Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବିଭିନ୍ନ ବିଭାଗକୁ ଦେଲେ ଏହିସବୁ ନିର୍ଦ୍ଦେଶ
ବିଶେଷ ଖବର

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବିଭିନ୍ନ ବିଭାଗକୁ ଦେଲେ ଏହିସବୁ ନିର୍ଦ୍ଦେଶ

May 2, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।

୨୦୧୯, ୨୦୨୦ ଓ ୨୦୨୧ ମସିହାରେ ମେ’ ମାସରେ ଫନି, ଅମ୍ଫାନ ଓ ୟାସ ଭଳି ୩ ଟି ବାତ୍ୟା ହୋଇଥିଲା, ଯାହାକୁ ରାଜ୍ୟ ସରକାର ସଫଳ ଭାବେ ମୁକାବିଲା କରିଥିଲେ। ମେ’ ୩ ତାରିଖ ୨୦୧୯ ରେ ଫନି ବାତ୍ୟା ପୁରୀଠାରେ ଅତିକ୍ରମ କରିଥିଲା। ଏହି ବାତ୍ୟା ଯୋଗୁଁ ପ୍ରଭୁତ କ୍ଷୟକ୍ଷତି ହୋଇଥିଲା। ଆଗୁଆ ପ୍ରସ୍ତୁତି, ସମସ୍ତ ବିଭାଗର ସମୟୋଚିତ ପଦକ୍ଷେପ ତଥା ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇଥିଲା। ବାତ୍ୟାର ସଫଳ ମୁକାବିଲା ପାଇଁ ଓଡିଶା ଜାତିସଂଘ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରାକର ରାଜ୍ୟକୁ ୨୦୨୩ ବର୍ଷ ପାଇଁ ସମ୍ମାନ ଜନକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗମାନଙ୍କର ଆବଶ୍ୟକୀୟ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ବିଭିନ୍ନ ବିଭାଗକୁ ନିମ୍ନମତେ ନିର୍ଦ୍ଦେଶ ଦେଇଛନ୍ତି।

୧. ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ୧୮ ଟି ଜିଲ୍ଲା ଯଥା: ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ର ଜିଲ୍ଲପାଳମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟଜଳ, ଶୌଚାଳୟ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା କରାଯିବ।

୨. ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଓ ସେଠାରେ ଥିବା ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟର ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

୩. ପ୍ରଭାବିତ ହେବାକୁ ଥିବା ପଞ୍ଚାୟତ ନିମନ୍ତେ ଅଧିକାରୀମାନଙ୍କୁ Nodal Officer ଭାବରେ ରଖାଯିବ, ଯେଉଁମାନେ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ପାଇ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ଅନ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରି ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବେ ।

୪. ଓଡ୍ରାଫ, ଏନଡିଆରଏଫ୍ ଏବଂ ଅଗ୍ନିଶମବାହିନୀ ଗୁଡିକୁ ଆଗୁଆ ପ୍ରସ୍ତୁତ ରହି ସେମାନଙ୍କୁ ବିପଦସଙ୍କୁଳ ସ୍ଥାନମାନଙ୍କରେ ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶା ବନ ଉନ୍ନୟନ ନିଗମର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆବଶ୍ୟକୀୟ ମାନବ ସମ୍ବଳ ଏବଂ ଜରୁରୀକାଳୀନ ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପରିସ୍ଥିତିକୁ ଦେଖି, ଯଦି ଆବଶ୍ୟକ ପଡେ ଭାରତୀୟ ନୌବାହିନୀ ତଥା ସମୁଦ୍ର ତଟରକ୍ଷୀ ବାହିନୀର ସହାୟତା ନିଆଯିବ ।

୫. ଶକ୍ତି ବିଭାଗ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ବାତ୍ୟା ପୂର୍ବରୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆବଶ୍ୟକୀୟ ମାନବ ସମ୍ବଳ ଏବଂ ଜରୁରୀକାଳୀନ ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପ୍ରତି ବିଦ୍ୟୁତ୍ ବଣ୍ଟନ କମ୍ପାନୀୟ ଗୁଡିକ ତାଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବେ ।

