Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଙ୍ଗାଧର ମେହେର ଓ କାହ୍ନୁଚରଣ ମହାନ୍ତି
ବିଶେଷ ଖବର

ଗଙ୍ଗାଧର ମେହେର ଓ କାହ୍ନୁଚରଣ ମହାନ୍ତି

May 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗଙ୍ଗାଧର ମେହେର ଓ କାହ୍ନୁଚରଣ ମହାନ୍ତି

 

କବି ରମାକାନ୍ତ ମିଶ୍ର

 

ଅପୂର୍ବ ବାସ୍ନାର କବି ରଙ୍ଗାଜୀବ ଗଙ୍ଗାଧର ଓ ଏକଦା ଓଡ଼ିଆ ଉପନ୍ୟାସର ରାଜା କାହ୍ନୁଚରଣଙ୍କୁ କିଏ ନ ଜାଣେ ! ଆମ ଅସ୍ମିତାର ଏହି ଦୁଇ କୀର୍ତ୍ତିସ୍ତମ୍ଭଙ୍କ ଜୀବନର ଦୁଇଟି ଘଟଣା ବିଷୟରେ ଶୁଣିଥିବା କଥା ବଖାଣୁଛି। କେଉଁଠୁ ବା କେଉଁ ସୂତ୍ରରୁ ଶୁଣିଛି,ଆଜି ସ୍ପଷ୍ଟ ମନେ ପଡୁନାହିଁ। ଯଦି ଆପଣଙ୍କ ଜାଣିବାରେ ଏଥିରେ କିଛି ତଥ୍ୟଗତ ଭୁଲ୍ ଥାଏ,ସୂଚିତ କରିବେ ଓ ସୁଧାରି ଦେବେ।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଦ୍ୟ କବି ଜୀବନର ସମୟ। ସେତେବେଳେ ଲୁଗା ବୁଣି ବିକ୍ରି କରିବା ଥିଲା କବିଙ୍କର ସଂସାର ଚଳାଇବାର ଏକମାତ୍ର ପନ୍ଥା। କିଛି କିଛି କବିତା ଲେଖୁଥାଆନ୍ତି। ତାଙ୍କର ଗୁଣମୁଗ୍ଧ ଶ୍ରୋତାମାନେ ତାଙ୍କୁ ବହୁ ସମୟରେ କବି ବୋଲି ସମ୍ବୋଧନ କରୁଥାଆନ୍ତି। ତାଙ୍କର ଏ ଲୋକପ୍ରିୟତା ତତ୍କାଳୀନ ସ୍ଥାନୀୟ ଜମିଦାର ସହି ପାରିଲେ ନାହିଁ।

କିଛି ଅଂପାକ୍ତେୟ ଲୋକଙ୍କୁ ସେ କବିଙ୍କୁ ଅପମାନ ଦେବାପାଇଁ ନିଯୁକ୍ତ କଲେ। ସେହି ବୋଲକରାମାନେ ଗଙ୍ଗାଧରଙ୍କର ଦାଣ୍ଡବାରଣ୍ଡାରେ ଠିଆ ହୋଇ ନିରନ୍ତର ତାଙ୍କୁ ଅଶ୍ରାବ୍ୟ,ଅସଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। କବି ଗାଧୋଇବା ପାଇଁ ନଈକୁ ଯିବାପାଇଁ ବା ଅନ୍ୟାନ୍ୟ କାମ ପାଇଁ ବାହାରକୁ ବାହାରିଲେ ସେହି ଲୋକମାନେ ତାଙ୍କ ପଛେ ପଛେ ଗୋଡାଇ ଗୋଡାଇ କଟୁ ଭାଷାରେ ତାଙ୍କୁ ଭର୍ତ୍ସନା କରନ୍ତି।

କବିଙ୍କ ପ୍ରଶଂସକମାନେ ଏଥିରେ ବହୁତ ଦୁଃଖିତ ହେଲେ କିନ୍ତୁ ସେ ସମୟର ଜମିଦାରମାନଙ୍କର ଅମାପ କ୍ଷମତା ଓ ଅତ୍ୟାଚାରିତାକୁ ଡରି ଜମିଦାରଙ୍କୁ କିଛି କହିବାର ସାହସ ଜୁଟାଇ ପାରିଲେ ନାହିଁ। ସେମାନେ ଗଙ୍ଗାଧରଙ୍କୁ ଦିନେ ପଚାରିଲେ,” କବି,ଆପଣଙ୍କୁ ସେମାନେ ଏତେ କଦର୍ଯ୍ୟ ଭାଷାରେ ଗାଳି ଦେଉଛନ୍ତି, ଆପଣଙ୍କୁ କଣ କଷ୍ଟ ହେଉ ନାହିଁ, ଅନ୍ତରକୁ ବାଧୁନାହିଁ, ଆପଣ ସେମାନଙ୍କୁ କିଛି କହୁନାହାନ୍ତି କାହିଁକି ?

