Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ କୀ ବାତର ୧୦୦ତମ ଅଧ୍ୟାୟ: ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ହେଲା ପ୍ରୋଜେକ୍ସନ ମ୍ୟାପିଂ
ବିଶେଷ ଖବର

ମନ କୀ ବାତର ୧୦୦ତମ ଅଧ୍ୟାୟ: ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ହେଲା ପ୍ରୋଜେକ୍ସନ ମ୍ୟାପିଂ

April 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତର ୧୦୦ତମ ଅଧ୍ୟାୟ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଉତ୍ସବ ପାଳନ କରିବା ଲାଗି ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟ ସ୍ଥଳୀରେ ପ୍ରୋଜେକ୍ସନ ମ୍ୟାପିଂ ଶୋ’ର ଏକ ଶୃଙ୍ଖଳା ଆୟୋଜନ କରାଯାଇଥିଲା।

ଏହି ଶୋ’ରେ ସାଧାରଣ ଭାରତୀୟଙ୍କ ପ୍ରେରଣାଦାୟୀ କାହାଣୀ, ସାଂସ୍କୃତିକ ଐତିହ୍ୟ ଏବଂ ଦେଶର ପ୍ରଗତି ସମ୍ପର୍କରେ ଦର୍ଶାଯାଇଥିଲା।

୩ ଅକ୍ଟୋବର ୨୦୧୪ରେ ମନ କୀ ବାତ୍‌ର ପ୍ରସାରଣ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତ୍ୟେକ ମାସର ଅନ୍ତିମ ରବିବାର ଦିନ ୧୧ଟା ସମୟରେ ଆକାଶବାଣୀ ଓ ଦୂରଦର୍ଶନରୁ ଏହାର ସିଧା ପ୍ରସାରଣ କରାଯାଉଛି। ଏହି ଶୋ’ ପ୍ରଧାନମନ୍ତ୍ରୀଙ୍କ ‘‘ଶାସନ ପ୍ରତି ସମାବେଶୀ ଓ ଜନକୈନ୍ଦ୍ରିକ ଦୃଷ୍ଟିକୋଣର  ଇଚ୍ଛା ଓ ଦୃଢ଼ ସଂକଳ୍ପକୁ ଦର୍ଶାଉଛି।

୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ବିଶେଷ ପ୍ରୋଜେକ୍ସନ ମ୍ୟାପିଂ କାର୍ଯ୍ୟକ୍ରମଟି ରାଷ୍ଟ୍ର ନିର୍ମାଣ ବିଷୟବସ୍ତୁ ଉପରେ ଆଧାରିତ ଓ ଜନକୈନ୍ଦ୍ରିକ ଥିଲା। ପ୍ରତ୍ୟେକ ସ୍ଥାନରେ ସେହି କ୍ଷେତ୍ରର ପରମ୍ପରା ଓ ଐତିହାସିକ ମୂଲ୍ୟବୋଧକୁ ଚିତ୍ର କରାଯାଇଥିଲା। ୧୩ଟି ସ୍ଥଳଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ଲାଲକିଲା ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ମଧ୍ୟପ୍ରଦେଶରେ ଗ୍ୱାଲିୟର ଦୁର୍ଗ, ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ହାଇଦ୍ରାବାଦରେ ଗୋଲକୁଣ୍ଡା ଦୁର୍ଗ, ତାମିଲନାଡ଼ୁରେ ଭେଲୋର ଦୁର୍ଗ, ମୁମ୍ବାଇରେ ଗେଟୱେ ଅଫ୍‌ ଇଣ୍ଡିଆ, ଝାଡ଼ଖଣ୍ଡରେ ନବରତନ ଗଡ଼ ଦୁର୍ଗ, ଜମ୍ମୁ ଓ କଶ୍ମୀରର ଉଧମପୁରରେ ରାମନଗର ଦୁର୍ଗ, ଆସାମରେ ରଙ୍ଗ ଘର, ଲକ୍ଷ୍ନୌରେ ରେସିଡେନ୍ସୀ ଭବନ, ଗୁଜରାଟର ମୋଢ଼େରାରେ ସୂର୍ଯ୍ୟ ମନ୍ଦିର ଏବଂ ରାଜସ୍ଥାନରେ ଚିତୌରଗଡ଼ ଦୁର୍ଗ ସାମିଲ ରହିଛି।

ପ୍ରୋଜେକ୍ସନ ମ୍ୟାପିଂକୁ ନିଃଶୁଳ୍କ କରାଯାଇଥିଲା। ଏହି ସ୍ଥାନରେ ସନ୍ଧ୍ୟା ସମୟରେ ଲୋକମାନଙ୍କୁ ସ୍ମରଣୀୟ ଅନୁଭବ ପ୍ରଦାନ କରିବା ଲାଗି ବିଭିନ୍ନ ଗତିବିଧି ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଦର୍ଶକମାନେ ମନ କୀ ବାତର ପୂର୍ବ ଅଧ୍ୟାୟଗୁଡ଼ିକୁ ଦେଇପାରିଥିଲେ ଏବଂ ନିଜର ବିଚାର, ବାର୍ତ୍ତା କାନ୍ଥରେ ଲେଖିବା ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଫଟୋ ବୁଥରେ ନିଜର ଫଟୋ ଉଠାଇପାରିଥିଲେ। ଏହି କାର୍ଯ୍ୟକ୍ରମ ବାସ୍ତବରେ ଭାରତର ବିବିଧତା, ସଂସ୍କୃତି ଓ ପ୍ରଗତିକୁ ପାଳନ କରିଥିଲା।

ମନ କୀ ବାତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026
Latest News

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.