Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ ବାଚଳାମୀ ଓ ପାଗଳାମୀରୁ କ୍ଷାନ୍ତ ରହନ୍ତୁ ବିରୋଧୀଦଳ ନେତା: ଅରୁଣ ସାହୁ
ବିଶେଷ ଖବର

ବିଧାନସଭାରେ ବାଚଳାମୀ ଓ ପାଗଳାମୀରୁ କ୍ଷାନ୍ତ ରହନ୍ତୁ ବିରୋଧୀଦଳ ନେତା: ଅରୁଣ ସାହୁ

March 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ।

ଶ୍ରୀ ସାହୁ କହିଛନ୍ତି ଯେ, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଶ୍ରୀ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ କୌଣସି ବିଭାଗର ଆଲୋଚନାବେଳେ ମଧ୍ୟ ସେମାନେ ଟାଣିଓଟାରି ଏକଥା ପକାଇଛନ୍ତି। ଚଳିତ ଅଧିବେଶନର ସବୁତକ ଦିନ ସେହି ଗୋଟିଏ କଥାକୁ ଉଠାଉଛନ୍ତି। ଯେଉଁମାନଙ୍କର ଟିକେ ପାଗଳାମୀ ଥାଏ, ସେମାନେ ଗୋଟିଏ କଥାକୁ ବାରମ୍ବାର କହି ଚାଲିଥାନ୍ତି। ଠିକ୍ ସେମିତି ବିରୋଧୀଦଳ ନେତା ଅଭ୍ୟାସଗତ କାହାଣୀକାର ଭଳି ଏହି ଗୋଟିଏ ପ୍ରସଙ୍ଗରେ ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଓ ଦେବାଳିଆ ହୋଇ ଯାଇଛନ୍ତି। କେତେବେଳେ କ’ଣ କହୁଛନ୍ତି ତାହା ନିଜେ ଜାଣି ପାରୁନାହାନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ କେତେଥର ଏଫବିଆଇର ସହାୟତା ଲୋଡ଼ିଛି, ବିରୋଧୀଦଳ ନେତା ତାହା ଯଦି ଜାଣନ୍ତି ନାହିଁ, ତେବେ ନିଜ ଦଳର କେନ୍ଦ୍ରୀୟ ନେତାମାନଙ୍କୁ ପଚାରନ୍ତୁ। ଏ ବିଷୟରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ସେ ଆଗ ସେମାନଙ୍କଠାରୁ ବୁଝନ୍ତୁ। ଯଦି ସେ ଭାବୁଥାନ୍ତି ଯେ ବିଧାନସଭା କେବଳ ଗୋଟିଏ ଘଟଣାକୁ ନେଇ ଚାଲିବ, ଓଡ଼ିଶାବାସୀଙ୍କର ଆଉ ଅନ୍ୟାନ୍ୟ ପ୍ରସଙ୍ଗ ତାଙ୍କ ପାଇଁ ମୂଲ୍ୟହୀନ ବୋଲି ମନେ କରି ସେ ବିଧାନସଭାରେ ଆଲୋଚନା କରାଇଦେବାକୁ ଚାହୁଁ ନ ଥାନ୍ତି, ତାହେଲେ ଏହା ଅତ୍ୟନ୍ତ ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ସାହୁ କହିଛନ୍ତି।

ବିରୋଧୀଦଳ ନେତାଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ ବଜେଟ୍ ତିଆରି କରିଛନ୍ତି, ତାହା ଓଡ଼ିଶାବାସୀଙ୍କ ପାଇଁ ପ୍ରେରିତ। ମାତ୍ର ବିରୋଧୀଦଳ ନେତାଙ୍କ ପାଇଁ ଏସବୁ କିଛି ମାନେ ରଖେ ନାହିଁ। ବିଧାନସଭାରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ଥିବାବେଳେ ସେ ନବଦାସ ହତ୍ୟା ମାମଲା ସଂପର୍କରେ ମନଗଢ଼ା କାହାଣୀ ଗପୁଛନ୍ତି। ବିଧାନସଭାର ସମୟ ନଷ୍ଟ କରିବା ଏବଂ କୌଣସି କାରଣ ନ ଥାଇ ବିଧାନସଭାକୁ ବନ୍ଦ କରିଦେବା ତାଙ୍କ ମାନସିକ ଦେବାଳିଆପଣକୁ ସୂଚାଉଛି।

ଅସଲ କଥା ହେଲା, ନବ ଦାସଙ୍କ ହତ୍ୟା ମାମଲାରୁ ରାଜନୈତିକ ଫାଇଦା ନେବା ଲାଗି ଜୟନାରାୟଣ ବାବୁ ଆପ୍ରାଣ ଚେଷ୍ଟା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ସବୁ କଥା ସ୍ପଷ୍ଟ କଲା ପରେ ମଧ୍ୟ ସେ ହୀନ ରାଜନୀତି କରୁଛନ୍ତି। ଗୋପାଳକୁ ପାଗଳ କହି କହି ନିଜେ ପାଗଳ ବୋଲି ସମସ୍ତଙ୍କ ଆଗରେ ପରିଚୟ ଦେଉଛନ୍ତି। ତେଣୁ ବିରୋଧୀଦଳ ନେତା ବିଧାନସଭାରେ ପାଗଳାମୀ ଓ ବାଚଳାମୀ ବନ୍ଦ କରି ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଲାଗି ଲଢ଼େଇ କରନ୍ତୁ ବୋଲି ଶ୍ରୀ ସାହୁ ତାଙ୍କୁ ଆହ୍ୱାନ ଦେଇଛନ୍ତି।

ଅରୁଣ ସାହୁ ଜୟନାରାୟଣ ମିଶ୍ର ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.