Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

April 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି।

ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଜୟପୁର ଫୁଟ୍‌ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ। ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ଡି.ଆର ମେହେଟ୍ଟାଙ୍କ ଦ୍ବାରା ୧୯୭୫ ମସିହାରେ ଜୟପୁର ଫୁଟ୍‌ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା। ଏହାର ନାମ ହେଉଛି ଭଗବାନ ମହାବୀର ବିକଳାଙ୍ଗ ସେନା ସମିତି। ଏବେ ଜୟପୁର ଫୁଟ ସେଣ୍ଟର ଭାବେ ଏହା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି। ଆଜି ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ଏହା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବରେ ସୁନାମ ଅର୍ଜନ କରିଛି। ସାରା ବିଶ୍ବର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବଶୀଘ୍ର ଓଡିଶାର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାର ଲକ୍ଷ୍ୟ ରହିଛି।

ଭିନ୍ନକ୍ଷମ ମାନେ ସମାଜର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ। ଏଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସେମାନଙ୍କ କଲ୍ୟାଣ ପାଇଁ ଓ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ କାମ କରୁଛନ୍ତି। ସେମାନଙ୍କ ଥଇଥାନ ସହିତ ତାଲିମ ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ରର ପ୍ରତିଷ୍ଠାତା ଡଃ ମେହେଟ୍ଟାଙ୍କ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଆଜି ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ବରୂପ ହୋଇପାରିଛନ୍ତି। ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା। ଓଡିଶାରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଜୟପୁର ଫୁଟ ଏକ ଅନନ୍ୟ ଉତ୍ପାଦନ ଯାହାକି, ଭିନ୍ନକ୍ଷମ ମାନଙ୍କୁ ସଂପୂର୍ଣ୍ଣ ଭାବେ ସକ୍ଷମ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାକୁ ବ୍ୟବହାର କରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଚାଲିବା, ଦୌଡିବା, ନାଚିବା ଠାରୁ ଆରମ୍ଭ କରି ମଟରସାଇକେଲ ଓ କାର ମଧ୍ୟ ଚଲାଇ ପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାପାଇଁ ଏକ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ଏମ୍‌ ଖାନ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ କରିଚାଲିଛି। ଜୟପୁର ଫୁଟ୍‌ କେନ୍ଦ୍ର ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଜୟପୁର ଫୁଟ୍‌ କେନ୍ଦ୍ରର ପ୍ରତିଷ୍ଠାତା ଡଃ ଡି.ଆର ମେହେଟ୍ଟା କହିଲେ ଯେ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମର ଏକ ସାମାଜିକ ପ୍ରତିବଦ୍ଧତା। ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଆଜି ବିଶ୍ବର ଅନେକ ଦେଶରେ ଭିନ୍ନକ୍ଷମ ମାନଙ୍କୁ ସକ୍ଷମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। ଏହି କେନ୍ଦ୍ରରେ ଭିନ୍ନକ୍ଷମ ଲୋକର ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି। ଭ୍ରାମମାଣ୍ୟ ଯାନ ଜରିଆରେ ରାଜ୍ୟର ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମ ମାନଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଉପସ୍ଥିତ ଥିଲେ। ଜୟପୁର ଫୁଟ୍‌ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ସତୀଶ ମେହେଟ୍ଟା ସ୍ବାଗତ ଭାଷଣ ଦେଇଥିଲେ।

ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ, ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏଥିରେ ୧୬ ଜଣଙ୍କୁ କୃତ୍ରିମ ଅଙ୍ଗ, ୮ ଜଣଙ୍କୁ ଟ୍ରାଇ ସାଇକଲ, ୧୭ ଜଣଙ୍କୁ ହୁଇଲ ଚେୟାର, ୩୩ ଜଣଙ୍କୁ ଆଶା ବାଡ଼ି, ୪ ଜଣଙ୍କୁ ଏଲବୋ କ୍ରଚେତ, ୪ ଜଣଙ୍କୁ ୱାକିଙ୍ଗ ଷ୍ଟିକ, ୫ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026
Latest News

ନିଶା କାରବାରକୁ ବିରୋଧ କରିବାରୁ ଯୁବକକୁ ମାରଣାନ୍ତକ ଆକ୍ରମଣ

February 14, 2026

ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ?

February 14, 2026

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ବଡ଼ ପ୍ରତିଯୋଗୀତା: ଜାଣନ୍ତୁ ୧୦-ସେକେଣ୍ଡ ସ୍ଲଟର ମୂଲ୍ୟ

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.