Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ର ଲୋଗୋ ଏବଂ ଜର୍ସି 
ବିଶେଷ ଖବର

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ର ଲୋଗୋ ଏବଂ ଜର୍ସି 

May 5, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲକ୍ଷ୍ନୌ ଠାରେ ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଖେଲୋ ଇଣ୍ଡିଆ ବିଶ୍ୱବ୍ୟିାଳୟ କ୍ରୀଡା ଉତ୍ତରପ୍ରଦେଶ ୨୦୨୨ ର ଅଫିସିଆଲ୍ ଲୋଗୋ, ମାସ୍କଟ୍‌, ମଶାଲ, ସଙ୍ଗୀତ ଏବଂ ଜର୍ସି ଉନ୍ମୋଚନ କରିଛନ୍ତି।

ଏହି ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଛନ୍ତି, ଆଜି ମୋତେ ବହୁତ ଖୁସି ଲାଗୁଛି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଖେଲୋ ଇଣ୍ଡିଆ ଆନ୍ଦୋଳନ ଆଜି ଏକ ବିପ୍ଳବରେ ପରିଣତ ହୋଇଛି ଏବଂ ଆଜି ଏହି ବିପ୍ଳବ ଭାରତର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛି। ଏହି ଖେଳଗୁଡିକରେ ଅଂଶଗ୍ରହଣ କରୁଥିବା ବିଶ୍ୱବିଦ୍ୟାଳୟ ଆଥଲେଟ୍ ମାନେ ଜାଣିବେ ଯେ ଜୀବନର କଠିନ ଶିକ୍ଷା ଗ୍ରହଣ ପାଇଁ କ୍ରୀଡା ଏକ ଉତ୍ତମ ପଥ ଅଟେ। ଖେଲୋ ଇଣ୍ଡିଆ ପ୍ଲାଟଫର୍ମ କ୍ରୀଡ଼ାରେ ଉତ୍କର୍ଷତା ସୃଷ୍ଟି କରିବା ଏବଂ ଦେଶର ସେବାରେ ଶୃଙ୍ଖଳିତ, ଉତ୍ସର୍ଗୀକୃତ ତଥା ଭରସାଯୋଗ୍ୟ ଯୁବକ ଗଠନ କରିବ।  ଯୋଗୀ ଜୀଙ୍କ ବଳିଷ୍ଠ ନେତୃତ୍ୱରେ ମୁଁ ନିଶ୍ଚିତ ଯେ ଉତ୍ତରପ୍ରଦେଶ ସର୍ବଶ୍ରେଷ୍ଠ ଖେଲୋ ଇଣ୍ଡିଆ କ୍ରୀଡା ଆୟୋଜନ ହେବାକୁ ଯାଉଛି।

ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ଉତ୍ତରପ୍ରଦେଶର ପରିବେଶ ତଥା ପରିକଳ୍ପନା ଏକ ବ୍ୟାପକ ରୂପାନ୍ତରିତ ହୋଇଛି ଯେଉଁଥିରେ ଶାନ୍ତି ଏବଂ ଆଇନର ଶାସନ ପ୍ରଚଳିତ ରହିଛି ଯେଉଁଥିପାଇଁ ଏଠାରେ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍ମାନେ ଉନ୍ନତି କରୁଛନ୍ତି। ମୁଁ ସମସ୍ତ ଅଂଶଗ୍ରହଣକାରୀ ଆଥଲେଟ୍‌, କୋଚଙ୍କୁ ସ୍ୱାଗତ କରୁଛି। ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉତ୍ତରପ୍ରଦେଶ ୨୦୨୨ ର ଅଧିକାରୀ ଏବଂ ସହାୟକ କର୍ମଚାରୀମାନଙ୍କୁ ରାଜ୍ୟରେ ସୁଖଦ ବସବାସ କାମନା କରୁଛି। ମୁଁ ନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଆମ ଦଳ ସର୍ବୋତ୍ତମ ବ୍ୟବସ୍ଥା, ଖେଳ ସୁବିଧା ଏବଂ ଭିତ୍ତିଭୂମି ନିଶ୍ଚିତ କରିବ। ଖେଲେଗା ଇଣ୍ଡିଆ, ବଢେଗା ଇଣ୍ଡିଆ।

