Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ରିଅଲ୍ ସାବିତ୍ରୀ ବନାମ ଫେକ୍ ସାବିତ୍ରୀ’, କାହା ଉଦ୍ଦେଶ୍ୟରେ ଏମିତି ଲେଖିଲେ ସାଂସଦ ଅନୁଭବ ମହାନ୍ତି
ବିଶେଷ ଖବର

‘ରିଅଲ୍ ସାବିତ୍ରୀ ବନାମ ଫେକ୍ ସାବିତ୍ରୀ’, କାହା ଉଦ୍ଦେଶ୍ୟରେ ଏମିତି ଲେଖିଲେ ସାଂସଦ ଅନୁଭବ ମହାନ୍ତି

May 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ରିଅଲ୍ ସାବିତ୍ରୀ ବନାମ ଫେକ୍ ସାବିତ୍ରୀ', କାହା ଉଦ୍ଦେଶ୍ୟରେ ଏମିତି ଲେଖିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ସାବିତ୍ରୀ ଉପଲକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କ ଭେରିଫାଏଡ ଫେସବୁକ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ସେ ସାବିତ୍ରୀ ଉପଲକ୍ଷେ ନିଜର ରାଗକୁ ଏହି ଲେଖାରେ ଉପସ୍ଥାପିତ କରିଛନ୍ତି। ତେବେ ସେ କାହା ଉଦ୍ଦେଶ୍ୟରେ ଏପରି ଲେଖିଛନ୍ତି ତାହା ହିଁ ମୁଖ୍ୟ ଚର୍ଚ୍ଚା। ସେ ଯାହା ଲେଖିଛନ୍ତି ତାହା ତଳେ ଉଲ୍ଲେଖ କରାଗଲା।

” ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ ସୃଷ୍ଟି। ସେ ମା ରୂପରେ , ଭଉଣୀ ରୂପରେ , ସ୍ତ୍ରୀ ରୂପରେ , ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତା ଟି ସେଇ ନାରୀ ମାନଙ୍କ ପାଇଁ ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦ୍-ନାମ୍ କରୁଛନ୍ତି। ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି।

ଆମ ସନାତନ ଧର୍ମରେ ସଧବା ନାରୀ ର ପ୍ରତୀକ ହଉଛି ସିନ୍ଦୁର। ଏଇ ସିନ୍ଦୁର ଗୋଟେ ରଙ୍ଗ ନୁହେଁ କି କସ୍-ମେଟିକ୍ ନୁହେଁ। ଇଏ ହଉଛି ନାରୀର ଅଳଙ୍କାର। ସେଇଥିପାଇଁ ସିନ୍ଦୁରକୁ ଲଗା ଯାଏନି ପିନ୍ଧା ଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୁର ଲାଗିଲେ ସିଏ ଦେବୀ ଟିଏ ହେଇଯାଏ ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୁର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ।

ସିନ୍ଦୁର ହଉଛି ତା ପାଇଁ ଭଗବାନ। ସେଇଥିପାଇଁ ସିନ୍ଦୁର କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ହେଲେ ଏଇ ସିନ୍ଦୁର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟ ହୀନ । ଆମେ ଶୁଣି ଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୁରା ଖେଳ ଘର।

କଥାରେ କହନ୍ତି ‘ ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ’। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁର ରେ ଛିନ୍ନ ମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହବା ପାଇଁ ସିନ୍ଦୁର ପିନ୍ଧି ଏକ୍-ଦମ୍ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ଏ ନାରୀ ମାନଙ୍କୁ। ଓ ମ୍ୟାଡାମ୍ , ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ ଓଷାର ବହି ଟା ପଢ଼ । ତାପରେ ସିନ୍ଦୁର ଆଉ ସ୍ୱାମୀ ର ମାନେ କଣ ବୁଝିବ।

ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି। କାହିଁକି ନା ଯେମିତି ଆଜିକାଲି ସୋସିଆଲ୍ ମେଡିଆ ରେ ଫେକ୍ ଆଇଡି ଆଉ ରିଅଲ୍ ଆଇଡି ଦୁଇ ପ୍ରକାର , ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍ ସାବିତ୍ରୀ ଆଉ ଗୋଟେ ଫେକ୍ ସାବିତ୍ରୀ। ରିଅଲ୍ ସାବିତ୍ରୀ ତ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ।

ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୁର ଲଗେଇ ଓ ଶୋଉତୁଣୀ। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୁରରେ ଖାଲି ସମ୍ପର୍କ ଯୋଡି ହୁଏନି। ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୁର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୁର କିମ୍ବା ସାବିତ୍ରୀ ଓଷାର ବଦ୍-ନାମ୍ କରନ୍ତୁ ନାହିଁ। ଦେହକୁ ନେବେନି। ”

ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Latest News

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.