ଅନୁଭବଙ୍କ ଭିଡିଓ ପରେ ତାଙ୍କ ପତ୍ନୀ ବର୍ଷା କହିଲେ ଆପଣ ହାଇଡ୍ରାମା କରୁଛନ୍ତି

Published: May 21, 2022, 10:47 am IST

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବନ ମହାନ୍ତିଙ୍କ ଦୁଃଖ ପ୍ରକାଶ ଭିଡିଓ ପରେ ଅଭିନେତ୍ରୀ ବର୍ଷା ତାହାର ଜବାବ ଦେଇଛନ୍ତି। ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବେ ବୋଲି ନ୍ୟାୟଳୟର ଆଶ୍ରୟ ନେଇଛନ୍ତି। ହେଲେ ତାଙ୍କର ନ୍ୟାୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରୁ ନ ଥିବାରୁ ସେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ହତାଶ ହୋଇ ସେ ଏକ ଭିଡିଓ ଜାରି କରିବା ପରେ ତାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ଭିଡିଓ ଜାରି ପରେ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଜବାବ ଦେଇ କହିଛନ୍ତି ଯେ, ଆପଣ ହାଇଡ୍ରାମା କରୁଛନ୍ତି। ତାଙ୍କ ଟୁଇଟରେ ସେ ଲେଖିଛନ୍ତି ଯେ,

‘ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ। ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ, ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ଆପଣଙ୍କୁ ବରବାଦ କରିବାର ବଡ଼ ଷଡଯନ୍ତ୍ର। ଆପଣଙ୍କ କ୍ୟାରିୟର ନଷ୍ଟ କରିଛନ୍ତି, ଆପଣଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରିଛନ୍ତି,  ଆଗକୁ ନ ବଢିବା ପାଇଁ ଯେତେ ଚେଷ୍ଟା କରିବା କଥା କରିଛନ୍ତି।’

Related posts