ଦେଶର କ୍ରୀଡ଼ା ଇକୋସିଷ୍ଟମ ପାଇଁ ଖେଲୋ ଇଣ୍ଡିଆ ପଦକ୍ଷେପ ମଧ୍ୟ ଅତୁଳନୀୟ ରହିଛି। କିଛି ସପ୍ତାହ ପୂର୍ବରୁ, ଆମେ ଖେଲୋ ଇଣ୍ଡିଆର ୫ ବର୍ଷ ପୂର୍ତ୍ତି ପାଳନ କରିଥିଲୁ। ଗତ ୫ବର୍ଷ ଭାରତୀୟ କ୍ରୀଡ଼ାର ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେଠାରେ ଅନେକ ଖେଲୋ ଇଣ୍ଡିଆ ଆଥଲେଟ୍ ଅଛନ୍ତି, ଯେଉଁମାନେ ସେମାନଙ୍କ ପ୍ରଦର୍ଶନକୁ ଆଧାର କରି ବର୍ଷ ବର୍ଷ ଧରି ପ୍ରତିଷ୍ଠିତ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ଆଜି ଏକାଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶକୁ ଗର୍ବିତ କରୁଛନ୍ତି। ଏହି ପ୍ରତିଯୋଗିତା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ସୃଷ୍ଟି ହୋଇଥିବା କ୍ରୀଡା ଇକୋସିଷ୍ଟମର ମନ୍ତ୍ର ପ୍ରକୃତରେ ଆମ ଆଥଲେଟମାନଙ୍କୁ ପ୍ରତିଯୋଗିତାର ଏକ ସ୍ତରରୁ ଅନ୍ୟ ସ୍ତରକୁ ସହଜରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି।

କୌଶଳ, ନୀତି ଏବଂ ଧୈର୍ଯ୍ୟର ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଖେଳଗୁଡିକ ଆନୁଷ୍ଠାନିକ ଭାବରେ ୨୫ ମଇରୁ ୩ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଆରମ୍ଭ ହେବ। ଭବ୍ୟ ଉଦଘାଟନୀ ଅଭୂତପୂର୍ବ ଏବଂ ୩ଡି ଡିସପ୍ଲେ ସହିତ ଆନାମୋରଫିକ୍ ଭିଜୁଆଲ୍ ଡିସପ୍ଲେରେ ପରିପୂର୍ଣ୍ଣ, ଏକ ଚମତ୍କାର ଉଦଘାଟନୀ ସମାରୋହ, ସୁନ୍ଦର ଉଦଘାଟନୀ, ଜ୍ଞାନକୌଶଳର ଚମତ୍କାର ଯାହା କିଛି ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ସହିତ ପ୍ରଭାବିତ ହୋଇଛି। ଏହି ଉନ୍ମୋଚନରେ ଜ୍ଞାନକୌଶଳର ଏକ ଅତ୍ୟାଧୁନିକ ଭିଜୁଆଲ ପ୍ରଦର୍ଶିତ ହେବ ଯାହା ସର୍ବାଧିକ ମନୋରଞ୍ଜନ ଉପରେ ଆଧାରିତ ହେବ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଚାରୋଟି ମଶାଲ ଯାତ୍ରାର ଉନ୍ମୋଚନ କରିଛନ୍ତି ଯାହା ଆସନ୍ତା ୨୦ ଦିନ ମଧ୍ୟରେ ଭାରତର ବୃହତ୍ତମ ରାଜ୍ୟର ପଶ୍ଚିମ, ପୂର୍ବ, କେନ୍ଦ୍ରୀୟ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳକୁ ଅତିକ୍ରମ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ସହ ଦୁଇ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶର କ୍ରୀଡା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ, ପରିବହନ ମନ୍ତ୍ରୀ (ସ୍ୱାଧୀନ) ଦୟା ଶଙ୍କର ସିଂହ, ଉତ୍ତରପ୍ରଦେଶ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନବନୀତ ସେହଗାଲ, ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜେନେରାଲ୍ ଏକତା ବିଷ୍ଣୋୟୀ, ଏଆଇୟୁର ମହାସଚିବ ଡକ୍ଟର ପଙ୍କଜ ମିତ୍ତଲ, ସାଇର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ସଞ୍ଜୟ ସାରସ୍ୱତ ପ୍ରମୁଖ ଉପସ୍ଥିତ ଥିଲେ।

