Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଳ ଜୀବନ ମିଶନ ୬୦ ପ୍ରତିଶତ ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ
ଜାତୀୟ ଖବର

ଜଳ ଜୀବନ ମିଶନ ୬୦ ପ୍ରତିଶତ ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ

April 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଳ ଜୀବନ ମିଶନ ୬୦ ପ୍ରତିଶତ ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି। ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର୍ ଘର୍ ଜଲ୍” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି।

ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି। ଏହା ଏକ ବିରଳ ସଫଳତା। ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି।

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା।

ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି। ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏହା ବ୍ୟତୀତ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପାଇପ ଜଳ ଯେପରି ଆବଶ୍ୟକ ପେସର ଓ ବେଗରେ ଆସିବ ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉଛି।

ଜଳ ଜୀବନ ମିଶନରେ ମୋଟ ୩୬୦୦ ବିଲିୟନ ଟଙ୍କା ବା ୪୩. ୮୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏକ ବିଲିୟନର ଅର୍ଥ ୧୦୦କୋଟି । ଏହା ପୃଥିବୀର ସର୍ବବୃହତ ଜନକଲ୍ୟାଣକାରୀ କାର‌୍ୟ୍ୟକ୍ରମ। ଏହି ଅଭିଯାନ ୨୦୧୯ରେ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୯. ୪୩ କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ମାତ୍ର ୩.୨୩ କୋଟି ବା ୧୬.୬୫% ଙ୍କ ଘରେ ଟ୍ୟାପ ଜଳ ସୁବିଧା ଥିଲା।

୨୦୨୩ ଏପ୍ରିଲ ୪ତାରିଖରେ ଭାରତ ହର୍ ଘର୍ ଜଲ୍ ଅଭିଯାନରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ପ୍ରକ୍ରିୟାରେ ୧୧.୬୬ କୋଟି ଗ୍ରାମୀଣ ପରିବାର (୬୦%)କୁ ସେମାନଙ୍କ ଘରେ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ପାଞ୍ଚଟି ରାଜ୍ୟ ଯଥା ଗୁଜରାଟ, ତେଲଙ୍ଗାନା, ଗୋଆ, ହରିୟାଣା ଓ ପଞ୍ଜାବ ଏବଂ ତିନିଟି କେନ୍ଦ୍ରଶାସିତ ଅଞ୍ଚଳ-ଆଣ୍ଡାମାନ ନିକୋବର, ଦାଦ୍ରା ଓ ନଗର ହାବେଳି ଏବଂ ପୁଡୁଚେରୀରେ ଏହି ଟ୍ୟାପ ସଂଯୋଗ ଶତ ପ୍ରତିଶତ ହୋଇଛି। ଅବଶିଷ୍ଟ ଗ୍ରାମାଞ୍ଚଳ ପରିବାରକୁ ଯଥା ଶୀଘ୍ର ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଉଦ୍ୟମ ଅବ୍ୟାହତ ରହିଛି।

ଜଳ ଜୀବନ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.