରିବା ସହିତ ପୂଜାପାଠ କରିଥିଲେ। ଏହାପରେ ସେ ମନ୍ଦିର ଭିତରେ ଥିବା ପାର୍ଶ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ମମତାଙ୍କ ନାମରେ ବାରହାତର ଏକ ପତକା ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଇଥିଲା।

ଖୋଦ ମମତା ନିଜେ କୀର୍ତ୍ତନ ଚକଡାରେ ରହି ପତାକା ବନ୍ଧା ପର୍ବ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ। ତାଙ୍କ ସହିତ ତାଙ୍କର କୂଳପୁରୋହିତ ସେବାୟତ ସମସ୍ତେ ମନ୍ଦିର ଦର୍ଶନ କରାଇଥିଲେ। ଏହାପରେ ମମତା ମନ୍ଦିର ମଧ୍ୟରେ ବ୍ରାହ୍ମଣମାନଙ୍କୁ ପ୍ରସାଦ ଖାଇବାକୁ ଦେବା ସହିତ ନିଜେ ମଧ୍ୟ ତାଙ୍କ ସହିତ ବସି ଖାଇଥିଲେ। ଶେଷରେ ବ୍ରାହ୍ମଣ ଏବଂ ସେବାୟତମାନଙ୍କୁ ଦକ୍ଷିଣା ପ୍ରଦାନ କରିଥିଲେ।

ସେ ମନ୍ଦିରରୁ ପ୍ରତ୍ୟାବର୍ତ୍ତ କରିବା ବେଳେ ତାଙ୍କୁ ଏକ ଜଗନ୍ନାଥ ମୂର୍ତ୍ତି ଏବଂ ଫଟୋଚିତ୍ର ସେବାୟତଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ମମତା ମନ୍ଦିର ପ୍ରବେଶ ପୂର୍ବରୁ କିଛି ବାଟ ସେବାୟତଙ୍କ ଗହଣରେ ଚାଲିଚାଲି ସିଂହଦ୍ବାର ନିକଟକୁ ଆସିଥିଲେ। ତାଙ୍କର ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଏହା ପୂର୍ବରୁ ଆଜି ମମତା ପୂର୍ବାହ୍ନରେ ପୁରୀରେ ହେବାକୁ ଥିବା ପଶ୍ଚିମବଂଗ ସରକାରଙ୍କ ଅତିଥୀ ଭବନ ଜାଗା ବୁଲି ଦେଖିଥିଲେ। ଏହି ଅତିଥୀ ଭବନ ସିପସରୁବାଲି ନିକଟସ୍ଥ ମଙ୍ଗଳା ମୁହାଣରେ କରାଯିବ ବୋଲି ନିଷ୍ପତି ହୋଇଛି। ଏହି ସମୟରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ପୁରୀ ଜିଲ୍ଲାପାଳ ସହିତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଆସନ୍ତାକାଲି ସେ ଭୁବନେଶ୍ବର ଫେରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ। ଏଥିରେ କୌଣସି ରାଜନୈତିକ ଆଲୋଚନା ନାହିଁ ବୋଲି ମମତା ପୁରୀ ସାମ୍ବାଦିକମାନଙ୍କୁ କହିଛନ୍ତି। ନବୀନଙ୍କ ସହିତ ଆଲୋଚନା ପରେ ସେ କୋଲକାତା ଫେରିଯିବେ।

mamata banarjee ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.