Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ମିଳିଲା ବଡଚଣା ଟିକେଟ

ଭୁବନେଶ୍ବର: ଶେଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେଡି। ସେ ବଡଚଣାରେ ଲଢେଇ କରିବେ ବୋଲି ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଡଚଣାରେ ବର୍ତ୍ତମାନ ବିଧାୟକ ଅଛନ୍ତି ଅମର ଶତପଥୀ। ସେ ସେଠାରେ ଦୀର୍ଘ ବର୍ଷ ଧରି ରାଜନୀତି ସହିତ ଅଛନ୍ତି। ହେଲେ ଦଳ ତାଙ୍କୁ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାପଡିଥିଲା।

ତେବେ ବଡଚଣାରେ ଅମରଙ୍କ ସହିତ ଆହୁରି ଅନେକ ଆଶାୟୀ ଥିଲେ। ହେଲେ ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା। ନିକଟରେ ସେ ବିଜେଡିରେ ଯୋଗଦେବା ପରେ ଦଳ କେଉଁଠାରୁ ଛିଡା କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଯାହା ଆଜି ସେହି ଚର୍ଚ୍ଚାରେ ଭଟ୍ଟା ପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅନୁଭବକୁ ପାନେ ଦେବା ପାଇଁ ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଶେଷରେ ବିଜେଡିରେ ମିଶିଲେ ଅଭିନେତ୍ରୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଆଜି ଶଙ୍ଖ ଭବନ ଆସି ବିଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ। ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ବର୍ଷା ବିଜେଡି ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ଦଳରେ ସାମିଲ ହୋଇ ନ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ସେ କହିଲେ, ଆଜି ଏକ ଖୁସିର ଦିନ, ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ଵି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା। ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି।

ତେଣୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଓ କାମ କରିଛନ୍ତି, ତାହା ଉଲ୍ଲେଖନୀୟ. ପାଠାଗାର ଆନ୍ଦୋଳନ କରି ଶିକ୍ଷାର ବିକାଶ କରିବା ପାଇଁ ତାଙ୍କ ଉଦ୍ୟମ ଯୁବ ପିଢ଼ି ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ବିକଶିତ ଓଡିଶାର ଯାତ୍ରା ବର୍ଷାଙ୍କ ଯୋଗଦାନ ଦ୍ୱାରା ସଫଳ ହେବ।

ବର୍ଷା ପ୍ରିୟଦର୍ଶିନୀ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ଫ୍ୟାନ। ଯେବେ ଵି ପ୍ରଚାର ପାଇଁ ଯାଇଛି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ନିମକି ଫିଲ କରିଥିଲା। ତାଙ୍କ ବ୍ୟକ୍ତିତ୍ୱ ମତେ ଅନୁପ୍ରାଣିତ କରିଛି। ସେ ବହୁତ ସରଳ, କମ କଥା, କାର୍ଯ୍ୟ କଥା କୁହେ। ସେ ଅପ୍ରତିଦ୍ବଦ୍ଵି, ସେ କାହା ବିରୋଧରେ କିଛି କୁହନ୍ତି ନାହିଁ। ସ୍ୱଚ୍ଛ ଓ ହୃଦୟବନ ମଣିଷ ହେଉଛନ୍ତି ନବୀନ ପଟ୍ଟନାୟକ। ସେଥିପାଇଁ ମୁଁ ଦଳରେ ଯୋଗଦେଲି ବୋଲି ବର୍ଷା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷାଙ୍କର ବିବାହ ବିଚ୍ଛେଦକୁ ମିଳିଲା ଅନୁମତି

କଟକ: ଶେଷରେ ବହୁ ସଂଘର୍ଷ ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଛାଡପତ୍ରର ଅନୁମତି ମିଳିଛି। ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ ପତ୍ର ଦେବେ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ। ଶେଷରେ ହାଇକୋର୍ଟ ପତ୍ନୀ ବର୍ଷାଙ୍କୁ ଛାଡପତ୍ର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଦୀର୍ଘ ବର୍ଷ ଧରି ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବେ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ପରିବାର କୋର୍ଟରେ ଏହି ମାମଲା ଚାଲିଥିଲା। ହେଲେ କୋର୍ଟ ତାଙ୍କ ବିବାହ ବିଛେଦକୁ ଅନୁମତି ପ୍ରଦାନ କରି ନ ଥିଲେ। ଶେଷରେ ଅନୁଭବ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସିନେମା

