Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ
ଅପରାଧ

ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

April 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର ପ୍ରଦେଶରୁ ଏକ ଟିମ ଓଡିଶା ଆସି ବରଗଡରରେ ଖାନତଲାସ କରିଛନ୍ତି। ଏ ନେଇ ଆଜି ଓଡିଶା ଡିଜିପି ସୁନୀଲ ବଂଶଲ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଦୁଇଦିନ ତଳେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ ଓଡିଶା ଆସି ବରଗଡ ଯାଇଥିଲେ। ସେମାନେ ଏକ ବଡ ଘଟଣାର ତଦନ୍ତ କରୁଥିବାର କହିଥିଲେ। ହେଲେ ତାହା କଣ ସେମାନେ ଜଣାଇ ନ ଥିଲେ। ହେଲେ ଆନ୍ତଃରାଜ୍ୟ ନିୟମ ଅନୁସାରେ ଆମେ ସେମାନଙ୍କୁ ତଦନ୍ତ କରିବା ପାଇଁ ଅନୁମତି ଦେଇଥିଲୁ। ହେଲେ ସେମାନେ କଣ କଲେ ସେ ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ଉତ୍ତର ପ୍ରଦେଶର ଜଣେ ଡିଏସପି ରାଙ୍କ ଅଧିକାରୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ଓଡିଶା ଆସିଥିଲେ। ସେମାନେ ବରଗଡ ଯାଇ ସେଠାରେ ଥିବା ରାଜା ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ପଚାରା ଉଚୁରା କରିଛନ୍ତି। ରାଜା ଖାନ ଅତିକର ପାଖ ଲୋକ ଗୁଡ୍ଡୁ ମୁସୁଲିମର କୁଆଡେ ପରିଚିତ ଲୋକ। ଫୋନ ଟ୍ରାକିଂ କରି ପୋଲିସ ବରଗଡରେ ପହଁଚିଛି।

ତେବେ ରାଜା ଖାନଙ୍କର ବରଗଡ ସୋହେଲାରେ ବ୍ୟବସାୟ ରହିଛି। ସେ ଛତିଶଗଡର ହୋଇଥିବା ବେଳେ ବରଗଡରେ ରହୁଛନ୍ତି। ରାଜା କୁଆଡେ ଗୁଡ୍ଡୁ ମୁସୁଲିମର ଡ୍ରାଇଭର ଥିଲା ବୋଲି କୁହାଯାଉଛି। ବର୍ତ୍ତମାନ ପୋଲିସ ଗୁଡ୍ଡୁକୁ ଖୋଜୁଥିବାରୁ ସେହି ଆଧାରରେ ସେମାନେ ବରଗଡରେ ରାଜା ଖାନଙ୍କୁ ପଚାରାଉଚୁରା କରିଛନ୍ତି।

ତେବେ ଉତ୍ତର ପ୍ରଦେଶ ପୋଲିସ ଆସିବା ପରେ ଓଡିଶା ପୋଲିସର ନିଦ ହଜିଯାଇଛି। ଆଜି ଭୁବନେଶ୍ବରରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ଏହି ବୈଠକରେ କଣ ନିଷ୍ପତି ହେଲା ସେ ନେଇ କେହି କିଛି କହି ନାହାଁନ୍ତି। ହେଲେ ଓଡିଶା ପୋଲିସ ପାଇଁ ବର୍ତ୍ତମାନ ଏହି ଘଟଣା ବେଶ ଗୁରୁତ୍ବ ବହନ କରିଛି ବୋଲି ଜଣାପଡିଛି।

ଅତିକ ଅହମ୍ମଦ ୟୁପି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.