Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଷ୍ଟ୍ରୀୟ କ୍ୱାଣ୍ଟମ୍‌ ମିଶନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି
ବିଶେଷ ଖବର

ରାଷ୍ଟ୍ରୀୟ କ୍ୱାଣ୍ଟମ୍‌ ମିଶନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

April 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରାଷ୍ଟ୍ରୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ)କୁ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁର କରିଛନ୍ତି। ଏହି ମିଶନରେ ମୋଟ୍‌ ୬୦୦୩.୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ମିଶନର ଲକ୍ଷ୍ୟ ହେଉଛି କ୍ୱାଣ୍ଟମ ପ୍ରଯୁକ୍ତି କ୍ଷେତ୍ରରେ ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ଓ ବିକାଶର ବୀଜବପନ କରିବା, ଏହାକୁ ବିକଶିତ କରିବା ତଥା ଆଗକୁ ବଢ଼ାଇବା ସହିତ ଏ ସହ ଜଡ଼ିତ ଏକ ଜୀବନ୍ତ ଏବଂ ସୃଜନଶୀଳ ଇକୋସିଷ୍ଟମ ପ୍ରସ୍ତୁତ କରିବା। ଏହି ମିଶନ କ୍ୱାଣ୍ଟମ ପ୍ରଯୁକ୍ତି ଉପରେ ଆଧାରିତ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଦେଶରେ ଏକ ଅନୁକୂଳ ଇକୋସିଷ୍ଟମ ବିକଶିତ କରିବ ଏବଂ କ୍ୱାଣ୍ଟମ ପ୍ରଯୁକ୍ତି ଓ ପ୍ରୟୋଗ (କ୍ୟୁଟିଏ)ର ବିକାଶ କ୍ଷେତ୍ରରେ ଭାରତକୁ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେବ।

ଏହି ନୂଆ ମିଶନ ସୁପରକଣ୍ଡକ୍ଟିଂ ଏବଂ ଫଟୋନିକ ଜ୍ଞାନକୌଶଳ ଭଳି ବିଭିନ୍ନ ପ୍ଲାଟଫର୍ମରେ ଆଠ ବର୍ଷରେ ୫୦-୧୦୦୦ ଭୌତିକ କ୍ୟୁବିକ କ୍ଷମତା ବିଶିଷ୍ଟ ମଧ୍ୟବର୍ତ୍ତୀ ସ୍ତରର କ୍ୱାଣ୍ଟମ କମ୍ପ୍ୟୁଟର ବିକଶିତ କରିବାର ଲକ୍ଷ୍ୟ ବହନ କରିଛି । ଭାରତ ଭିତରେ ୨୦୦୦ କିଲୋମିଟର ସୀମା ଭିତରେ ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକ ମଧ୍ୟରେ ଉପଗ୍ରହ ଆଧାରିତ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ଅନ୍ୟ ଦେଶମାନଙ୍କ ସହିତ ଲମ୍ବା ଦୂରତା ବିଶିଷ୍ଟ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ୨୦୦୦ କିଲୋମିଟରରୁ ଅଧିକ ପରିଧିରେ ଆନ୍ତଃସହରୀ (ଇଣ୍ଟରସିଟୀ) କ୍ୱାଣ୍ଟମ କୀ ବିତରଣ ସହିତ କ୍ୱାଣ୍ଟମ ମେମୋରୀ ଆଧାରିତ ମଲ୍ଟି-ନୋଡ କ୍ୱାଣ୍ଟମ ନେଟୱର୍କ ମଧ୍ୟ ଏହି ମିଶନର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ।