ଅନୁଭବଙ୍କ ଛାଡପତ୍ର ମାମଲା ଖାରଜ ହେବା ପରେ କଣ କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଗତକାଲି କୋର୍ଟ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲା ଖାରଜ କରିଦେଇଛନ୍ତି। ଅନୁଭବ ମହାନ୍ତି ଛାଡପତ୍ର ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରି ନାହାଁନ୍ତି। ଏହା ପରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ସାମାଜିକ ଗଣମାଧ୍ୟମରେ ଆଜି ଏକ ଲମ୍ବା ବିବୃତି ପ୍ରଦାନ କରିଛନ୍ତି। ତାହା ହେଲା

” ସତ୍ୟ ଉପରେ ବିଶ୍ବାସ, ଧୈର‌୍ୟ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି।ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା”

ସେହିପରି ସେ କହିଛନ୍ତି, ” ଏହି ଆଇନଗତ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି। ମୋ ପରିବାର ତଥା ମୋ ମା’ଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇ ପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି। ଏହା ସହ ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି”

ବର୍ଷା ଆହୁରି କହିଛନ୍ତି ଯେ, ” ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏ ନାହିଁ। ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ। ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତାର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ। “

Categories
ବିଶେଷ ଖବର ରାଜ୍ୟ ଖବର

‘ରିଅଲ୍ ସାବିତ୍ରୀ ବନାମ ଫେକ୍ ସାବିତ୍ରୀ’, କାହା ଉଦ୍ଦେଶ୍ୟରେ ଏମିତି ଲେଖିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ସାବିତ୍ରୀ ଉପଲକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କ ଭେରିଫାଏଡ ଫେସବୁକ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ସେ ସାବିତ୍ରୀ ଉପଲକ୍ଷେ ନିଜର ରାଗକୁ ଏହି ଲେଖାରେ ଉପସ୍ଥାପିତ କରିଛନ୍ତି। ତେବେ ସେ କାହା ଉଦ୍ଦେଶ୍ୟରେ ଏପରି ଲେଖିଛନ୍ତି ତାହା ହିଁ ମୁଖ୍ୟ ଚର୍ଚ୍ଚା। ସେ ଯାହା ଲେଖିଛନ୍ତି ତାହା ତଳେ ଉଲ୍ଲେଖ କରାଗଲା।

” ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ ସୃଷ୍ଟି। ସେ ମା ରୂପରେ , ଭଉଣୀ ରୂପରେ , ସ୍ତ୍ରୀ ରୂପରେ , ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତା ଟି ସେଇ ନାରୀ ମାନଙ୍କ ପାଇଁ ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦ୍-ନାମ୍ କରୁଛନ୍ତି। ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି।

ଆମ ସନାତନ ଧର୍ମରେ ସଧବା ନାରୀ ର ପ୍ରତୀକ ହଉଛି ସିନ୍ଦୁର। ଏଇ ସିନ୍ଦୁର ଗୋଟେ ରଙ୍ଗ ନୁହେଁ କି କସ୍-ମେଟିକ୍ ନୁହେଁ। ଇଏ ହଉଛି ନାରୀର ଅଳଙ୍କାର। ସେଇଥିପାଇଁ ସିନ୍ଦୁରକୁ ଲଗା ଯାଏନି ପିନ୍ଧା ଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୁର ଲାଗିଲେ ସିଏ ଦେବୀ ଟିଏ ହେଇଯାଏ ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୁର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ।

ସିନ୍ଦୁର ହଉଛି ତା ପାଇଁ ଭଗବାନ। ସେଇଥିପାଇଁ ସିନ୍ଦୁର କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲ୍ ଚାଲ୍ କରା ଯାଏନି। ହେଲେ ଏଇ ସିନ୍ଦୁର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟ ହୀନ । ଆମେ ଶୁଣି ଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୁରା ଖେଳ ଘର।

କଥାରେ କହନ୍ତି ‘ ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ’। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁର ରେ ଛିନ୍ନ ମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହବା ପାଇଁ ସିନ୍ଦୁର ପିନ୍ଧି ଏକ୍-ଦମ୍ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ଏ ନାରୀ ମାନଙ୍କୁ। ଓ ମ୍ୟାଡାମ୍ , ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ ଓଷାର ବହି ଟା ପଢ଼ । ତାପରେ ସିନ୍ଦୁର ଆଉ ସ୍ୱାମୀ ର ମାନେ କଣ ବୁଝିବ।

ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି। କାହିଁକି ନା ଯେମିତି ଆଜିକାଲି ସୋସିଆଲ୍ ମେଡିଆ ରେ ଫେକ୍ ଆଇଡି ଆଉ ରିଅଲ୍ ଆଇଡି ଦୁଇ ପ୍ରକାର , ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍ ସାବିତ୍ରୀ ଆଉ ଗୋଟେ ଫେକ୍ ସାବିତ୍ରୀ। ରିଅଲ୍ ସାବିତ୍ରୀ ତ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ।

ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୁର ଲଗେଇ ଓ ଶୋଉତୁଣୀ। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୁରରେ ଖାଲି ସମ୍ପର୍କ ଯୋଡି ହୁଏନି। ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୁର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୁର କିମ୍ବା ସାବିତ୍ରୀ ଓଷାର ବଦ୍-ନାମ୍ କରନ୍ତୁ ନାହିଁ। ଦେହକୁ ନେବେନି। ”

Categories
ଆଜିର ଖବର ରାଜ୍ୟ ଖବର

ଅନୁଭବଙ୍କ ଭିଡିଓ ପରେ ତାଙ୍କ ପତ୍ନୀ ବର୍ଷା କହିଲେ ଆପଣ ହାଇଡ୍ରାମା କରୁଛନ୍ତି

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବନ ମହାନ୍ତିଙ୍କ ଦୁଃଖ ପ୍ରକାଶ ଭିଡିଓ ପରେ ଅଭିନେତ୍ରୀ ବର୍ଷା ତାହାର ଜବାବ ଦେଇଛନ୍ତି। ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବେ ବୋଲି ନ୍ୟାୟଳୟର ଆଶ୍ରୟ ନେଇଛନ୍ତି। ହେଲେ ତାଙ୍କର ନ୍ୟାୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରୁ ନ ଥିବାରୁ ସେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ହତାଶ ହୋଇ ସେ ଏକ ଭିଡିଓ ଜାରି କରିବା ପରେ ତାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ଭିଡିଓ ଜାରି ପରେ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଜବାବ ଦେଇ କହିଛନ୍ତି ଯେ, ଆପଣ ହାଇଡ୍ରାମା କରୁଛନ୍ତି। ତାଙ୍କ ଟୁଇଟରେ ସେ ଲେଖିଛନ୍ତି ଯେ,

‘ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ। ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ, ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ଆପଣଙ୍କୁ ବରବାଦ କରିବାର ବଡ଼ ଷଡଯନ୍ତ୍ର। ଆପଣଙ୍କ କ୍ୟାରିୟର ନଷ୍ଟ କରିଛନ୍ତି, ଆପଣଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରିଛନ୍ତି,  ଆଗକୁ ନ ବଢିବା ପାଇଁ ଯେତେ ଚେଷ୍ଟା କରିବା କଥା କରିଛନ୍ତି।’

Categories
ଆଜିର ଖବର ମନୋରଂଜନ

ନିର୍ବାଚନ ପ୍ରଚାର ପରେ ଏବେ ପୁଣିଥରେ ଜନସେବା କାର୍ଯ୍ୟ ଆରମ୍ଭ କଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଟଣୀ ନିକଟସ୍ଥ ରାଣୀପୁର ଥିବା ‘ବାପାମାଆଙ୍କ ସେବାଶ୍ରମ’ରେ କିଛି ସମୟ ବିତାଉଥିବାର ଦୃଶ୍ୟ

ସେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରଚାରରେ ନିଜକୁ ନିୟୋଜିତ ରଖିଥିଲେ। ବର୍ତ୍ତମାନ ନିର୍ବାଚନ ସରିବା ପରେ ସେ ପୂର୍ବପରି ଜନସେବା କାର୍ଯ୍ୟ ଆରମ୍ଭ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାବଧାନ: ପୌର ନିର୍ବାଚନର ପ୍ରାର୍ଥୀମାନେ ପ୍ରଚାର ପାଇଁ ଏତିକି ଟଙ୍କା ଖର୍ଚ୍ଚ କରିପାରିବେ

ଭୁବନେଶ୍ବର: ପୌର ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ରାଜ୍ୟ ନିର୍ବାଚନ କମିଶନର ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ ନିର୍ଦ୍ଧାରଣ କରିଛନ୍ତି। ସେ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ସେ ଯେଉଁ ଖର୍ଚ୍ଚ ପରିମାଣ ଧାର୍ଯ୍ୟ କରିଛନ୍ତି ତାହା ହେଲା

1- ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାର ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 50 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

2-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାରରୁ ଏକ ଲକ୍ଷ ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 75 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

3-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା ଏକ ଲକ୍ଷରୁ ଅଧିକ ଥିବ ସେଠାରେ ପ୍ରାର୍ଥୀମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

4-ତେବେ ମହାନଗର ବା ମୁନ୍ୟିସପାଲ କର୍ପୋରେସନ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ମେୟର ପଦବୀ ପାଇଁ ପ୍ରାର୍ଥୀମାନେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

