Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କପିଳେଶ୍ୱର ମନ୍ଦିର ପ୍ରସଙ୍ଗ: ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲା ବିଜେଡ଼ି
ବିଶେଷ ଖବର

କପିଳେଶ୍ୱର ମନ୍ଦିର ପ୍ରସଙ୍ଗ: ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲା ବିଜେଡ଼ି

May 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
leninmohanty

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ ପ୍ରକୃତରେ କାର୍ଯ୍ୟ କରିବା ଅପେକ୍ଷା ପ୍ରଚାରରେ ଅଧିକ ଆଗ୍ରହୀ। ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ୱର ମନ୍ଦିର ପ୍ରସଙ୍ଗ। ମଇ ୫ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ, କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ୱାରା ହାତକୁ ନିଆଯିବ। ତେବେ ମଇ ୯ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଜୋରଦାର ପ୍ରଚାର ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍‍ଆଇକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି।

ଶ୍ରୀ ପ୍ରଧାନ ନିଜର ପ୍ରଚାର ପ୍ରସାର କରିବା ଏବଂ ଚିଠି ଦେବା ପରିବର୍ତ୍ତେ କେବଳ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ବୁଝି ପାରିଥାନ୍ତେ। ଆମେ ଜାଣିଛୁ ଯେ, କପିଳେଶ୍ୱର ମନ୍ଦିର କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ଅପେକ୍ଷା ଶ୍ରୀ ପ୍ରଧାନ ପ୍ରଚାରରେ ଅଧିକ ଆଗ୍ରହୀ। ସେ ତାଙ୍କ ଦଳର ସହକର୍ମୀ ଶ୍ରୀମତୀ ଅପରାଜିତାଙ୍କ ଠାରୁ ଶିଖି ନେବା ଉଚିତ୍‍ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

କପିଳେଶ୍ୱର ମନ୍ଦିର ବିଜେଡି ସଂସ୍କୃତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.