” ଗଙ୍ଗାଧର ସ୍ମିତ ହସି ଉତ୍ତର ଦେଲେ, ” ଦେଖନ୍ତୁ, ଭୁଲିଆ (ତନ୍ତୀର ସମ୍ବଲପୁରୀ ଭାଷାରୂପ) କୁଳରେ ମୋର ଜନ୍ମ ..ଲୁଗା ବୁଣି ପେଟ ପୋଷେ..ସରସ୍ବତୀଙ୍କ ପ୍ରସାଦରୁ କଣ ପଦେ ଅଧେ ଲେଖେ ଯାହାକୁ ଶୁଣି ଆପଣମାନେ ଖୁସି ହୁଅନ୍ତି, ଏହା ମୋର ପରମ ସୌଭାଗ୍ୟ। ମୋର ଏପରି ସାମର୍ଥ୍ୟ ନାହିଁ ଯେ ମୋ ଦ୍ବାରା କାହାର କିଛି ଉପାର୍ଜ୍ଜନ ବା ଉପକାର ହୋଇପାରିବ, ଯଦି ମୋତେ ଗାଳି ଦେଇ କିଛି ଲୋକଙ୍କର ଅନ୍ନସଂସ୍ଥାନ ହୋଇପାରୁଛି, ଆନନ୍ଦର କଥା, ପରୋକ୍ଷରେ ଏହାଠାରୁ ବଳି ମୁଁ ଅଧିକ ପୁଣ୍ୟ କଣ ଅର୍ଜ୍ଜନ କରିପାରିଥାନ୍ତି ! ମୋର ତ ଖୁସି ହେବା କଥା..ଦୁଃଖ କାହିଁକି କରିବି !”

ମଣିଷକୁ ଏତିକି ଭଲ ପାଇଲେ, ଏତିକି ବିନୟ ହୃଦୟରେ ଧାରଣ କଲେ ଜଣେ
ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ରେ ଜୀବନ
ବା
ମୁଁ ଯେ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ପଥେ ଶୁଖିଗଲେ ପାପତାପରେ
ହୋଇ ଶିଶିର ଖସିବି ତା’ ପରେ..
ପରି ପଦମାନ ଲେଖିପାରେ..ମୁହୂର୍ତ୍ତଟିଏରେ
ଅନନ୍ତ ସମୟକୁ ପ୍ରତ୍ୟକ୍ଷ କରାଇ ଦେଇ ପାରେ

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି କଟକ ସହରର ପଟାପୋଲ ଅଞ୍ଚଳରେ ରହୁଥାଆନ୍ତି। ସେତେବେଳେ ସେଠି ଏକ ନାଳ/ନର୍ଦ୍ଦମା ଉପରେ ଏକ ଦଦରା ପଟା ପୋଲ ଥିଲା।ଯେଉଁଥିରେ ଅତି ସତର୍କତାର ସହିତ ନାଳ ଟପିବାକୁ ପଡୁଥିଲା।

ନଗରପାଳିକା ପକ୍ଷରୁ ସେ ସ୍ଥାନରେ କୌଣସି ବତୀଖୁଣ୍ଟ ନ ଥିବାରୁ ରାତିବେଳା ସେ ଜାଗାଟି ଅନ୍ଧାର ରହୁଥିଲା, କେହି ଲୋକ ଅନ୍ଧାରରେ ଭଙ୍ଗା ପୋଲରେ ଯାଇ ଆହତ ହେବାର ବା ନାଳ ଭିତରକୁ ଖସି ପଡିବାର ସମ୍ଭାବନା ରହୁଥିଲା। କାହ୍ନୁଚରଣଙ୍କର ସେତେବେଳକୁ ପରିଣତ ବୟସ। ରାତିସାରା ସେ ଲଣ୍ଠନଟିଏ ଜାଳି ମାସ ମାସ ପୋଲମୁଣ୍ଡରେ ଜଗି ବସୁଥିଲେ। କାଳେ କେହି ଆସୁଥିବ,ଖସି ପଡିବ !

ଏମିତି ଲଣ୍ଠନଟିଏ ଯାହା ଛାତି ଭିତରେ ଦିନରାତି ଜଳୁ ନ ଥିବ, କରୁଣାର ସ୍ନିଗ୍ଧ ଆଲୁଅ ଲହଡି ଭାଙ୍ଗୁ ନ ଥିବ ସିଏ କଣ ଶାସ୍ତି, ଝଞ୍ଜା, ତୁଣ୍ଡବାଇଦ ଭଳିଆ ବହି ଲେଖି ଆମ ମନକୁ ତରଳାଇ ପାଣି କରି ଦେଇ ପାରିବ !

( ଲେଖକ ରମାକାନ୍ତ ମିଶ୍ର ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ କବି ତଥା ଲେଖକ, ସେ ହାସ୍ୟରସାତ୍ମକ କବିତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। )

ଗଙ୍ଗାଧର ମେହେର
Share. Facebook Twitter LinkedIn Email WhatsApp Copy Link

Related Posts

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026
Latest News

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.