ଏହି ମିଶନ ସଠିକ୍‌ ସମୟ, ସଞ୍ଚାର ଓ ନେଭିଗେସନ ପାଇଁ ଆଣବିକ ପ୍ରଣାଳୀ ଏବଂ ଆଣବିକ ଘଡ଼ି ବା ଆଟମିକ କ୍ଲକ୍‌ରେ ଉଚ୍ଚ ସମ୍ବେଦନଶୀଳତା ଯୁକ୍ତ ମ୍ୟାଗ୍ନେମିଟର ବିକଶିତ କରିବାରେ ସହାୟକ ହେବ। ଏହା କ୍ୱାଣ୍ଟମ ଉପକରଣର ନିର୍ମାଣ ପାଇଁ ସୁପରକଣ୍ଡକ୍ଟର, ନୂତନ ସେମିକଣ୍ଡକ୍ଟର ଢାଞ୍ଚା ଏବଂ ଟୋପୋଲୋଜିକାଲ ସାମଗ୍ରୀ ଆଦି ଭଳି କ୍ୱାଣ୍ଟମ ସାମଗ୍ରୀର ଡିଜାଇନ ଏବଂ ସଂଶ୍ଳେଷଣରେ ମଧ୍ୟ ସହାୟତା କରିବ। ଏହା ଅଧୀନରେ କ୍ୱାଣ୍ଟମ ସଞ୍ଚାର, ସେନ୍ସିଂ ଏବଂ ପାଣିପାଗ ବିଜ୍ଞାନ ସମ୍ବନ୍ଧୀୟ ପ୍ରୟୋଗ ଲାଗି ଏକକ ଫୋଟନ ଉତ୍ସ/ଡିଟେକ୍ଟର ଏବଂ ଛନ୍ଦି ହୋଇ ରହିଥିବା ଫୋଟନ ଉତ୍ସ ମଧ୍ୟ ବିକଶିତ କରାଯିବ ।

କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, କ୍ୱାଣ୍ଟମ ସଞ୍ଚାର, କ୍ୱାଣ୍ଟମ ସେନ୍ସିଂ ଏବଂ ମେଟ୍ରୋଲୋଜି ଏବଂ  କ୍ୱାଣ୍ଟମ୍‌ ସାମଗ୍ରୀ ଓ ଉପକରଣ କ୍ଷେତ୍ରରେ ଚାରିଟି ବିଷୟଗତ କେନ୍ଦ୍ର (ଟୀ-ହବ୍‌) ଶୀର୍ଷସ୍ତରର ଶିକ୍ଷା ଓ ଜାତୀୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନରେ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ର ବା ହବ୍‌ଗୁଡ଼ିକ ମୌଳିକ ଏବଂ ପ୍ରୟୋଗାତ୍ମକ ଗବେଷଣା ମାଧ୍ୟମରେ ନୂଆ ଜ୍ଞାନ ସୃଜନ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ତଥା ସେହିସବୁ କ୍ଷେତ୍ରରେ ମଧ୍ୟ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବେ  ଯାହାର ଉତ୍ତରଦାୟିତ୍ୱ ସେମାନଙ୍କୁ ଅର୍ପଣ କରାଯିବ।

ଜାତୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ) ଦେଶରେ ପ୍ରଯୁକ୍ତି ବିକାଶ ସହ ଜଡ଼ିତ ଇକୋସିଷ୍ଟମକୁ ବୈଶ୍ୱିକ ପ୍ରତିଯୋଗିତା ସ୍ତର ପର୍ଯ୍ୟନ୍ତ ନେଇଯାଇପାରେ। ଏହି ମିଶନ ଦ୍ୱାରା ସଞ୍ଚାର, ସ୍ୱାସ୍ଥ୍ୟ, ଆର୍ଥିକ ଓ ଇନ୍ଧନ କ୍ଷେତ୍ର ସହିତ ଔଷଧ ନିର୍ମାଣ ଏବଂ ମହାକାଶ ପ୍ରୟୋଗ କ୍ଷେତ୍ରକୁ ବ୍ୟାପକ ଲାଭ ମିଳିପାରିବ। ଏହା ଡିଜିଟାଲ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ ଏବଂ ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଭଳି ରାଷ୍ଟ୍ରୀୟ ପ୍ରାଥମିକତାକୁ ବ୍ୟାପକ ରୂପରେ ପ୍ରୋତ୍ସାହନ ଦେବ।

କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026
Latest News

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.