Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଜ ଉତ୍ସବ – ୨୦୨୩ର ଉଦ୍‌ଘାଟନ କଲେ ରାଷ୍ଟ୍ରପତି
ବିଶେଷ ଖବର

ଗଜ ଉତ୍ସବ – ୨୦୨୩ର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

April 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ଆଜି  ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଗଜ ଉତ୍ସବ – ୨୦୨୩ ର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ,  ପ୍ରକୃତି ଏବଂ ମାନବତା ମଧ୍ୟରେ ବହୁତ ପବିତ୍ର ସମ୍ପର୍କ ରହିଛି। ପ୍ରକୃତିକୁ ସମ୍ମାନ କରିବାର ସଂସ୍କୃତି ଆମ ଦେଶର ପରିଚୟ ହୋଇ ରହି ଆସିଛି। ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ପରସ୍ପରଠାରୁ ପୋଷଣ ଗ୍ରହଣ କରୁଛନ୍ତି। ଆମ ପରମ୍ପରାରେ ହାତୀ ମାନଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଇଛି। ଏହି ପ୍ରାଣୀକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରା ଯାଇଥାଏ। ଏହା ହେଉଛି ଭାରତର ଜାତୀୟ ଐତିହ୍ୟ ପ୍ରାଣୀ। ତେଣୁ ଆମର ଜାତୀୟ ଐତିହ୍ୟକୁ ବଞ୍ଚାଇ ରଖିବା ଆମର ଜାତୀୟ ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।

ରାଷ୍ଟ୍ରପତି କହିଛନ୍ତି ଯେଉଁ କାର୍ଯ୍ୟ ପ୍ରକୃତି, ପଶୁ ଏବଂ ପକ୍ଷୀମାନଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ, ତାହା ମଧ୍ୟ ମାନବତା ଏବଂ ଧରିତ୍ରୀ ମାତାଙ୍କର ସ୍ୱାର୍ଥ ସହିତ ନିହିତ ଅଛି। ହାତୀ ଅଭୟାରଣ୍ୟର ଜଙ୍ଗଲ ଏବଂ ସବୁଜ ଅଞ୍ଚଳ ଅତ୍ୟନ୍ତ ପ୍ରଭାବଶାଳୀ ଅଙ୍ଗାରକ କୁଣ୍ଡ (କାର୍ବନ ସିଙ୍କ୍‌) ଅଟେ। ତେଣୁ ଏହା କୁହା ଯାଇପାରେ ଯେ ହାତୀ ସଂରକ୍ଷଣ ଦ୍ୱାରା ଆମ ସମସ୍ତଙ୍କୁ ଲାଭ ପ୍ରାପ୍ତ ହେବ ଏବଂ ଏହା ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ। ଏଭଳି ପ୍ରୟାସରେ ସରକାରଙ୍କ ସହ ସମାଜର ଭାଗୀଦାରୀତା ମଧ୍ୟ ଆବଶ୍ୟକ ଅଟେ।

ରାଷ୍ଟ୍ରପତି କହିଛନ୍ତି ଯେ, ହାତୀ ମାନଙ୍କୁ ଅତି ବୁଦ୍ଧିମାନ ଏବଂ ସମ୍ବେଦନଶୀଳ ପଶୁ ଭାବରେ ବିବେଚନା କରାଯାଏ। ସେମାନେ ମଧ୍ୟ ମଣିଷ ପରି ସାମାଜିକ ପ୍ରାଣୀ। ସେ ଏହା ମଧ୍ୟ କହିଛନ୍ତି ଯେ, ଆମର ହାତୀ ମାନଙ୍କ ପ୍ରତି ଏବଂ ଅନ୍ୟ ଜୀବଜନ୍ତୁ ମାନଙ୍କ ପ୍ରତି ସମାନ ସହାନୁଭୂତି ଏବଂ ସମ୍ମାନର ଭାବନା ରହିବା ଉଚିତ୍‌, ଯେପରି ମନୁଷ୍ୟ ମାନଙ୍କ ପ୍ରତି ରହିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପଶୁ ଏବଂ ପକ୍ଷୀ ମାନଙ୍କ ଠାରୁ ନିଃସ୍ୱାର୍ଥ ପ୍ରେମର ଭାବନା ସମ୍ପର୍କରେ ଶିକ୍ଷାଲାଭ କରି ପାରିବା।

