Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ବେହେରା
ବିଶେଷ ଖବର

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ବେହେରା

April 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀଙ୍କ ଉପସ୍ଥିତିରେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଦୀପ ବେହେରା ଆଜି ଆନୁଷ୍ଟାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତରକୁଳ ଗ୍ରାମପଂଚାୟତର ସରପଂଚ ବିଜେଡି ନେତ୍ରୀ ସୁଭାଷିନୀ ବେହେରା, ସ୍ଥାନୀୟ ବରିଷ୍ଠ ବିଜେଡି ନେତା ବିନୋଦ ଭୁୟାଁ, ନାଏବ ସରପଂଚ ଶକୁନ୍ତଳା ମାଦେଳୀ, ନିର୍ବାଚିତ ଜନପ୍ରତିନିଧି କବିତା ସାହୁ, ଉମାକାନ୍ତ ସାହୁ, ପପୁ ମଲ୍ଲିକ, ପ୍ରଭାତୀ ବେହେରା, ସନ୍ଧ୍ୟାରାଣୀ ସ୍ୱାଇଁ, ସୁବାଷ ମଲ୍ଲିକ, ରଞ୍ଜନ ପରିଡା, ନୃସିଂହ ନାୟକ, ଅନନ୍ତ ମଲ୍ଲିକ, ପ୍ରମୋଦ ସାହୁ, ମାନସ ମହାପାତ୍ର, ବିଜେଡି ନେତା ଭାସ୍କର ଜେନା, ଅକ୍ଷୟ ପରିଡା, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରକାଶ ନାୟକ, ବିଧାଂଶୁ ପରିଡା ପ୍ରମୁଖ ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ ନେତା ଅମୀୟ ସିଂ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଶ୍ରୀ ବେହେରା ବିଜେପିରେ ଯୋଗ ଦେଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଣେ ସାଧାରଣ ଲୋକଙ୍କ ସ୍ୱପ୍ନକୁ ପୁରଣ କରିପାରେ। ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ପ୍ରତିଷ୍ଠା କରାଇବା ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ଏବଂ କଟକ ସଦର ନିର୍ବାଚନମଣ୍ଡଳୀରେ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡିକୁ କ୍ଷମତାଚୁ୍ୟତ କରିବାକୁ ସଂକଳ୍ପବଦ୍ଧ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଦିଲୀପ ମଲ୍ଲିକ, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ବିଧାନସଭା ପ୍ରଭାରୀ ରଶ୍ମୀରେଖା ଦାସ, ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ନେତା ବିଜେପି ମନମୋହନ ସାମଲ ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Latest News

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

April 1, 2026

ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

April 1, 2026

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.