ଗିରିଶ ଚନ୍ଦ୍ର ଯାଦବ କହିଥିଲେ ଉତ୍ତରପ୍ରଦେଶ ଏକ କ୍ରୀଡା ରାଜ୍ୟ ଭାବରେ କ୍ରମାଗତ ଭାବେ ଆଗକୁ ବଢୁଛି ଏବଂ ଖୁବ୍ ଶୀଘ୍ର ଦେଶର “ସ୍ପୋର୍ଟସ୍ ହବ୍‌” ଭାବରେ ପରିଚିତ ହେବ। ଆମେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ ଆୟୋଜନ କରିବାକୁ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶନାରେ ରାଜ୍ୟର କ୍ରୀଡା ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡିବାକୁ ଅପେକ୍ଷା କରିଛୁ। ମୁଁ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଉଦଘାଟନୀ ସମାରୋହ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ଦେଇଥିଲା ଏବଂ ଉତ୍ତରପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଭାଷଣ ଦେବା ସହିତ କ୍ରୀଡାର ଲୋଗୋ ଉନ୍ମୋଚନ କରିଥିଲେ। ଏହା ପରେ ଅନୁରାଗ ଠାକୁର ପ୍ରଖ୍ୟାତ ଗାୟକ ପାଲାଶ ସେନଙ୍କ ଦ୍ୱାରା ରଚିତ ଏବଂ ଗାଇଥିବା “ଖେଲୋ ଇଣ୍ଡିଆ – ହର ଦିଲ ମେଁ ଦେଶ’ ଶୀର୍ଷକ କ୍ରୀଡା ସଙ୍ଗୀତର ଉନ୍ମୋଚନ କରିଥିଲେ।

ଏହା ପରେ ସେ ଅଫିସିଆଲ୍ କ୍ରୀଡା ଜର୍ସି ଉନ୍ମୋଚନ କରିଥିଲେ ଯାହାକି ଲଲିତ ଉପାଧ୍ୟାୟ, ସୁଧା ସିଂ ଏବଂ ଦିବ୍ୟା କକରନଙ୍କ ପରି ଉତ୍ତରପ୍ରଦେଶର ବିଶିଷ୍ଟ କ୍ରୀଡ଼ାବିତ୍ମାନେ ଏହାକୁ ପିନ୍ଧିବା ସହିତ ମଞ୍ଚରେ ଆତ୍ମବିଶ୍ୱାସର ସହିତ ପ୍ରଦର୍ଶନ କରିଥିଲେ।

ଏହି ଖେଳର ମାସ୍କଟ ଜିତୁ ବାରାସିଂହା, ଆକର୍ଷକ ଜୀବନ୍ତ ରାଜ୍ୟ ପ୍ରାଣୀ ଅଟେ ଯିଏ “ଗର୍ବ ସେ ଗୌରବ’ର ପ୍ରତୀକ ଅଟେ, ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ଅନ୍ତିମ ଉନ୍ମୋଚନ ହେଉଛି ଖେଳ ମଶାଲ ଯାହା ପରେ ଉତ୍ତରପଦେଶ ପ୍ରସିଦ୍ଧ କ୍ରୀଡାବିତ୍‍ ଲଲିତ ଉପାଧ୍ୟାୟ, ବନ୍ଦନା କଟାରିଆ, ସୁଧା ସିଂ, ବିଜୟ ଯାଦବ, ଡାନିସ ମୁଜତାବାଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ମଞ୍ଚକୁ ଅଣାଯାଇଥିଲା। କ୍ରୀଡ଼ାବିତ୍‍ ମାନଙ୍‍କ ଦ୍ୱାରା ମଶାଲକୁ ହସ୍ତାନ୍ତର କରାଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଆନାମୋରଫିକ୍ ପରଦାରେ ମଶାଳରେ ଅଗ୍ନି ସଂଯୋଗ କରିଥିଲେ ଏବଂ ପରେ ପାର୍କିଂ କ୍ଷେତ୍ରକୁ ଯାଇ ଚାରିଟି ମଶାଲ ରିଲେକୁ ପତାକା ଦେଖାଇ ଚାରିଟି ଦିଗକୁ ଶୁଭାରମ୍ଭ କରିଥିଲେ।

