Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଦ୍ୟୁତ୍ ଯୋଗାଣ ସମସ୍ୟା ସଂପର୍କିତ ସମସ୍ୟାକୁ ତୁରନ୍ତ ଦୃଷ୍ଟି ଦିଅ- ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ
ବିଶେଷ ଖବର

ବିଦ୍ୟୁତ୍ ଯୋଗାଣ ସମସ୍ୟା ସଂପର୍କିତ ସମସ୍ୟାକୁ ତୁରନ୍ତ ଦୃଷ୍ଟି ଦିଅ- ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ

April 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗ୍ରୀଷ୍ଣ ଦିନରେ ବିଦ୍ୟୁତ୍ ଶକ୍ତି ବ୍ୟବହାର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ରାଜ୍ୟର କେତେକ ସ୍ଥାନରେ ଦେଖାଦେଉଥିବା ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ସହ ଗ୍ରାମୀଣ ବିଦ୍ୟୁତିକରଣ ସଂପର୍କରେ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶକ୍ତି ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ ସିଂ ସମୀକ୍ଷା କରିଛନ୍ତି। ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓପିଟିସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଟିପିସିଓଡିଏଲ୍, ଟିପିଡବ୍ଲୁଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ ର ମୁଖ୍ୟ କାର୍ଯ୍ୟନିର୍ବାହୀ, ଓପିଟିସିଏଲ ର ନିର୍ଦ୍ଦେଶକ( ଅପରେସନ୍ସ), ଗ୍ରୀଡକୋ ର ପରିଚାଳନା ନିର୍ଦ୍ଦେଶକ ଆଦି ବିଭିନ୍ନ ବିଦ୍ୟୁତ ଯୋଗାଣ ଓ ପରିବହନକାରୀ ସଂସ୍ଥାମାନଙ୍କ ସହିତ ସ୍ଥିତି ସମୀକ୍ଷା କରିବା ସହ ସେ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ଯୋଗାଣ ସମସ୍ୟା ସଂପର୍କିତ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଖବର ଜାଣିବା କ୍ଷଣି ତୁରନ୍ତ ସେ ସଂପର୍କରେ ଦୃଷ୍ଟି ଦେଇ ସମାଧାନ କରିବାକୁ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ପ୍ରମୁଖ ଶାସନ ସଚିବ ରାଜ୍ୟର ଭଟଲି,ଲଖନପୁର,ଦଶପଲ୍ଲା,ଆର.ଉଦୟଗିରି , ବୋରିଗୁମ୍ମା ଓ ଧାମରାରେ ସ୍ଥାପନ ହେବାକୁ ଥିବା ଗ୍ରୀଡ୍ ସବ୍ ଷ୍ଟେସନର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ସେହିପରି ଆଠମଲ୍ଲିକ ଅନ୍ତର୍ଗତ କିଆକଟା ଓ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗାରେ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ସହିତ ସମ୍ପୃକ୍ତ ବିଦ୍ୟୁତ ପରିବହନ ଲାଇନ୍ ଏବଂ ବୌଦ୍ଧ-ଫୁଲବାଣୀ ୧୩୨ କେ.ଭି. ସିଧା ସଳଖ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ସଂପର୍କରେ ବୁଝିଥିଲେ। ବାଲିଗୁଡା –କେସିଙ୍ଗା ଲାଇନ୍ କୁ ବିଦ୍ୟୁତ୍ ସରବରାହ ପାଇଁ ବାଲିଗୁଡା ସବ ଷ୍ଟେସନ ଏବଂ ୨୨୦ କେ.ଭି କିଆକଟା-କଟାପାଲି ସିଧାସଳଖ ଲାଇନ୍ ସଂଯୋଗୀକରଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଦ୍ୟୁତ୍ ତାର ସଂଯୋଗୀକରଣ କ୍ଷେତ୍ରରେ କେତେକ ସ୍ଥାନରେ ପରିବେଶ ମଂଜୁରୀ ସଂକ୍ରାନ୍ତୀୟ ଅସୁବିଧା ଯୋଗୁଁ କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ସଂପୃକ୍ତ ବନଖଣ୍ଡ ଅଧିକାରୀ ଏବଂ ପ୍ରମୁଖ ବନ ସଂରକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବାକୁ ପଦକ୍ଷେପ ସଂକ୍ରାନ୍ତରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଗ୍ରାମୀଣ ବିଦ୍ୟୁତ୍ କରଣ ସ୍ଥିତି ଅନୁଧ୍ୟାନ କରିବା ସହ ଅନ୍ୟ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟୁତ ଶକ୍ତି ଯୋଗାଣ ନଥିବାରୁ ବନ୍ଦ ଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପ୍ରମୁଖ ଶାସନ ସଚିବ କରିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସ୍ଥାନରେ ବିଦ୍ୟୁତ୍ କାଟ ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ। ଏ ସଂପର୍କରେ ପୂର୍ବରୁ ମାନ୍ୟବର ଶକ୍ତି ମନ୍ତ୍ରୀ ସୂଚନା ଦେଇସାରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ କାଟ ନ କରିବା ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ପ୍ରମୁଖ ଶାସନ ସଚିବ ତାଗିଦ କରିଛନ୍ତି।