୬. ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛତା ଏବଂ ପରିମଳ ଉପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜଳଯୋଗାଣ ପ୍ରକଳ୍ପ କୁ ତୁରନ୍ତ ପୁନଃରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଯଦି କୌଣସି ଅଞ୍ଚଳରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୁଏ ଜେନେରଟେର ସେଟ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବେ ।

୭. ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବ ସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ଗଛ ଉପୁଡି ଅବରୋଧ ହୋଇଥିବା ରାସ୍ତାକୁ ତୁରନ୍ତ ହଟାଇ ଯାତାୟତ ସୁଗମ କରିବେ । ରିଲିଫ୍ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା / କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନଃରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ ।

୮. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆବଶ୍ୟକୀୟ ଔଷଧ, ଜଳ ବିଶୋଧକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପକାମୁଡା ଇଞ୍ଜେକ୍ସନ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

୯. ଜଳ ସମ୍ପଦ ବିଭାଗ ଠିକ୍ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନା କୁ ନିଶ୍ଚିତ କରିବେ ।

୧୦. ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପଶୁ ଚିକିତ୍ସାଳୟରେ ଆବଶ୍ୟକୀୟ ପଶୁ ଔଷଧ ମହଜୁଦ୍ ରଖିବା ଏବଂ ଗୋରୁଗାଈ ମାନଙ୍କ ଟୀକାକରଣ ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବାତ୍ୟା ସମ୍ପର୍କୀତ ସତର୍କ ସୂଚନା ମତ୍ସ୍ୟଜିବୀ ମାନଙ୍କୁ ଆଗୁଆ ପ୍ରସାରଣ କରିବା ପାଇଁ ପଦକ୍ଷେପ ନେବେ ।

୧୧. ମହିଳା ଏବଂ ଶିଶୁ ବିକାଶ ବିଭାଗ ଶିଶୁ ଏବଂ ମହିଳା ମାନଙ୍କ ଯତ୍ନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆଗୁଆ ଛତୁଆ ଯୋଗାଣ ଉପରେ ଗୁରୁତ୍ୱ ଦେବେ ।

୧୨. ଖାଦ୍ୟ ଯୋଗାଣ ଓ ଖାଉଟୀ ବିଭାଗ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ PDS ଦ୍ରବ୍ୟ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

୧୩. କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ବାତ୍ୟା / ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ଫସଲ ଉପଦେଶ ପ୍ରସାର କରିବା ପାଇଁ ପଦକ୍ଷେପ ନେବେ।

୧୪. ସାଇକ୍ଲୋନ ପରିସ୍ଥିତିରେ ଟେଲିକମ୍ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍ଏଲ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆଗୁଆ ମୋବାଇଲ୍ ଟାୱାରଗୁଡିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଅଛି । ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସମସ୍ତ ସେଲ ଫୋନ୍ ଗ୍ରାହକଙ୍କୁ ଭଏସ୍ ମେସେଜ୍ ସହିତ SMS ମାଧ୍ୟମରେ ସାଇକ୍ଲୋନନ୍ ଚେତାବନୀ ଏବଂ IMD ର ଆଲର୍ଟ ମେସେଜ୍ ପଠାଇବାକୁ BSNL କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସୂଚନା / ପାଣିପାଗ ପୂର୍ବାନୁମାନ ଏବଂ ଆନୁସଙ୍ଗିକ ସ୍ୱତନ୍ତ୍ର ବୁଲେଟିନ୍ ଅଲ ଇଣ୍ଡିଆ ରେଡିଓ, ଏଫଏମ ଚ୍ୟାନେଲ, ଦୂରଦର୍ଶନ, ସମସ୍ତ ଟିଭି ଚ୍ୟାନେଲ ଏବଂ ଲୋକାଲ କେବୁଲ ଚ୍ୟାନେଲ ଦ୍ୱାରା ପ୍ରସାରିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପଦକ୍ଷେପ ନେଇଛନ୍ତି।

୧୫. ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନର ଙ୍କୁ ବିଭିନ୍ନ ବିଭାଗ ଓ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଆବଶ୍ୟକୀୟ ସମନ୍ୱୟ ରଖିବା ପାଇଁ କହିଛନ୍ତି।

ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026
Latest News

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.