Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଦାନୀ ମାମଲାରେ ଜେପିସି ଦାବିକୁ ଶରଦ ପାୱାରଙ୍କ ନାହିଁ ସମର୍ଥନ, ବର୍ତ୍ତମାନ କଂଗ୍ରେସ ଦେଲା ପ୍ରତିକ୍ରିୟା
ବିଶେଷ ଖବର

ଅଦାନୀ ମାମଲାରେ ଜେପିସି ଦାବିକୁ ଶରଦ ପାୱାରଙ୍କ ନାହିଁ ସମର୍ଥନ, ବର୍ତ୍ତମାନ କଂଗ୍ରେସ ଦେଲା ପ୍ରତିକ୍ରିୟା

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶରଦ ପାୱାର
ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଅଦାନୀ ଗ୍ରୁପ୍ ମାମଲାରେ ଜେପିସି ଅନୁସନ୍ଧାନର ଦାବିକୁ ସମର୍ଥନ କରିନାହାଁନ୍ତି। ଶୁକ୍ରବାର ଦିନ ଏକ ସାକ୍ଷାତକାରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସ୍ୱାଗତ କରି ସେ କହିଛନ୍ତି ଯେ, ଏହାର ଅନୁସନ୍ଧାନ କରାଯାଉଛି, ତେଣୁ ସତ୍ୟ ପ୍ରକାଶ ପାଇବ ବୋଲି ଅଧିକ ଆଶା ଅଛି। କୋର୍ଟଙ୍କ ନିଷ୍ପତ୍ତି ପରେ ଜେପିସି ଅନୁସନ୍ଧାନର କୌଣସି ଗୁରୁତ୍ୱ ରହିବ ନାହିଁ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପାୱାରଙ୍କ ଏହି ବିବୃତ୍ତି ପରେ କଂଗ୍ରେସ ଏକ ବିବୃତ୍ତି ଜାରି କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହା ତାଙ୍କର (ଶରଦ ପାୱାର) ନିଜର ମତ ହୋଇପାରେ। ଜୟରାମ ରମେଶ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ୧୯ ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଆମେ ସମସ୍ତେ ଏହି ବିଷୟକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରୁଛୁ। ”ଏହା ସହିତ ସେ ଦାବି କରିଛନ୍ତି ଯେ, ଏନସିପି ସମେତ ୨୦ ବିରୋଧୀ ଦଳ ବିଜେପି ବିରୋଧରେ ଅଛନ୍ତି।

ଅଦାନି ଗୋଷ୍ଠୀ ପ୍ରସଙ୍ଗରେ ଏନସିପି ମୁଖ୍ୟ ଶରଦ ପାୱାର ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ହିନ୍ଦନବର୍ଗ ରିପୋର୍ଟକୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି? ଆମେ ସେମାନଙ୍କ ବିଷୟରେ କେବେ ଶୁଣିନାହୁଁ, ସେମାନଙ୍କର ପୃଷ୍ଠଭୂମି କ’ଣ? ଯେତେବେଳେ ଆମେ ଏପରି ପ୍ରସଙ୍ଗ ଉଠାଇଥାଉ ଯାହା ସମଗ୍ର ଦେଶରେ ହଙ୍ଗାମା ସୃଷ୍ଟି କରେ, ସେତେବେଳେ ଦେଶର ଅର୍ଥନୀତି ଏଥିପାଇଁ ପ୍ରଭାବିତ ହୁଏ। ଆମେ ଏହି ଜିନିଷଗୁଡ଼ିକୁ ଅଣଦେଖା କରିପାରିବୁ ନାହିଁ। ଟାର୍ଗେଟ କରାଯାଉଥିବା ପରି ଦେଖାଯାଉଛି।

ଅନେକ ପ୍ରସଙ୍ଗରେ ଜେପିସି ଗଠନ କରାଯାଇଛି ବୋଲି ଶରଦ ପାୱାର କହିଛନ୍ତି। ମୋର ମନେ ଅଛି ଥରେ କୋକାକୋଲା ପ୍ରସଙ୍ଗରେ ଏକ ଜେପିସି ଗଠନ କରାଯାଇଥିଲା, ଯେଉଁଥିରେ ମୁଁ ଅଧ୍ୟକ୍ଷ ଥିଲି। ଏହା ନୁହେଁ ଯେ JPC ପୂର୍ବରୁ ଗଠିତ ହୋଇନଥିଲା।

ସେ ଆହୁରି କହିଛନ୍ତି ଯେ, ଯଦି ଆଦାନୀ ଗୋଷ୍ଠୀ ମାମଲାରେ ଜେପିସି ଗଠନ ହୁଏ, ତେବେ ସରକାରଙ୍କ ଦ୍ୱାରା ମନିଟରିଂ କରାଯିବ, ତେବେ ଏପରି ପରିସ୍ଥିତିରେ ସତ୍ୟ କିପରି ବାହାରକୁ ଆସିବ।

ଉଲ୍ଲେଖ ଯୋଗ୍ୟ ଯେ ସଂସଦରେ ବିରୋଧୀ ଦଳମାନେ ଅଦାନୀ ଗ୍ରୁପ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ। ଏ ସମ୍ପର୍କରେ ସଂସଦର ପୁରା ବଜେଟ୍ ଅଧିବେଶନରେ ବହୁତ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ବିଜେପି କଂଗ୍ରେସ ଉପରେ ଆକ୍ରମଣ କରିଥିଲା।

କଂଗ୍ରେସ ନ୍ୟାସନାଲ କଂଗ୍ରେସ ପାର୍ଟି ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.