Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ କୀ ବାତର ୧୦୦ତମ ଅଧ୍ୟାୟ: ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ହେଲା ପ୍ରୋଜେକ୍ସନ ମ୍ୟାପିଂ
ବିଶେଷ ଖବର

ମନ କୀ ବାତର ୧୦୦ତମ ଅଧ୍ୟାୟ: ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ହେଲା ପ୍ରୋଜେକ୍ସନ ମ୍ୟାପିଂ

April 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତର ୧୦୦ତମ ଅଧ୍ୟାୟ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଉତ୍ସବ ପାଳନ କରିବା ଲାଗି ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟ ସ୍ଥଳୀରେ ପ୍ରୋଜେକ୍ସନ ମ୍ୟାପିଂ ଶୋ’ର ଏକ ଶୃଙ୍ଖଳା ଆୟୋଜନ କରାଯାଇଥିଲା।

ଏହି ଶୋ’ରେ ସାଧାରଣ ଭାରତୀୟଙ୍କ ପ୍ରେରଣାଦାୟୀ କାହାଣୀ, ସାଂସ୍କୃତିକ ଐତିହ୍ୟ ଏବଂ ଦେଶର ପ୍ରଗତି ସମ୍ପର୍କରେ ଦର୍ଶାଯାଇଥିଲା।

୩ ଅକ୍ଟୋବର ୨୦୧୪ରେ ମନ କୀ ବାତ୍‌ର ପ୍ରସାରଣ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତ୍ୟେକ ମାସର ଅନ୍ତିମ ରବିବାର ଦିନ ୧୧ଟା ସମୟରେ ଆକାଶବାଣୀ ଓ ଦୂରଦର୍ଶନରୁ ଏହାର ସିଧା ପ୍ରସାରଣ କରାଯାଉଛି। ଏହି ଶୋ’ ପ୍ରଧାନମନ୍ତ୍ରୀଙ୍କ ‘‘ଶାସନ ପ୍ରତି ସମାବେଶୀ ଓ ଜନକୈନ୍ଦ୍ରିକ ଦୃଷ୍ଟିକୋଣର  ଇଚ୍ଛା ଓ ଦୃଢ଼ ସଂକଳ୍ପକୁ ଦର୍ଶାଉଛି।

୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ବିଶେଷ ପ୍ରୋଜେକ୍ସନ ମ୍ୟାପିଂ କାର୍ଯ୍ୟକ୍ରମଟି ରାଷ୍ଟ୍ର ନିର୍ମାଣ ବିଷୟବସ୍ତୁ ଉପରେ ଆଧାରିତ ଓ ଜନକୈନ୍ଦ୍ରିକ ଥିଲା। ପ୍ରତ୍ୟେକ ସ୍ଥାନରେ ସେହି କ୍ଷେତ୍ରର ପରମ୍ପରା ଓ ଐତିହାସିକ ମୂଲ୍ୟବୋଧକୁ ଚିତ୍ର କରାଯାଇଥିଲା। ୧୩ଟି ସ୍ଥଳଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ଲାଲକିଲା ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ମଧ୍ୟପ୍ରଦେଶରେ ଗ୍ୱାଲିୟର ଦୁର୍ଗ, ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ହାଇଦ୍ରାବାଦରେ ଗୋଲକୁଣ୍ଡା ଦୁର୍ଗ, ତାମିଲନାଡ଼ୁରେ ଭେଲୋର ଦୁର୍ଗ, ମୁମ୍ବାଇରେ ଗେଟୱେ ଅଫ୍‌ ଇଣ୍ଡିଆ, ଝାଡ଼ଖଣ୍ଡରେ ନବରତନ ଗଡ଼ ଦୁର୍ଗ, ଜମ୍ମୁ ଓ କଶ୍ମୀରର ଉଧମପୁରରେ ରାମନଗର ଦୁର୍ଗ, ଆସାମରେ ରଙ୍ଗ ଘର, ଲକ୍ଷ୍ନୌରେ ରେସିଡେନ୍ସୀ ଭବନ, ଗୁଜରାଟର ମୋଢ଼େରାରେ ସୂର୍ଯ୍ୟ ମନ୍ଦିର ଏବଂ ରାଜସ୍ଥାନରେ ଚିତୌରଗଡ଼ ଦୁର୍ଗ ସାମିଲ ରହିଛି।

ପ୍ରୋଜେକ୍ସନ ମ୍ୟାପିଂକୁ ନିଃଶୁଳ୍କ କରାଯାଇଥିଲା। ଏହି ସ୍ଥାନରେ ସନ୍ଧ୍ୟା ସମୟରେ ଲୋକମାନଙ୍କୁ ସ୍ମରଣୀୟ ଅନୁଭବ ପ୍ରଦାନ କରିବା ଲାଗି ବିଭିନ୍ନ ଗତିବିଧି ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଦର୍ଶକମାନେ ମନ କୀ ବାତର ପୂର୍ବ ଅଧ୍ୟାୟଗୁଡ଼ିକୁ ଦେଇପାରିଥିଲେ ଏବଂ ନିଜର ବିଚାର, ବାର୍ତ୍ତା କାନ୍ଥରେ ଲେଖିବା ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଫଟୋ ବୁଥରେ ନିଜର ଫଟୋ ଉଠାଇପାରିଥିଲେ। ଏହି କାର୍ଯ୍ୟକ୍ରମ ବାସ୍ତବରେ ଭାରତର ବିବିଧତା, ସଂସ୍କୃତି ଓ ପ୍ରଗତିକୁ ପାଳନ କରିଥିଲା।

ମନ କୀ ବାତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

September 14, 2025
Latest News

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.