Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଣପୁରରେ ରାଜନୈତିକ ଉଷ୍ମତା: ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମୁହାଁମୁହିଁ
ବିଶେଷ ଖବର

ରଣପୁରରେ ରାଜନୈତିକ ଉଷ୍ମତା: ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମୁହାଁମୁହିଁ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ସବୁବେଳେ କୌଣସି ନା କୌଣସି ଘଟଣାକୁ ନେଇ ରାଜନୈତିକ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରାଜନୈତିକ ଉଷ୍ମତା ଲାଗି ରହିଛି। ଚଳିତ ନିର୍ବାଚନରେ ରଣପୁର ବ୍ଲକ ଅଧ୍ୟକ୍ଷ ପଦକୁ ନେଇ କଡା ଟକ୍କର ହେଇଥିଲା।

ବିଜେଡିରୁ ପ୍ରଭାତ ଦଳ ବେହେରା ଲଢେଇ କରୁଥିଲା ବେଳେ ବେଜିପିରୁ ନିର୍ମଳା ବେହେରା ଲଢେଇ କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀନୀ ନିର୍ମଳା ବେହେରା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇ ନେଇଥିଲେ। ପରେ ବିଜେଡି ପ୍ରାର୍ଥୀ ପ୍ରଭାତ ଦଳବେହେରା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତେଇ ନେଇଥିଲା ବେଳେ ଉପାଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରି ନେଇଥିଲା। ତେଣୁ ରଣପୁର ବ୍ଲକରେ ସବୁବେଳେ ରାଜନୈତିକ ଉଷ୍ମତା ଲାଗି ରହିଥିବା ଦେଖିବାକୁ ମିଳିଥାଏ।

ଗତକାଲି ଅର୍ଥାତ ସୋମବାର ଦିନ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା କାହାକୁ ନ ଜଣାଇ ବ୍ଲକର ଏବିଡ଼ିଓଙ୍କ କାର୍ଯ୍ୟାଳୟକୁ ନିଜେ ଅକ୍ତିଆର କରି ନେଇଥିବା ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଅଭିଯୋଗ କରିଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ ପଞ୍ଚାୟତ ସମିତିର ବିନା ଅନୁମୋଦନରେ ଓ ବିଡ଼ିଓଙ୍କ ଅଜ୍ଞାତରେ ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ଅକ୍ତିଆର କରି ନେଇଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା ବୋଲି ବ୍ଲକ ଅଧ୍ୟକ୍ଷା କହିଛନ୍ତି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଅଧ୍ୟକ୍ଷା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଲାଗି ରହିଛି।

ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କୁ ଏ ବିଷୟରେ ପଚାରିବାରେ କୁହନ୍ତି ବ୍ଲକ ଉପାଧ୍ୟକ୍ଷ ବ୍ଲକ ସମିତି କିମ୍ବା ବିଡ଼ିଓଙ୍କୁ ନ ଜଣାଇ ଏବିଡ଼ିଓଙ୍କ ପ୍ରକୋଷ୍ଠକୁ ଅକ୍ତିଆର କରିଛନ୍ତି, ଯାହାକି ନିୟମ ବିରୋଧୀ କାର୍ଯ୍ୟ ଅଟେ। ବ୍ଲକ ଅଧ୍ୟକ୍ଷ ବିଡ଼ିଓଙ୍କୁ ପଚାରିବାରେ ମୋତେ କେହି ଅବଗତ କରି ନାହାନ୍ତି ବୋଲି ବିଡ଼ିଓ କହିଥିଲେ। ବ୍ଲକ ଉପାଧ୍ୟକ୍ଷଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଏକ ରାଜନୈତିକ ଚକ୍ରାନ୍ତ। ବ୍ଲକ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠିଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

ରଣପୁର ରାଜନୈତିକ ଉଷ୍ମତା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.