Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୁସ୍ତିଯୋଦ୍ଧାଙ୍କୁ ମିଳିଲା ପଞ୍ଜାବର ସବୁଠୁ ବଡ କୃଷକ ସଂଘର ସମର୍ଥନ, ଦିଲ୍ଲୀରେ ପହଞ୍ଚିବେ ହଜାର ହଜାର ମହିଳା
ବିଶେଷ ଖବର

କୁସ୍ତିଯୋଦ୍ଧାଙ୍କୁ ମିଳିଲା ପଞ୍ଜାବର ସବୁଠୁ ବଡ କୃଷକ ସଂଘର ସମର୍ଥନ, ଦିଲ୍ଲୀରେ ପହଞ୍ଚିବେ ହଜାର ହଜାର ମହିଳା

May 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଜାବର ବଡ କୃଷକ ସଂଘ ଭାରତ କିଷାନ ୟୁନିଅନ ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି। ମେ ୭ ତାରିଖରେ ସଭାପତି ଯୋଗୀନ୍ଦର ସିଂ ଉଗ୍ରାହାଁଙ୍କ ନେତୃତ୍ୱରେ ପଞ୍ଜାବର ହଜାର ହଜାର ମହିଳା ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଜନ୍ତର ମନ୍ତରରେ ପହଞ୍ଚିବେ। ଏହା ବ୍ୟତୀତ ୧୧, ୧୨ ଏବଂ ୧୩ ତାରିଖରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ମହିଳାଙ୍କ ଦ୍ୱାରା ତୀବ୍ର ବିରୋଧ କରାଯିବ।

କୃଷକ ନେତା ଚୌଧୁରୀ ନରେଶ ଟିକାଏତ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତରରେ ଧର୍ମଘଟ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଅସଦାଚରଣ କରିଥିଲା। ଯାହାକୁ ନେଇ ସର୍ଭଖପ ମୁଖ୍ୟାଳୟ ସୌରାମରେ ତୁରନ୍ତ ପଞ୍ଚାୟତ ଡକାଗଲା। ଯେଉଁଥିରେ ଖାପ୍ସର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ମଇ ୭ ତାରିଖରେ ଦିଲ୍ଲୀ ଯିବାକୁ ସ୍ଥିର କଲେ।

ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୨୩ ତାରିଖରୁ କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି, ଯିଏକି ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅଟନ୍ତି।

ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ଗିରଫ କରିବାକୁ ଦାବି କରୁଛନ୍ତି। ଏଥିସହ ବିରୋଧୀ କୁସ୍ତିଯୋଦ୍ଧା ଏବଂ କିଛି ପୋଲିସ କର୍ମଚାରୀଙ୍କ ମଧ୍ୟରେ ‘ଝଗଡା’ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କିଛି ବିକ୍ଷୋଭକାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧା ଏବଂ ପୋଲିସ ମଧ୍ୟରେ ଚାଲିଥିବା ଝଗଡାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏବଂ ଜାତୀୟ ଖେଳାଳିଙ୍କ ପ୍ରତି ହେଉଥିବା ବ୍ୟବହାରକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି। କେଜ୍ରିୱାଲ ଏକ ଟୁଇଟରେ ଅଭିଯୋଗ କରିଛନ୍ତି ଯେ, ଗର୍ବରେ ବିଜେପିର ମୁଣ୍ଡ ଖରାପ ହୋଇଛି। ସେ କହିଛନ୍ତି ଯେ, “ଏହି ଲୋକମାନେ କେବଳ ଗୁଣ୍ଡାଗର୍ଦ୍ଦି ସହିତ ସମଗ୍ର ସିଷ୍ଟମକୁ ନଷ୍ଟ କରିବାକୁ ଚାହୁଁଛନ୍ତି; ସେମାନେ ସମଗ୍ର ସିଷ୍ଟମକୁ ପରିହାସ କରିଛନ୍ତି।”

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ମହିଳା କୁସ୍ତି ଖେଳାଳିଙ୍କ ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଜେପି ଉପରେ ଆକ୍ରମଣ କରିଛନ୍ତି।

ଜନ୍ତର ମନ୍ତର ଡବ୍ଲୁଏଫ୍ଆଇ ପଞ୍ଜାବ ବିକ୍ଷୋଭ ପ୍ରଦର୍ଶନ ବ୍ରିଜ ଭୂଷଣ ଶରଣ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.