Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ଭାବେ ନେଲେ ଶପଥ
ବିଶେଷ ଖବର

ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ଭାବେ ନେଲେ ଶପଥ

May 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
58 ministers sworn in modi cabinet
58 ministers sworn in modi cabinet

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ର ଯେ କି ଦୁଇଥର କ୍ରମାଗତ ଭାବେ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିପାରିଛନ୍ତି। ମୋଦି ହେଉଛନ୍ତି ଦେଶର 15 ତମ ପ୍ରଧାନମନ୍ତ୍ରୀ ଯେ କି 17ତମ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ଚଳିତ ନିର୍ବାଚନରେ ମୋଦିଙ୍କ ନେତୃତ୍ବରେ ବିଜେପି 303 ଆସନ ହାସଲ କରିବା ପରେ ବିଶ୍ବର ବଡ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ଶପଥ ପରେ ରାଜନାଥ ସିଂ, ଅମିତ ସାହା, ନିତିନ ଗଡକରି, ଡି.ଭି.ସଦାନନ୍ଦ ଗୌଡ, ନିର୍ମଳା ସୀତାରମଣ ଏବଂ ରାମବିଳାସ ପାଶ୍ବୱାନ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିପରି ପୂର୍ବତ୍ତନ ବିଦେଶ ସଚିବ ଡ. ଏସ ଜୟଶଙ୍କର ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କୁହାଯାଉଛି ଯେ, ସୁଷମା ସ୍ବରାଜଙ୍କ ବଦଳରେ ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରୀ ଦାୟିତ୍ବ ଦିଆଯାଇପାରେ। ଏହି ଉତ୍ସବରେ ପ୍ରାୟ 8 ହଜାର ବିଶିଷ୍ଠ ଅତିଥି ଏବଂ ନେତା ଯୋଗଦେଇଥିଲେ। ସେଥିରେ ମୁକେଶ ଆମ୍ବାନୀ, ରତନ ଟାଟା, ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପୂର୍ବତ୍ତନ ରାଷ୍ଟ୍ରପତି ପ୍ରତିଭା ସିଂ ଦେବୀ ପାଟିଲ ମଧ୍ୟ ଯୋଗଦେଇଥିଲେ। ସେହିପରି ପୋଡଶୀ ରାଷ୍ଟ୍ର ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ।

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓଡିଶାର ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ଧର୍ମେନ୍ଦ୍ର ମୋଦି ସରକାରରେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଫଳରେ ମୋଦି ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି।

ନରେନ୍ଦ୍ର ମୋଦି ଠିକ୍ ଶପଥ ଗ୍ରହଣର ଆରମ୍ଭର କିଛି ସମୟ ପୂର୍ବରୁ ଉତ୍ସବ ସ୍ଥଳରେ ପହଁଚିଥିଲେ। ସେ ତାଙ୍କର ପାରଂପାରିକ ଚୁଡିଦାର କୁର୍ତ୍ତା ସହିତ ହାଲକା ପିସ୍ତା ରଂଗର ଜ୍ୟାକେଟ ପିନ୍ଧି ଉତ୍ସବ ସ୍ଥଳକୁ ଆସିଥିଲେ। ରାଷ୍ଟ୍ରପତି ଉତ୍ସବ ସ୍ଥଳରେ ପହଁଚିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା ଏବଂ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ

August 16, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026
Latest News

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ

August 16, 2026

ଟିଏମ୍‌ସି ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

August 16, 2026

କେଏଲ ରାହୁଲଙ୍କ ଆଘାତ ସମ୍ପର୍କରେ ବଡ଼ ଅପଡେଟ୍: ଜାଣନ୍ତୁ କ’ଣ କହିଲେ ବ୍ୟାଟିଂ ପ୍ରଶିକ୍ଷକ?

August 16, 2026

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.