Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ବିଧାୟକଙ୍କ ଟୁଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ରିଟୁଇଟ, ଜାଣନ୍ତୁ ସେ କିଏ
ଜାତୀୟ ଖବର

ଓଡିଶା ବିଧାୟକଙ୍କ ଟୁଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ରିଟୁଇଟ, ଜାଣନ୍ତୁ ସେ କିଏ

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଜଣେ ବିଧାୟକଙ୍କ ଟୁଇଟକୁ ରିଟୁଇଟ କରିଛନ୍ତି। ସେହି ଓଡିଶା ବିଧାୟକ ହେଲେ ତଲସରାର ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ। ସେ ରାଉରକେଲାରେ ହେଉଥିବା ଆଦି ମହୋତ୍ସବ ସଂପର୍କରେ ଏକ ଲେଖା ଓ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ବିଧାୟକ ଭବାନୀ ଭୋଇ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଆସନ୍ତୁ…. ରାଉରକେଲା ଠାରେ ଆମ ଆଦିବାସୀ ପରମ୍ପରା ଓ ସଂସ୍କୃତି ର ସମାଗମ “ଆଦି ମହୋତ୍ସବ” ଦେଖନ୍ତୁ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଉରକେଲାରେ ଭାରତ ସରକାରଙ୍କ ଟ୍ରାଇଫେଡ ସଂସ୍ଥା ଓ ରାଉରକେଲା ଇସ୍ପାତ କାରଖାନା ର ମିଳିତ ଆନୁକୁଲ୍ୟରେ “ଆଦି ମହୋତ୍ସବ” ଆଜି ଠାରୁ ଭଞ୍ଜ ଭବନ ପଡ଼ିଆ ରେ ଆରମ୍ଭ ହୋଇଛି।’

ସେହିପରି ସେ ଲେଖିଛନ୍ତି ଯେ, “ଆଦି ମହୋତ୍ସବ ଆଦିବାସୀ ସଂପ୍ରଦାୟ ଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ର ଏକ ସୁନ୍ଦର ପ୍ଲାଟଫର୍ମ ହୋଇ ପାରିଛି। ଆଦି ମହୋତ୍ସବ ପୀଢ଼ି ପରେ ପୀଢ଼ି ଧରି ଜନ୍ମ ଗତ ଭାବେ ଦେଶ ର ବିଭିନ୍ନ ରାଜ୍ୟ ର ଆଦିବାସୀ କଳା, ଭାସ୍କର୍ଯ୍ୟ ଓ କୁଟୀର ଶିଳ୍ପ ର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ ଗୁଡ଼ିକ ବିକ୍ରି ତଥା ପ୍ରଚାର।

ଗତକାଲି ଏହି ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ପ୍ରଦାନ କରିବା ସହିତ ତାହାକୁ ରିଟୁଇଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖଛନ୍ତି ଯେ An interesting thread on Aadi Mahotsav, which is happening in Rourkela, Odisha. India is proud of the heritage and culture of our tribal communities.

ଆଦି ମହୋତ୍ସବ ଭାରତ ସରକାରଙ୍କ  ସହଯୋଗରେ ବିଭିନ୍ନ ରାଜ୍ୟରେ ଆୟୋଜିତ ହୋଇ ଆସୁଅଛି। ଏହାକୁ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ହୋଇ ଆସୁଛି। ଏଥିରେ ଆଦିବାସୀ କଳା, ସଂସ୍କୃତି ତଥା ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥାଏ। ବିଭିନ୍ନ ଷ୍ଟଲରେ ଆଦିବାସୀଙ୍କ ସାମଗ୍ରୀ ବିକ୍ରି କରାଯାଇଥାଏ।

ଆଦି ମହୋତ୍ସବ ପ୍ରଧାନମନ୍ତ୍ରୀ ଭବାନୀ ଶଙ୍କର ଭୋଇ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ଚିଲିକା ହ୍ରଦର ପୁନରୁଦ୍ଧାର ପଦକ୍ଷେପ ପାଇଁ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

February 27, 2026

ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା

February 27, 2026

ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ

February 27, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରବୋଧନ ଶିକ୍ଷା ତାଲିମ କେନ୍ଦ୍ର ପରିଦର୍ଶନ

February 27, 2026

ଚିଲିକା ହ୍ରଦର ପୁନରୁଦ୍ଧାର ପଦକ୍ଷେପ ପାଇଁ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

February 27, 2026

ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା

February 27, 2026

ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ

February 27, 2026

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.