Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରୋଜଗାର ମେଳା: ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ରୋଜଗାର ମେଳା: ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା।

ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଥିଲା। କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରିଥିଲେ। ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସ୍‌ପେକ୍ଟର, କମର୍ସିଆଲ-କମ୍‌-ଟିକେଟ କ୍ଲର୍କ, ଟ୍ରାକ୍ ମେଣ୍ଟେନରସ, ସହକାରୀ ସେକସନ୍ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସ୍‌ପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟସ୍ ଅଫିସର, ସହକାରୀ ଅଡିଟ୍ ଅଫିସର, ଡିଭିଜିନାଲ ଅକାଉଣ୍ଟା, ଅଡିଟର, କନ୍‌ଷ୍ଟେବଲ, ହେଡ୍ କନଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନ୍‌ଡ ଗ୍ରାଜୁଏଟ୍ ଟିଚର୍ସ, ସହକାରୀ ରେଜିଷ୍ଟ୍ରାର ଓ ସହକାରୀ ପ୍ରଫେସର।

ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲେ ରୋଜଗାର ମେଳା ତାହାର ଏକ ଅଂଶବିଶେଷ। ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏବଂ ନିଯୁକ୍ତି ଆଶାୟୀଙ୍କୁ ଯଥାର୍ଥ କର୍ମନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ। ଯଥାର୍ଥ କର୍ମ ନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ। ଯଥା କର୍ମ ନିଯୁକ୍ତି ଓ ରୋଜଗାର ପାଇଲେ ଯୁବ ସମାଜ ସଶକ୍ତ ହେବା ସହିତ ଜାତୀୟ ବିକାଶ ପ୍ରକ୍ରିୟାରେ ଯଥାର୍ଥ ସହଯୋଗ  ଯୋଗାଇ ପାରିବେ।

ନବନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ ଦେବାରେ ସୁଯୋଗ ପାଇବେ। ଏହି କର୍ମଯୋଗୀ ପ୍ରାରମ୍ଭ ଏକ ଅନ୍‌ଲାଇନ୍ ଓରିଏଣ୍ଟେସନ ପାଠ୍ୟକ୍ରମ। ବିଭିନ୍ନ ବିଭାଗର ସବୁ ନବନିଯୁକ୍ତ ସରକାରୀ ର୍କମଚାରୀ ଏହି ଓରିଓଣ୍ଟେସନ୍ ପାଠ୍ୟକ୍ରମରେ ଭାଗ ନେଇ ପ୍ରାରମ୍ଭିକ ତାଲିମ ଦେବାକୁ ବାଧ୍ୟ। ଯାହା ଦ୍ୱାରା ସେମାନଙ୍କର କାର୍ମିକ ଦକ୍ଷତା ଓ ଶୃଙ୍ଖଳା ବଢିବ ଏବଂ ସେମାନେ ସରକାରୀ କାର୍ଯ୍ୟ ଓ ଏହାର ସମ୍ପାଦନା ସମ୍ପର୍କରେ ଭଲଭାବେ ଅବଗତ ହେବେ।

ପ୍ରଧାନମନ୍ତ୍ରୀ ମୋଦୀ ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026
Latest News

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.