Categories
ଆଜିର ଖବର ଜୀବନ ଶୈଳୀ ମନୋରଂଜନ ସିନେମା

ନୂଆବର୍ଷ ପାଇଁ ଏକ ବିଶେଷ ଭଙ୍ଗୀରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ, ନୂଆବର୍ଷ ଆସିଲା। ଏହି 2021 ବର୍ଷ ଯେପରି ମଙ୍ଗଳମୟ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ଠିକ୍ ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ 2021 ବର୍ଷଟି କିପରି ଭଲହେବ ସେଥିପାଇଁ ସେ ଭଗବାନଙ୍କ ନିକଟରେ ଗୁହାରୀ କରିଛନ୍ତି। କାରଣ 2020 ମସିହା ତାଙ୍କ ପାଇଁ ଆଦୌ ଭଲ ନ ଥିଲା। ଏମିତିରେ କରୋନା ପାଇଁ ଏହି 2020 କାହା ପାଇଁ ମଧ୍ୟ ଭଲ ନ ଥିଲା। ହେଲେ ବର୍ଷାଙ୍କ ପାଇଁ ଡବଲ ଖରାପ ଥିଲା। ଗୋଟିଏ ପଟେ କରୋନା ଅନ୍ୟପଟେ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହିତ ମତଭେଦ ତାଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି। ତେବେ 2021 ବର୍ଷଟି ତାଙ୍କ ଭଲ ହେବ ବୋଲି ଆଶା ରଖିଛନ୍ତି ଅଭିନେତ୍ରୀ ବର୍ଷା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୁରୀଘାଟ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ହେଲେ ଅନୁଭବଙ୍କ ନାଁରେ ନୁହେଁ

କଟକ,  ଅନୁଭବ ବର୍ଷା ଦମ୍ପତିଙ୍କ ବିବାଦ ଥମି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦ ସାମନାକୁ ଆସିଛି। ତାହା ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ସେ ଅନୁଭବଙ୍କ ନାମରେ ନୁହେଁ। ବରଂ ଅନୁଭବଙ୍କ ନାମରେ  ଥିବା ଫେସବୁକ ଫ୍ୟାନ କ୍ଲବ ବିରୋଧରେ ଏତଲା ଦେଇଛନ୍ତି।

ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଫେସବୁକ ଦେଖିଲା ବେଳେ ଅନୁଭବ ଫ୍ୟାନ କ୍ଲବ ନାମରେ ଏକ ପେଜ ରହିଛି। ସେଥିରେ ଅନୁଭବଙ୍କୁ ବହୁ ଲୋକ ପ୍ରଶଂସା କରି ଲେଖିଛନ୍ତି। ହେଲେ କେତେକ ମୋ ସଂପର୍କରେ ସମ୍ମାନ ହାନୀ ହେବା ପରି ଟିପ୍ପଣୀ ଦେଇଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟ୍ବଇଟରରେ ନିଜର ଫଟୋ ପୋଷ୍ଟିଂ କରି ଯାହା ଲେଖିଲେ ତାକୁ ନେଇ ଚର୍ଚ୍ଚା

କଟକ, ଆଜି ହଠାତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟ୍ବଇଟର ଆକାଉଣ୍ଟରେ ନିଜର ଏକ ଆକର୍ଷଣୀୟ ଫଟୋ ପକାଇଛନ୍ତି । ଏଥିସହିତ ସେ ଇଂରାଜୀରେ ମାତ୍ର ଅଢେଇ ଧାଡି ଲେଖିଛନ୍ତି। ବର୍ତ୍ତମାନ ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏହି ଲେଖାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବର୍ଷା ଲେଖିଛନ୍ତି ଯେ..

ଲୋକଙ୍କୁ ଗୋଡ଼ାନ୍ତୁ ନାହିଁ, ଆପଣ ଆପଣଙ୍କର କାର୍ଯ୍ୟ କରନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। ଆପଣଙ୍କ ଜୀବନରେ ସଠିକ୍ ବ୍ୟକ୍ତିମାନେ ଆପଣଙ୍କ ନିକଟକୁ ଆସିବେ ଏବଂ ରହିବେ।” ହଠାତ ବର୍ଷା ଏପରି ଉପଦେଶ କଣ ପାଇଁ ଦେଲେ ସେ ନେଇ ବିଭିନ୍ନ ମହଲରେ ସମୀକ୍ଷା ଆରମ୍ଭ ହୋଇଛି। ବିଶେଷ କରି ଶେଷ ଦୁଇ ଧାଡିକୁ ନେଇ ଅଧିକ ଆଲୋଚନା ଚାଲିଛି।