Categories
ଅପରାଧ ଆଜିର ଖବର ଜାତୀୟ ଖବର ବିଶେଷ ଖବର

ସଟ୍ଟା ଏବଂ ଜୁଆଖେଳର ବିଜ୍ଞାପନ ବିରୁଦ୍ଧରେ ନୂତନ ପରାମର୍ଶ ଚେତାବନୀ ଜାରି

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ଜୁଆଖେଳର ବିଜ୍ଞାପନ/ପ୍ରୋତ୍ସାହନମୂଳକ ବିଷୟବସ୍ତୁ ପ୍ରସାରଣରୁ ବିରତ ରହିବାକୁ ପରାମର୍ଶ ଦେଇଛି।

ଆଜି ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ, ଆଗଧାଡିର ମୁଖ୍ୟ ଇଂରାଜୀ ଏବଂ ହିନ୍ଦୀ ଖବରକାଗଜରେ ଜୁଆ ୱେବସାଇଟର ପ୍ରୋତ୍ସାହନମୂଳକ ବିଜ୍ଞାପନ ବିଷୟବସ୍ତୁକୁ ନେଇ ମନ୍ତ୍ରଣାଳୟ ଗଭୀର ଅସନ୍ତୋଷ ପ୍ରକଟ କରିଛି। ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍ ଖବର ପ୍ରକାଶକ ସମେତ ସମସ୍ତ ଗଣମାଧ୍ୟମକୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ସାମ୍ପ୍ରତିକ ସମୟରେ ଗଣମାଧ୍ୟମରେ ଏପରି ବିଜ୍ଞାପନ ପ୍ରକାଶ ପାଇଥିବାର ର୍ନିଦ୍ଦିଷ୍ଟ କେତେକ ଉଦାହରଣ ଦେଖାଯାଇଛି।

ଏକ ର୍ନିଦ୍ଦିଷ୍ଟ ଜୁଆ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ପ୍ରତିଯୋଗିତା ଦେଖିବା ପାଇଁ ଉତ୍ସାହିତ କରୁଥିବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ମଧ୍ୟ ଆପତ୍ତି ଉଠାଇଛି, ଯେଉଁଥିରେ ଏହା କପିରାଇଟ୍ ଆଇନ୍‍, ୧୯୫୭ ର ଉଲ୍ଲଂଘନ କରୁଥିବା ଜଣାପଡିଛି।

ଆଇନଗତ ବାଧ୍ୟତାମୂଳକ ତଥା ଗଣମାଧ୍ୟମର ନୈତିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଉଥିବାବେଳେ, ମାର୍ଗଦର୍ଶିକା ପ୍ରେସ କାଉନସିଲର ସାମ୍ବାଦିକତା ଆଚରଣର ମାନଦଣ୍ଡ ନିୟମାବଳୀକୁ ସୂଚିତ କରୁଛି ଯାହା ଅନ୍ୟ କଥା ସହିତ ଉଲ୍ଲେଖ କରିଛି ଯେ ଖବରକାଗଜ ଏଭଳି ବିଜ୍ଞାପନ ପ୍ରକାଶନ କରିବା ଉଚିତ ନୁହେଁ ଯାହା ବେଆଇନ୍ ଅଟେ, ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ ଖବରକାଗଜ ଏବଂ ସାମୟିକ ପତ୍ରିକାଗୁଡ଼ିକ ପିଆରବି ଆଇନ୍‍, ୧୮୬୭ ର ଧାରା ୭ ଅନୁଯାୟୀ ବିଜ୍ଞାପନ ସମେତ ସମସ୍ତ ବିଷୟବସ୍ତୁ ପାଇଁ ସମ୍ପାଦକଙ୍କ ଦାୟିତ୍ୱକୁ ଦୃଷ୍ଟିରେ ରଖି ନୈତିକ ତଥା ଆଇନଗତ ଦୃଷ୍ଟିରୁ ବିଜ୍ଞାପନ ଗୁଡ଼ିକୁ ଯାଞ୍ଚ କରିବା ଉଚିତ୍‍। ରାଜସ୍ୱ ସ୍ରଂଗ୍ରହ କେବଳ ପ୍ରେସ୍ ର ଏକମାତ୍ର ଲକ୍ଷ୍ୟ ହୋଇପାରିବ ନାହିଁ ଏବଂ ହେବା ମଧ୍ୟ ଉଚିତ ନୁହେଁ, ଯାହା ବହୁତ ବଡ ସାର୍ବଜନିକ ଦାୟିତ୍ୱ ଅଟେ।

