Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ବିଶେଷ ଖବର

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

May 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମେ ୬, ୨୦୨୩ ରେ) ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଅତି କମ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଭିନବ ପରିଚୟ ସୃଷ୍ଟି କରିଛି।

ଜନଜାତି ପଦ୍ଧତି ଓ ସାଂସ୍କୃତିକ ପରମ୍ପରାର ମୂଳଦୁଆକୁ ସଂରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ‘ପବିତ୍ର ଉପବନ’ ପ୍ରତିଷ୍ଠା କରାଯିବାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ‘ପବିତ୍ର ଉପବନ’ ପରିବେଶ ଓ ସ୍ଥାନୀୟ ବିବିଧତାର ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ସମ୍ବଳର ଗୋଷ୍ଠୀ ଆଧାରିତ ପରିଚାଳନାର ଏହା ଏକ ଶ୍ରେଷ୍ଠ ଉଦାହରଣ।

ରାଷ୍ଟ୍ରପତି କହିଥିଲେ ଯେ, ଆଜି ସାରା ବିଶ୍ୱ ବିଶ୍ୱ ଉତ୍ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ସମସ୍ୟାର ସମ୍ମୁଖିନ ହେଉଛି। ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା କ୍ଷେତ୍ରରେ ଭାରତ ସାରା ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ଏହାକୁ ‘ଲାଇଫ’ ବା ଲାଇଫଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ ବୋଲି କୁହାଯାଉଛି। ଆମ ପରମ୍ପରାରେ, ଉଦ୍ଭିଦ, ବୃକ୍ଷଲତା, ପର୍ବତ, ନଦୀର ଜୀବନ ଅଛି ବୋଲି ବିଶ୍ୱାସ କରାଯାଏ। କେବଳ ମଣିଷ ନୁହନ୍ତି ସମ୍ପୂର୍ଣ୍ଣ ଜୀବଜଗତ ପ୍ରକୃତି ମାତାର ସନ୍ତାନ। ତେଣୁ ପ୍ରକୃତି ସହିତ ସହାବସ୍ଥାନ କରି ରହିବା ସବୁ ମନୁଷ୍ୟଙ୍କ କର୍ତ୍ତବ୍ୟ। ସେ କହିଥିଲେ ଯେ, ଏହି କ୍ଷେତ୍ରରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଜୈବବିବିଧତା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ ଜରିଆରେ ଜୈବବିବିଧତାର ସଂରକ୍ଷଣ ପାଇଁ ମାର୍ଗ ସନ୍ଧାନ କରିପାରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, କେବଳ ଡିଗ୍ରୀ ହାସଲ କରିବା ଦ୍ୱାରା ଶିକ୍ଷାଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବା ନାହିଁ। ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା। ସେ କହିଥିଲେ ଯେ, ଉଚ୍ଚଶିକ୍ଷା ହାସଲ କରିସାରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଚାକିରି କରିବେ, ଆଉ କିଛି ବ୍ୟବସାୟ ଏବଂ ଆଉ କିଛି ଗବେଷଣା କରିବେ, କିନ୍ତୁ ଚାକିରି କରିବା ଅପେକ୍ଷା ଚାକିରି ଦେବା ପାଇଁ ଚିନ୍ତା କରିବା ଭଲ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା କରାଯିବା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କୁ ଷ୍ଟାର୍ଟଅପ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇ ଦିଆଯାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ପ୍ରତିଯୋଗିତା ଜୀବନର ଏକ ଅପରିହାର୍ଯ୍ୟ ଦିଗ। ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ପ୍ରତିଯୋଗିତାର ସାମ୍ନା କରିଥାନ୍ତି। ସେ କହିଥିଲେ ଯେ ଛାତ୍ରଛାତ୍ରୀ ସବୁବେଳେ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍‌ ଏବଂ ଏଥିପାଇଁ ସେମାନେ ଉଚ୍ଚ ଦକ୍ଷତା ଅର୍ଜନ କରିବା ତଥା ଅଧିକ ଦକ୍ଷ ହେବା ପାଇଁ ଚେଷ୍ଟା କରିବା ଜରୁରି। ନିଜର ଇଚ୍ଛାଶକ୍ତି ବଳରେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ।

ରାଷ୍ଟ୍ରପତି କହିଥିଲେ ଯେ ପ୍ରତିଯୋଗିତା ଜୀବନର ଏକ ପ୍ରାକୃତିକ ଦିଗ, କିନ୍ତୁ ସହଯୋଗ ଜୀବନର ଏକ ସୁନ୍ଦର ଦିଗ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଜୀବନରେ ଆଗକୁ ବଢ଼ିବା ସମୟରେ ସେମାନେ ଯେତେବେଳେ ପଛକୁ ଫେରି ଚାହିଁବେ, ସେମାନେ ଏମିତି କିଛି ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିବା ଲାଗି ସମର୍ଥ ନୁହନ୍ତି। ବଞ୍ଚିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଏବଂ ସେମାନଙ୍କୁ ଆଗକୁ ଆଣିବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଉଦାରତା ଏବଂ ସହଯୋଗ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ। କେବଳ ନିଜର ଖୁସି ଓ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ଚିନ୍ତା କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିବେଦନ କରିଥିଲେ।

ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.