Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଏମ୍ଟିଏମ୍ ପରୀକ୍ଷା ଓ ସିଏଚଏସ୍ଏଲ୍ଇ ପରୀକ୍ଷା
ବିଶେଷ ଖବର

ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଏମ୍ଟିଏମ୍ ପରୀକ୍ଷା ଓ ସିଏଚଏସ୍ଏଲ୍ଇ ପରୀକ୍ଷା

April 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟି ଟାସ୍କିଂ (ନନ୍ ଟେକ୍ନିକାଲ) ଷ୍ଟାଫ (ଏସ୍ଏସ୍ସି ଏମ୍ଟିଏସ୍) ପରୀକ୍ଷା ୨୦୨୨ ଓ ସିଏଚଏସ୍ଏଲଇ ପରୀକ୍ଷା-୨୦୨୨କୁ ୧୩ଟି ଆଞ୍ଚଳିକ ଭାଷା ସହିତ ହିନ୍ଦି ଓ ଇଂରାଜୀରେ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କେନ୍ଦ୍ରୀୟ ପରୀକ୍ଷାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ଚାକିରି ପାଇଁ ଆବେଦନ କରିବାର ସମାନ ସୁବିଧା ସୁଯୋଗ ଯେପରି ପାଆନ୍ତି ଏବଂ ଭାଷାଗତ ପ୍ରତିବନ୍ଧକ ଯୋଗୁଁ କେହି ଯେପରି ପଛରେ ପଡି ନ ଯାଆନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିଚାର ଓ ଲକ୍ଷ୍ୟ ରହିଛି ତଦନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ ଏସବୁ ପରୀକ୍ଷା ପ୍ରଶ୍ନପତ୍ର ଛପାଯିବ। ଏହି ଆଞ୍ଚଳିକ ଭାଷାଗୁଡିକ ହେଲା ଅସମୀୟା, ବାଂଲା, ଓଡିଆ, ତେଲୁଗୁ, ତାମିଲ, ମଲୟାଲି, କନ୍ନଡ, କୋଙ୍କଣୀ,ମରାଠୀ, ଗୁଜରାଟି, ପଞ୍ଜାବୀ, ଉର୍ଦ୍ଦୁ, ମଣିପୁରୀ। ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଚାକିରି ଆଶାୟୀ ନିଜ ମାତୃଭାଷାରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏହା ଦ୍ୱାରା ସେମାନଙ୍କର କୃତକାର୍ଯ୍ୟ ହେବାର ସମ୍ଭାବନା ବଢିବ। ଏସ୍ଏସ୍ସି ପରୀକ୍ଷା ହିନ୍ଦି ଓ ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ପ୍ରାଦେଶିକ ଏବଂ ଆଞ୍ଚଳିକ ଭାଷାରେ କରିବାକୁ ବିଭିନ୍ନ ରାଜ୍ୟଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା। ଏହି ଦାବିକୁ ବିଚାର କରି ଦେଖିବାକୁ ଭାରତ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟିକୁ ମଧ୍ୟ ପରୀକ୍ଷାର ପାଠ୍ୟକ୍ରମ ସମୀକ୍ଷା କରିବାକୁ କୁହାଯାଇଥିଲା।

ବିଶେଷଜ୍ଞ କମିଟି ଇଂରାଜୀ ଓ ହିନ୍ଦି ବ୍ୟତୀତ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରିବାକୁ ସୁପାରିସ କରିଥିଲେ। ରେଳବାଇ ରିକ୍ରୁଟିଂ ବୋର୍ଡ ଆଇବିପିଇଏସ ପୂର୍ବରୁ ଏହି ଢାଞ୍ଚାରେ ବିଭିନ୍ନ ଆଞ୍ଚଳିକ ଭାଷାରେ ପରୀକ୍ଷା କରୁଛନ୍ତି। ଏଥିରେ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ପ୍ରାୟ ସବୁ ଭାଷାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ସରକାର ବିଶେଷଜ୍ଞ କମିଟିର ସୁପାରିସକୁ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ ଏମ୍ଟିଏମ୍ ପରୀକ୍ଷା -୨୦୨୨ ଓ ସିଏଚଏସ୍ଏଲ୍ଇ ପରୀକ୍ଷା -୨୦୨୨ ନୂଆ ଢାଞ୍ଚାରେ ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ (ମୋଟ ୧୫ଭାଷା)ରେ ଅନୁଷ୍ଠିତ ହେବ। ଆଗାମୀ ମେ ୨ରୁ ଆରମ୍ଭ ହେବାକୁ ଥିବା ଏମ୍ଟିଏସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଏଚଏସ୍ଏଲ ପରୀକ୍ଷା ପାଇଁ ବିଜ୍ଞପ୍ତି ୨୦୨୩ ମେ-ଜୁନ୍ ରେ ପ୍ରକାଶ ପାଇବ।

କେନ୍ଦ୍ର କାର୍ମିକ ଓ ସାଧାରଣ ଅଭିଯୋଗ ତଥା ପେନସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆହୁରି କହିଛନ୍ତି ଯେ ବିଭିନ୍ନ ପ୍ରକାର କେନ୍ଦ୍ରୀୟ ପରୀକ୍ଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ସବୁ ଭାଷାରେ କରିବାକୁ ଉଦ୍ୟମ ଚାଲିଛି। ଏହା ଫଳରେ ଆଞ୍ଚଳିକ ବୈଷମ୍ୟ ଦୂର ହେବ ଓ ସବୁ ରାଜ୍ୟ ଓ ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ସମାନ ସୁବିଧା ସୁଯୋଗ ମିଳିବ। ଏହା ମଧ୍ୟ ଦେଶର ଭାଷାଗତ ବିବିଧତାକୁ ସ୍ୱୀକୃତି ପ୍ରଦାନ କରିବାର ଆଉ ଏକ ପ୍ରୟାସ।

ସେ କହିଛନ୍ତି ଯେ ଦେଶର କୌଣସି ଅଞ୍ଚଳର ନିଯୁକ୍ତି ଆଶାୟୀ ଯୁବବର୍ଗ ଭାଷାଗତ ପ୍ରତିବନ୍ଧକ ପାଇଁ ସର୍ବଭାରତୀୟ ପରୀକ୍ଷା ଦେବାରେ ଯେପରି ଅସୁବିଧା ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ତତ୍ପର। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଚାର ଅନୁସାରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଆଞ୍ଚଳିକ ଭାଷା ସମୂହର ବିକାଶ ପାଇଁ କାର୍ମିକ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣଭାବେ ଅଙ୍ଗୀକୃତ ହୋଇ କାମ କରୁଛି।

ଇଂରାଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.