ମନ୍ତ୍ରଣାଳୟ ଏହାପୂର୍ବରୁ ଜୁନ୍ ଏବଂ ଅକ୍ଟୋବର, ୨୦୨୨ ମାସରେ ପରାମର୍ଶ ଦେଇଥିଲା ଯେ ସଟ୍ଟା ଏବଂ ଜୁଆ ବେଆଇନ ଅଟେ, ତେଣୁ ଏହିପରି କାର୍ଯ୍ୟକଳାପର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବିଜ୍ଞାପନ ଗ୍ରାହକ ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ୍ ଆଇନ୍‍ ୧୯୭୮, ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକ ସଂକେତ) ନିୟମ, ୨୦୨୧, ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ନିୟମର ଉଲ୍ଲଙ୍ଘନ ଅଟେ।

Categories
ଆଜିର ଖବର ଆଞ୍ଚଳିକ

ପୁଣି ୨୪ ଘଣ୍ଟାରେ ୪୬ ଜୁଆଡ଼ି ଗିରଫ: ଦାଦାବଟି ମାଗି ୨୬ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି କୂମାରପୂର୍ଣ୍ଣିମା ଥିବାବେଳେ ଜୁଆଖେଳ ଶୀର୍ଷରେ ପହଞ୍ଚିଥିଲା। ଗଂଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ବହୁ ଜୁଆଡ଼ିକୁ ଗଂଜାମ ଜିଲ୍ଲା ପୋଲିସ୍ ଗିରଫ କରିଥିବାବେଳେ ଗତକାଲି ଏବଂ ଆଜି ମଧ୍ୟ ଜୁଆଆଡ୍ଡା ଚଢ଼ାଉ ଜାରି ରଖିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଗ୍ରାମର ୮ଟି ଜୁଆଆଡ୍ଡା ଚଢ଼ାଉ କରି ୪୬ ଜଣ ଜୁଆଡ଼ିକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍ ଏହା ସହ ୨ ଲକ୍ଷ ୧୫ହଜାର ୬୩୫ ଟଙ୍କା ଏବଂ ଖେଳସାମଗ୍ରୀ ଜବତ କରିଛି। ତେବେ ଚଳିତବର୍ଷ ଦାଦାବଟି ମାଗିବା ନେଇ ପୋଲିସ୍ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଧରପଗଡ଼ ଚାଲିଥିଲା। ଏହିକ୍ରମରେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ଦାଦାବଟି ମାଗିବା ଅଭିଯୋଗରେ ୨୬ ଜଣକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ: ୨୪ ଘଣ୍ଟାରେ ପୁଣି ଗିରଫ ହେଲେ ୯୮ ଜୁଆଡ଼ି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତକାଲି ପରି ଆଜି ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳର ୧୭ଟି ଜୁଆଆଡ୍ଡା ଚଢ଼ାଉ କରାଯାଇ ୯୮ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୨ ଲକ୍ଷ ୯୪ ହଜାର ୭୨୫ ଟଙ୍କା ଜବତ ହୋଇଛି। ଏହା ସହ ୧୯ଟି ମୋବାଇଲ୍ ଫୋନ୍ ଏବଂ ଖେଳ ସାମଗ୍ରୀକୁ ପୋଲିସ୍ ଜବତ କରିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ କରିଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଗଂଜାମ ପୋଲିସର ଚଢାଉ, 12 ଜଣ ଜୁଆଡି ଗିରଫ, ପଚାଶ ହଜାର ଟଙ୍କା ଜବତ

ଗଂଜାମ, କୁମାର ପୂର୍ଣ୍ଣିମା ପାଖେଇଲେ ବିଭିନ୍ନ ସ୍ଥାନରେ ଚାଲେ ଜୁଆଖେଳ। ଏପରି ସ୍ଥିତିରେ ଗଂଜାମ ପୋଲିସ ବେଶ ସଜାଗ ହୋଇ ଉଠିଛି। ଗତକାଲି ଗାଂଗପୁର ଥାନା ତରଫରୁ ବିଭିନ୍ନ ଗ୍ରାମାଞ୍ଚଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ଫଳରେ ଦୁଇଟି ଗାଁରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲା। ଏହି ଦୁଇଟି ଗାଁ ହେଲା କୈଥରା ଏବଂ ଲଣ୍ଡାଜୁହାଳି। ଏହି ଗାଁରେ ପୋଲିସ ଚଢାଉ କରି 12 ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ 50 ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରିଛି।