Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଟ୍ଟା ଏବଂ ଜୁଆଖେଳର ବିଜ୍ଞାପନ ବିରୁଦ୍ଧରେ ନୂତନ ପରାମର୍ଶ ଚେତାବନୀ ଜାରି
ଅପରାଧ

ସଟ୍ଟା ଏବଂ ଜୁଆଖେଳର ବିଜ୍ଞାପନ ବିରୁଦ୍ଧରେ ନୂତନ ପରାମର୍ଶ ଚେତାବନୀ ଜାରି

April 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ଜୁଆଖେଳର ବିଜ୍ଞାପନ/ପ୍ରୋତ୍ସାହନମୂଳକ ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପରାମର୍ଶ ଦେଇଛି।

ଆଜି ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ, ଆଗଧାଡିର ମୁଖ୍ୟ ଇଂରାଜୀ ଏବଂ ହିନ୍ଦୀ ଖବରକାଗଜରେ ଜୁଆ ୱେବସାଇଟର ପ୍ରୋତ୍ସାହନମୂଳକ ବିଜ୍ଞାପନ ବିଷୟବସ୍ତୁକୁ ନେଇ ମନ୍ତ୍ରଣାଳୟ ଗଭୀର ଅସନ୍ତୋଷ ପ୍ରକଟ କରିଛି। ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍ ଖବର ପ୍ରକାଶକ ସମେତ ସମସ୍ତ ଗଣମାଧ୍ୟମକୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ସାମ୍ପ୍ରତିକ ସମୟରେ ଗଣମାଧ୍ୟମରେ ଏପରି ବିଜ୍ଞାପନ ପ୍ରକାଶ ପାଇଥିବାର ର୍ନିଦ୍ଦିଷ୍ଟ କେତେକ ଉଦାହରଣ ଦେଖାଯାଇଛି।

ଏକ ର୍ନିଦ୍ଦିଷ୍ଟ ଜୁଆ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ଉତ୍ସାହିତ କରୁଥିବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ମଧ୍ୟ ଆପତ୍ତି ଉଠାଇଛି, ଯେଉଁଥିରେ ଏହା କପିରାଇଟ୍ ଆଇନ୍‍, ୧୯୫୭ ର ଉଲ୍ଲଂଘନ କରୁଥିବା ଜଣାପଡିଛି।

ଆଇନଗତ ବାଧ୍ୟତାମୂଳକ ତଥା ଗଣମାଧ୍ୟମର ନୈତିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଉଥିବାବେଳେ, ମାର୍ଗଦର୍ଶିକା ପ୍ରେସ କାଉନସିଲର ସାମ୍ବାଦିକତା ଆଚରଣର ମାନଦଣ୍ଡ ନିୟମାବଳୀକୁ ସୂଚିତ କରୁଛି ଯାହା ଅନ୍ୟ କଥା ସହିତ ଉଲ୍ଲେଖ କରିଛି ଯେ ଖବରକାଗଜ ଏଭଳି ବିଜ୍ଞାପନ ପ୍ରକାଶନ କରିବା ଉଚିତ ନୁହେଁ ଯାହା ବେଆଇନ୍ ଅଟେ, ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ ଖବରକାଗଜ ଏବଂ ସାମୟିକ ପତ୍ରିକାଗୁଡ଼ିକ ପିଆରବି ଆଇନ୍‍, ୧୮୬୭ ର ଧାରା ୭ ଅନୁଯାୟୀ ବିଜ୍ଞାପନ ସମେତ ସମସ୍ତ ବିଷୟବସ୍ତୁ ପାଇଁ ସମ୍ପାଦକଙ୍କ ଦାୟିତ୍ୱକୁ ଦୃଷ୍ଟିରେ ରଖି ନୈତିକ ତଥା ଆଇନଗତ ଦୃଷ୍ଟିରୁ ବିଜ୍ଞାପନ ଗୁଡ଼ିକୁ ଯାଞ୍ଚ କରିବା ଉଚିତ୍‍। ରାଜସ୍ୱ ସ୍ରଂଗ୍ରହ କେବଳ ପ୍ରେସ୍ ର ଏକମାତ୍ର ଲକ୍ଷ୍ୟ ହୋଇପାରିବ ନାହିଁ ଏବଂ ହେବା ମଧ୍ୟ ଉଚିତ ନୁହେଁ, ଯାହା ବହୁତ ବଡ ସାର୍ବଜନିକ ଦାୟିତ୍ୱ ଅଟେ।

ମନ୍ତ୍ରଣାଳୟ ଏହାପୂର୍ବରୁ ଜୁନ୍ ଏବଂ ଅକ୍ଟୋବର, ୨୦୨୨ ମାସରେ ପରାମର୍ଶ ଦେଇଥିଲା ଯେ ସଟ୍ଟା ଏବଂ ଜୁଆ ବେଆଇନ ଅଟେ, ତେଣୁ ଏହିପରି କାର୍ଯ୍ୟକଳାପର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବିଜ୍ଞାପନ ଗ୍ରାହକ ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ୍ ଆଇନ୍‍ ୧୯୭୮, ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକ ସଂକେତ) ନିୟମ, ୨୦୨୧, ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ନିୟମର ଉଲ୍ଲଙ୍ଘନ ଅଟେ।

ଜୁଆଖେଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.