ଲୋଗୋ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ ଉତ୍ତରପ୍ରଦେଶର ଅଫିସିଆଲ୍ ଲୋଗୋ ଉତ୍ତରପ୍ରଦେଶର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦିତ କରେ । ଏହି ଲୋଗୋ ହେଉଛି ରାଜ୍ୟର ସମୃଦ୍ଧ ପାରମ୍ପାରିକ ତଥା ଐତିହାସିକ ଉତ୍ତରାଧିକାରର ଏକ ପ୍ରତିନିଧିତ୍ୱ ଯାହା ଶିକ୍ଷା, ଭିତ୍ତିଭୂମି ଏବଂକ୍ରୀଡା ଭଳି ସବୁ ଦିଗରେ ଏହାର ବିକାଶର ମୂଳଦୁଆ ପାଲଟିଛି।

ମାସ୍କଟ୍

ଜିତୁ, ମାସ୍କଟ୍ ବାରସିଂହାକୁ ପ୍ରତିପାଦିତ କରେ, ଏକ ଅବିଶ୍ୱାସନୀୟ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ଏକ ଶକ୍ତିଶାଳୀ ର୍ନିମାଣ ଏବଂ ଉଲ୍ଲେଖନୀୟ ବେଗରେ ଗତି କରେ, କୌଶଳ, ନୀତି ଏବଂ ଧୈର୍ଯ୍ୟକୁ ଏହା ମୂଳତଃ ପ୍ରଦର୍ଶନ କରେ ଏବଂ ଏହା ହେଉଛି ଅନୁଗ୍ରହ ଏବଂ ସୂକ୍ଷ୍ମତାର ପରିଚୟ ଯାହା ପ୍ରକୃତରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉତ୍ତରପ୍ରଦେଶର ଆବେଗକୁ ପ୍ରତିପାଦିତ କରେ ଏବଂ ଉତ୍ତରପ୍ରଦେଶର ସାଂସ୍କୃତିକ ଐତିହ୍ୟର ଶକ୍ତି ଏବଂ ପ୍ରଚୁରତା ପ୍ରଦର୍ଶନ କରିଥାଏ।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପାଇଁ ଅଫିସିଆଲ୍ ମାସ୍କଟ୍ ଭାବରେ ଜିତୁ ଉତ୍ସାହର ଉତ୍ସ ଭାବରେ କାର୍ଯ୍ୟ କରିବ, ପ୍ରଶଂସକଙ୍କ ଯୋଗଦାନକୁ ଉତ୍ସାହିତ କରିବ ଏବଂ ପ୍ରତିଯୋଗିତାରେ ଦଳ ପାଇଁ ଉତ୍ସାହ ସୃଷ୍ଟି କରିବ। ଉତ୍ତରପ୍ରଦେଶର ପ୍ରଶଂସକମାନେ ଜିତୁକୁ ସମଗ୍ର ରାଜ୍ୟରେ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି, କାରଣ ସେ ନୂଆ ପ୍ରଶଂସକଙ୍କୁ ଆକର୍ଷିତ କରିବ ଏବଂ ଅଧିକ ଲୋକଙ୍କୁ କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ବ୍ୟବହାର କରାଯିବ। ମାସ୍କଟ୍ ମଧ୍ୟ ଦଳର ପ୍ରାୟୋଜକ, ବାଣିଜ୍ୟ ଏବଂ ଅନ୍ୟାନ୍ୟ ମାର୍କେଟିଂ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ, ଯାହା ତାକୁ କାର୍ଯ୍ୟକ୍ରମର ସଫଳତାର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ପରିଣତ କରିବ।

