Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ଭାବେ ନେଲେ ଶପଥ
ବିଶେଷ ଖବର

ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ଭାବେ ନେଲେ ଶପଥ

May 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
58 ministers sworn in modi cabinet
58 ministers sworn in modi cabinet

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ର ଯେ କି ଦୁଇଥର କ୍ରମାଗତ ଭାବେ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିପାରିଛନ୍ତି। ମୋଦି ହେଉଛନ୍ତି ଦେଶର 15 ତମ ପ୍ରଧାନମନ୍ତ୍ରୀ ଯେ କି 17ତମ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ଚଳିତ ନିର୍ବାଚନରେ ମୋଦିଙ୍କ ନେତୃତ୍ବରେ ବିଜେପି 303 ଆସନ ହାସଲ କରିବା ପରେ ବିଶ୍ବର ବଡ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ଶପଥ ପରେ ରାଜନାଥ ସିଂ, ଅମିତ ସାହା, ନିତିନ ଗଡକରି, ଡି.ଭି.ସଦାନନ୍ଦ ଗୌଡ, ନିର୍ମଳା ସୀତାରମଣ ଏବଂ ରାମବିଳାସ ପାଶ୍ବୱାନ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିପରି ପୂର୍ବତ୍ତନ ବିଦେଶ ସଚିବ ଡ. ଏସ ଜୟଶଙ୍କର ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କୁହାଯାଉଛି ଯେ, ସୁଷମା ସ୍ବରାଜଙ୍କ ବଦଳରେ ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରୀ ଦାୟିତ୍ବ ଦିଆଯାଇପାରେ। ଏହି ଉତ୍ସବରେ ପ୍ରାୟ 8 ହଜାର ବିଶିଷ୍ଠ ଅତିଥି ଏବଂ ନେତା ଯୋଗଦେଇଥିଲେ। ସେଥିରେ ମୁକେଶ ଆମ୍ବାନୀ, ରତନ ଟାଟା, ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପୂର୍ବତ୍ତନ ରାଷ୍ଟ୍ରପତି ପ୍ରତିଭା ସିଂ ଦେବୀ ପାଟିଲ ମଧ୍ୟ ଯୋଗଦେଇଥିଲେ। ସେହିପରି ପୋଡଶୀ ରାଷ୍ଟ୍ର ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ।

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓଡିଶାର ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ଧର୍ମେନ୍ଦ୍ର ମୋଦି ସରକାରରେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଫଳରେ ମୋଦି ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି।

ନରେନ୍ଦ୍ର ମୋଦି ଠିକ୍ ଶପଥ ଗ୍ରହଣର ଆରମ୍ଭର କିଛି ସମୟ ପୂର୍ବରୁ ଉତ୍ସବ ସ୍ଥଳରେ ପହଁଚିଥିଲେ। ସେ ତାଙ୍କର ପାରଂପାରିକ ଚୁଡିଦାର କୁର୍ତ୍ତା ସହିତ ହାଲକା ପିସ୍ତା ରଂଗର ଜ୍ୟାକେଟ ପିନ୍ଧି ଉତ୍ସବ ସ୍ଥଳକୁ ଆସିଥିଲେ। ରାଷ୍ଟ୍ରପତି ଉତ୍ସବ ସ୍ଥଳରେ ପହଁଚିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା ଏବଂ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025
Latest News

କଳିଙ୍ଗ ଷ୍ଟାଡିୟମରେ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ

October 12, 2025

ମନ୍ଦିରକୁ ଯିବାର ଅନେକ ଲାଭ, ପ୍ରତିଦିନ ପୂଜା କଲେ ମିଳିବ ଏହି ସବୁ ଉପକାର

October 12, 2025

ଆଜି ଅକ୍ଟୋବର ୧୨ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2025

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.