Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯେଉଁଠି କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ସାହାଯ୍ୟ କରିବା ଉଚିତ’: ଜେଡ଼ିୟୁ ନେତା
ବିଶେଷ ଖବର

ଯେଉଁଠି କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ସାହାଯ୍ୟ କରିବା ଉଚିତ’: ଜେଡ଼ିୟୁ ନେତା

May 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକତାର ପ୍ରୟାସ ଜୋରଦାର ହୋଇଛି। ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ, ଯେଉଁ ରାଜ୍ୟରେ କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ତାଙ୍କୁ ସାହାଯ୍ୟ କରିବା ଉଚିତ୍। ସେହିଭଳି, ଯେଉଁଠାରେ ଅନ୍ୟ ଦଳଗୁଡ଼ିକ ମଜବୁତ, କଂଗ୍ରେସ ମଧ୍ୟ ସେହିଭଳି କରିବା ଉଚିତ୍।

ନୀତୀଶ କୁମାରଙ୍କୁ ସର୍ବଭାରତୀୟ ନେତା ଭାବରେ ବର୍ଣ୍ଣନା କରି ଶ୍ରୀଯୁକ୍ତ ତ୍ୟାଗୀ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ କୌଣସି ଦଳ ପ୍ରଧାନମନ୍ତ୍ରୀଙ୍କ ପଦ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ। ଏହା ବିରୋଧୀ ଶିବିରରେ ଏକ ବିଭାଜନ ଭାବରେ କାର୍ଯ୍ୟ କରିବ।

ଜେଡିୟୁ ନେତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ବିଷୟରେ ସମାନ ମତ ରଖିଥିଲେ। ମମତା ବାନାର୍ଜୀ କହିଥିଲେ ଯେ, ତାଙ୍କ ପାର୍ଟି ସେହି କ୍ଷେତ୍ରରେ କଂଗ୍ରେସକୁ ସମର୍ଥନ କରିବ, ଯେଉଁଠି ସେମାନେ ମଜବୁତ।

ଶ୍ରୀଯୁକ୍ତ ତ୍ୟାଗୀ ଏହା ମଧ୍ୟ କହିଛନ୍ତି ଯେ, ବିରୋଧୀ ଏକତାର ସବୁଠାରୁ ବଡ ସଂଗଠକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ ବିଭିନ୍ନ ବିରୋଧୀଦଳ ନେତାଙ୍କୁ ଭେଟି ବିଜେପି ବିରୋଧୀ ମେଣ୍ଟ ଗଠନ କରୁଛନ୍ତି। ସେ କହିଛନ୍ତି ଯେ, ‘ବିରୋଧୀ ଯେକୌଣସି ମିଳିତ ମେଣ୍ଟରେ ନୀତୀଶ କୁମାରଙ୍କର ଭୂମିକା ରହିବ ଏହା ନିଶ୍ଚିତ। ନୀତୀଶ କୁମାର ଏନଡିଏ ଛାଡିବା ପରେ ହିଁ ଏହି ଜିନିଷ ସାମ୍ନାକୁ ଆସିଛି।

ଜେଡିୟୁ ନେତା କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନରେ ​​କଂଗ୍ରେସ ବିଜେପିକୁ ପରାସ୍ତ କରିବା ପରେ ବିରୋଧୀ ଏକତା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି।

କଂଗ୍ରେସ କର୍ଣ୍ଣାଟକ କେସି ତ୍ୟାଗୀ ଜେଡିୟୁ ନେତା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.