ରାଷ୍ଟ୍ରପତି କହିଛନ୍ତି ଯେ, ଶହ ଶହ ବର୍ଷ  ଧରି ‘ମାନବ – ହାତୀ ସଂଘର୍ଷ’ ଏକ ପ୍ରସଙ୍ଗ ହୋଇ ରହି ଆସିଛି। ଏବଂ ଯେତେବେଳେ ଆମେ ଏହି ସଂଘର୍ଷ ପ୍ରସଙ୍ଗକୁ ବିଶ୍ଳେଷଣ କରୁ, ଏହା ଦେଖାଯାଏ ଯେ ପ୍ରାକୃତିକ ବାସସ୍ଥାନ କିମ୍ବା ହାତୀର ଗତିବିଧିରେ ସୃଷ୍ଟି ହୋଇଥିବା ଏକ ପ୍ରତିବନ୍ଧକ ହେଉଛି ଏହାର ମୂଳ କାରଣ। ତେଣୁ ଏହାକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ମାନବ ସମାଜ ଉପରେ ରହିଛି। ସେ ଦର୍ଶାଇଛନ୍ତି ଯେ ହାତୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସଂରକ୍ଷଣ କରିବା ଏବଂ ହାତୀ କରିଡରକୁ ବାଧା ମୁକ୍ତ ରଖିବା ଇତ୍ୟାଦି ପ୍ରକଳ୍ପ ଗଜର ମୂଳ ଉଦ୍ଦେଶ୍ୟ ଅଟେ। ମାନବ- ହାତୀ ସଂଘର୍ଷ ସହିତ ଜଡିତ ସମସ୍ୟାର ସମାଧାନ ମଧ୍ୟ ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ସେ କହିଛନ୍ତି ଯେ, ଏହି ସମସ୍ତ ଉଦ୍ଦେଶ୍ୟ ପରସ୍ପର ସହ ଯୋଡି ହୋଇ ରହିଛି।

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଆସାମର କାଜିରଙ୍ଗା ଏବଂ ମାନସ ଜାତୀୟ ଉଦ୍ୟାନ କେବଳ ଭାରତ ବର୍ଷରେ ନୁହେଁ, ସମଗ୍ର ବିଶ୍ୱର ଅମୂଲ୍ୟ ଐତିହ୍ୟ ଅଟେ। ସେଥିପାଇଁ ୟୁନେସ୍କୋ ଦ୍ୱାରା ସେଗୁଡିକୁ ‘ବିଶ୍ୱ ଐତିହ୍ୟ ସ୍ଥଳୀ’ ର ମାନ୍ୟତା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ଭାରତରେ ଆସାମ ରାଜ୍ୟରେ ବନ୍ୟ ହାତୀର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ରହିଛି । ତେଣୁ ଗଜ- ଉତ୍ସବର ଆୟୋଜନ ପାଇଁ କାଜିରଙ୍ଗା ଏକ ଅତ୍ୟନ୍ତ ଉପଯୁକ୍ତ ସ୍ଥାନ। ସେ କହିଛନ୍ତି ଯେ ପ୍ରକଳ୍ପ ଗଜ ଏବଂ ଗଜ – ଉତ୍ସବର ସଫଳତା ପାଇଁ ସମସ୍ତ ହିତାଧିକାରୀ ମାନଙ୍କୁ ଏକାଠି ଆଗକୁ ବଢ଼ିବାକୁ ପଡିବ।

ପଦୀ  ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.