ତେବେ ଭୁବନେଶ୍ୱରର ବଡଗଡ ଓ ନୟାପଲ୍ଲୀ ଅଂଚଳରେ ଟ୍ରାନ୍ସଫରମର ସମସ୍ୟା ଯୋଗୁଁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ସମସ୍ୟାକୁ ଶୀଘ୍ର ଦୂର କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖରାଦିନେ ସମୟ ସମୟରେ ଓଭର ଲୋଡିଂ ଯୋଗୁଁ ହେଉଥିବା ବୈଷୟିକ ତୃଟିକୁ ସୁଧାରି ସଂପୃକ୍ତ ଅଂଚଳକୁ ଶୀଘ୍ର ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ବିଦ୍ୟୁତ୍ କାଟ ବା ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ସମସ୍ୟା ଉପୁଜିଲେ ସେ ସମ୍ପର୍କରେ ନିୟମିତ ସୂଚନା ଦେବାକୁ ପ୍ରମୁଖ ଶାସନ ସଚିବ ସଂପୃକ୍ତ ସଂସ୍ଥାର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ସରବରାହ ଜନିତ ସ୍ଥାନୀୟ ସମସ୍ୟାକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ସେ ତାହାର ସମାଧାନ କରିବେ ବୋଲି କହିଥିଲେ। ଅନ୍ୟ ପକ୍ଷରେ ବିଦ୍ୟୁତ୍ ସରବରାହ ବା ବିଦ୍ୟୁତ୍ କାଟ ସଂପର୍କରେ ସାମାଜିକ ଗଣମାଧ୍ୟମରେ ନଜରକୁ ଆସୁଥିବା ଖବର ବା ଅଭିଯୋଗକୁ ଧ୍ୟାନ ଦେଇ ତାହାର ସମାଧାନକୁ ଗୁରୁତ୍ୱ ଦେବାକୁ ଶ୍ରୀ ସିଂ ମଧ୍ୟ ପରାମର୍ଶ ଦେଇଛନ୍ତି।

ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଭିନ୍ନ ଆବାସିକ ଉନ୍ନୟନ ସଂଘ ସହଯୋଗରେ ବିଦ୍ୟୁତ୍ ଯୋଗାଣ ସଂପର୍କିତ ଅଭିଯୋଗ ଶୁଣିବା ପାଇଁ ଚଳିତ ଅପ୍ରେଲ ମାସ ସାରା ଟିପିସିଓଡିଏଲ ତରଫରୁ ବିଭିନ୍ନ ସ୍ଥାନରେ ‘ଆପଣଙ୍କ ମିତ୍ର ଆପଣଙ୍କ ସାଥିରେ’ କାର୍ଯ୍ୟକ୍ରମ ଜରିଆରେ ଉତ୍ତମ ଗ୍ରାହକ ସେବା ପାଇଁ ସଚେତନତା ବୈଠକ ଓ ଶିବିର କରାଯାଉଥିବା ଓ ଏହି କାର୍ଯ୍ୟକ୍ରମ ଅଧିକ ଆୟୋଜନ ସଂପର୍କରେ ସୂଚନା ଦିଆଯାଇଥିଲା।

ଟିପିସିଓଡିଏଲ
Share. Facebook Twitter LinkedIn Email WhatsApp Copy Link

Related Posts

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.