ପୂର୍ବ ଖେଲୋ ଇଣ୍ଡିଆ କ୍ରୀଡାର ମାସ୍କଟ ଜୟ ଏବଂ ବିଜୟ ଜିତୁଙ୍କୁ ମଞ୍ଚରେ ସ୍ୱାଗତ କରିଥିଲେ।

ମଶାଲ

ଉତ୍ତରପ୍ରଦେଶର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଅଫିସିଆଲ୍ ମଶାଲ “ଶକ୍ତି” କେବଳ ଏହାର ଐତିହ୍ୟ ଏବଂ ଆବେଗର ପ୍ରତୀକ ନୁହେଁ ବରଂ ଶକ୍ତି ସହିତ ଉଜ୍ଜ୍ୱଳ ଜୀବନ୍ତ ସଂସ୍ଥାରର ପ୍ରତୀକ ଅଟେ। ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କର ମୂଳ ଲକ୍ଷ୍ୟ ଆଡ଼କୁ ଆଗକୁ ବଢାଇବା ପାଇଁ ଗଙ୍ଗା ନଦୀ ଉପରେ ଉପରମୁହାଁ ର୍ନିମିତ ହୋଇଛି ଏବଂ ଭବିଷ୍ୟତ ଆଡକୁ ଥିବା ତୀର ଉତ୍ତରପ୍ରଦେଶର ଗୌରବମୟ ଅତୀତ ଏବଂ ଭବିଷ୍ୟତକୁ ପ୍ରଦର୍ଶିତ କରିଥାଏ। ଶକ୍ତି ଆଲୋକର ଉତ୍ପତ୍ତିରେ ମୟୂର ପୁଚ୍ଛ ଏବଂ ପଦ୍ମ ପାଖୁଡା ସହିତ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହାର ଶାନ୍ତ ଶକ୍ତି ଯାହା ପର୍ବତ ଦିଗକୁ ଗତି କରିପାରିବ ଏବଂ ପ୍ରେରଣା ଏବଂ ଉତ୍ସାହ ପାଇଁ ଏକ ଶକ୍ତିଶାଳୀ ଉତ୍ସ ଅଟେ।

ଖେଳଗୁଡିକ

୧୨ ଦିନି ବ୍ୟାପି କେଆଇୟୁଜି ୨୦୨୨ ସୁଟିଂ ପ୍ରତିଯୋଗିତା ଆୟୋଜନ ହେଉଥିବା ଦିଲ୍ଲୀର ଡକ୍ଟର କର୍ନି ସିଂ ଶୁଟିଂ ରେଞ୍ଜ ସହିତ ବାରଣାସୀ, ନୋଏଡା ଏବଂ ଗୋରଖପୁର ସହରରେ ଅନୁଷ୍ଠିତ ହେବ। କବାଡି ପ୍ରତିଯୋଗିତା ନୋଏଡା ଠାରେ ୨୩ ମଇ ୨୦୨୩ ରେ ଆରମ୍ଭ ହେଉଥିବାବେଳେ ଅନ୍ୟ କେତେକ ଖେଳ ମେ ୨୪, ୨୦୨୩ ରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେବ।

୨୦୦ ଟି ଭାରତୀୟ ବିଶ୍ୱବିଦ୍ୟାଳୟର ୪୦୦୦ ରୁ ଅଧିକ ଆଥଲେଟ୍ ଏହି ଖେଳଗୁଡିକରେ ୨୧ ଟି କ୍ରୀଡା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଯାହା ଆନୁଷ୍ଠାନିକ ଭାବରେ ମେ ୨୫ ରୁ ଜୁନ୍ ୦୩, ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ଉଦଘାଟନୀ ସମାରୋହ ମଇ ୨୫ରୁ ଜୁନ୍‍ ୩, ୨୦୨୩ରେ ଲକ୍ଷ୍ନୌ ଠାରେ ଧାର୍ଯ୍ୟ କରାଯାଇଛି। ଏହି ଖେଳଗୁଡିକ ସର୍ବୋତ୍ତମ କ୍ରୀଡା ଆବେଗର ଉଦାହରଣ ହେବ, ଉତ୍କର୍ଷର ମାନ ବଢାଇବ ଏବଂ ଏହି ପ୍ରତିଦ୍ୱନ୍ଦ୍ୱିତା ଖେଳିବା ଏବଂ ଜିତିବାର ସମ୍ମାନ ପାଇଁ ପ୍ରକୃତ କ୍ରୀଡ଼ାବିତ୍‍ଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ କରିବ।

କ୍ରୀଡ଼ା ମନ୍ତ୍ରଣାଳୟ ଖେଲୋ ଇଣ୍ଡିଆ ବିଶ୍ୱବ୍ୟିାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.