Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଆବାସ ଯୋଜନା ନେଇ ପୁଣି ଥରେ ମୁହାଁମୁହିଁ ହେଲେ ବିଜେଡି ବିଜେପି
ବିଶେଷ ଖବର

ଓଡିଶାରେ ଆବାସ ଯୋଜନା ନେଇ ପୁଣି ଥରେ ମୁହାଁମୁହିଁ ହେଲେ ବିଜେଡି ବିଜେପି

April 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
IpisitaSahoo
ଓଡିଶାରେ ଆବାସ ଯୋଜନା ନେଇ ପୁଣି ଥରେ ମୁହାଁମୁହିଁ ହେଲେ ବିଜେଡି ବିଜେପି

ଭୁବନେଶ୍ୱର: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ନେଇ ପୁଣି ଥରେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାର ବର୍ଷା ପୂର୍ବରୁ ଆବାସ ଯୋଜନା ବଣ୍ଟନ ନ କଲେ ରାଜ୍ୟରେ ନିଆଁ ଜଳିବ ବୋଲି ଧମକ ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଏହାର ଜବାବ ବିଜେଡି ତରଫରୁ ଦିଆଯାଇଛି। ବିଜେଡି କହିଛି ରାଜ୍ୟ ବିଜେପି କିଭଳି ଓଡିଶା ତଥା ଓଡିଆ ବିରୋଧୀ ମନୋଭାବ ପୋଷଣ କରୁଛି ତାହା ଆଜି  ବିଜେପି ମୁଖପାତ୍ର ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ପଦାରେ ପଡିଯାଇଛି। ଏହାଦ୍ୱାରା ବିଜେପି ଖୋଲାଖୋଲି ଭାବେ ଓଡିଶା ଏବଂ ସାଢେ ୪ କୋଟି ଓଡିଆଙ୍କ ବିକାଶଧାରାକୁ ଅଟକାଇବାକୁ ଚେଷ୍ଟା କରୁଥିବା ଜଣାପଡି ଯାଇଛି। ଓଡିଶାରେ ପିଏମ୍‌ଏୱାଇ ବିଷୟରେ କହିବା ପୂର୍ବରୁ ସେମାନଙ୍କର କିଛି ଲଜ୍ଜା ରହିବା ଉଚିତ୍‍ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶାରେ ପ୍ରାୟ ୧୫ ଲକ୍ଷ ପିଏମ୍‍ଏୱାଇ ଘର ଆବଶ୍ୟକ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ ଓଡିଶା ଏବଂ ଏହାର ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଲକ୍ଷ ଲକ୍ଷ ପିଏମ୍‍ଏୱାଇ ଘରକୁ ଅଟକାଇ ଦେଇଥିଲେ। ଓଡ଼ିଶା ସରକାର ଏବଂ ବିଜେଡି ସାଂସଦଙ୍କ ଜବରଦସ୍ତ ଚାପ ଯୋଗୁଁ କେନ୍ଦ୍ର କେବଳ ଆଠ ଲକ୍ଷ ଘର ମଞ୍ଜୁର କରିଥିଲା। ଓଡିଶାର ଆଉ ୭ ଲକ୍ଷ ବାସହୀନ ଲୋକ କୁଆଡେ ଯିବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି।

ଶ୍ରୀ ହରିଚନ୍ଦନ ପିଏମ୍‍ଏୱାଇ ଘର ନେଇ ପ୍ରଶ୍ନ ପଚାରିବା ପରିବର୍ତ୍ତେ ଓଡିଶାର ଆଦିବାସୀ ତଥା ପଛୁଆ ବର୍ଗକୁ ମିଳିବାକୁ ଥିବା ୭ ଲକ୍ଷ ପିଏମ୍‌ଏୱାଇ ଘରକୁ ଷଡ଼ଯନ୍ତ୍ର କରି ବନ୍ଦ କରିଥିବାରୁ ଓଡିଶା ବିଜେପି ସାଂସଦଙ୍କ ତରଫରୁ କ୍ଷମା ମାଗିବା ଉଚିିତ୍‍। ବର୍ତ୍ତମାନ ଯେତେବେଳେ ଓଡିଶା ସରକାର ପିଏମ୍‍ଏୱାଇ କାର୍ଯ୍ୟକାରୀ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି; ପୁନର୍ବାର ଓଡ଼ିଶା ବିଜେପି ଆଜି ଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମିଥ୍ୟା, ଭିତ୍ତିହୀନ ଏବଂ କପୋଳକଳ୍ପିତ ବିବୃତ୍ତି ଦେଇ ଲକ୍ଷ ଲକ୍ଷ ଓଡିଆଙ୍କୁ ପିଏମ୍‍ଏୱାଇ ଘର ପାଇବାରୁ ବଞ୍ଚିତ କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି।

ଓଡିଶା ବିଜେପି ଜାଣିବା ଉଚିତ ଯେ ଓଡିଶାର ଲୋକମାନେ ଭଲଭାବେ ଏହା ଜାଣିଛନ୍ତି ଯେ ଆପଣ ସେମାନଙ୍କ ପିଏମ୍‌ଏୱାଇ ଘର ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛନ୍ତି। ତେଣୁ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ଜିଲ୍ଲାରେ ସେମାନେ ଆପଣଙ୍କୁ ହରାଇଛନ୍ତି ଏବଂ ବିଜେଡି ୩୦ଟି ଜିଲ୍ଲା ମଧ୍ୟରୁ ୩୦ ଟିରେ ବିଜୟୀ ହୋଇ ରେକର୍ଡ କରିଛି।

ଏଭଳି ସାମ୍ବାଦିକ ସମ୍ମିଳନୀ ଓଡିଶାର ୪.୫ କୋଟି ଲୋକଙ୍କୁ ଆହୁରି ବିଶ୍ୱାସ କରାଇବ ଯେ ଓଡିଶା ବିଜେପି ପ୍ରକୃତରେ ସେମାନଙ୍କର ୭ ଲକ୍ଷ ପିଏମ୍‌ଏୱାଇ ଘର ବନ୍ଦ କରିବା କ୍ଷେତ୍ରରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଗାମୀ ଦିନରେ ଓଡ଼ିଶାର ଲୋକମାନେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

ଇପସିତା ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.