Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଶେଷରେ ଆଇନ ଅନୁଯାୟୀ ଅଲଗା ହେଲେ ଷ୍ଟାର ଦମ୍ପତି ଅନୁଭବ ଏବଂ ବର୍ଷା

ଭୁବନେଶ୍ବର: ବହୁ ଆଇନ ଲଢେଇ ପରେ ଉଭୟ ଅଲଗା ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋର୍ଟ ଅନୁଭବଙ୍କ ଛାଡପତ୍ର ମାମଲାକୁ ସ୍ବୀକୃତ ପ୍ରଦାନ କରିଛନ୍ତି। ଫଳରେ ଦୀର୍ଘ ଦଶ ବର୍ଷର ବିବାହ ସଂପର୍କ ତୁଟିଯାଇଛି। ଏ ନେଇ ଅନୁଭବ ନିଜ ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି।

ତେବେ ମଜାର କଥା ହେଲା ଯେ, ଉଭୟଙ୍କ ବିବାହକୁ ଆଜି ଦଶ ବର୍ଷ ପୁରିଛି। ଗୋଟିଏ ଦିନ ପୂର୍ବରୁ କୋର୍ଟ ତାଙ୍କର ବିବାହ ବିଛେଦକୁ ଅନୁମତି ପ୍ରଦାନ କରିଛନ୍ତି। ଅନୁଭବ କହିଛନ୍ତି ଯେ, ଏହି ଦଶ ବର୍ଷ ଥିଲା କେବଳ ଛଳନା, ପ୍ରତାରଣା, ହୃଦୟହୀନ, ଯନ୍ତ୍ରଣାଦାୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ଦଶ ବର୍ଷ ଏକ ଛଳନା ବାହାଘର ଥିଲା ବୋଲି ଅନୁଭବ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସିନେମା

ଅନୁଭବଙ୍କ ଛାଡପତ୍ର ମାମଲା ଖାରଜ ହେବା ପରେ କଣ କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଗତକାଲି କୋର୍ଟ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲା ଖାରଜ କରିଦେଇଛନ୍ତି। ଅନୁଭବ ମହାନ୍ତି ଛାଡପତ୍ର ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରି ନାହାଁନ୍ତି। ଏହା ପରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ସାମାଜିକ ଗଣମାଧ୍ୟମରେ ଆଜି ଏକ ଲମ୍ବା ବିବୃତି ପ୍ରଦାନ କରିଛନ୍ତି। ତାହା ହେଲା

” ସତ୍ୟ ଉପରେ ବିଶ୍ବାସ, ଧୈର‌୍ୟ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି।ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା”

ସେହିପରି ସେ କହିଛନ୍ତି, ” ଏହି ଆଇନଗତ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି। ମୋ ପରିବାର ତଥା ମୋ ମା’ଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇ ପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି। ଏହା ସହ ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି”

ବର୍ଷା ଆହୁରି କହିଛନ୍ତି ଯେ, ” ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏ ନାହିଁ। ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ। ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତାର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ। “

Categories
ବିଶେଷ ଖବର ରାଜ୍ୟ ଖବର

ଦିଲ୍ଲୀ ବାନ୍ଧବୀଙ୍କ ସଂପର୍କରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି, କହିଲେ ଏମିତି କଥା

ଭୁବନେଶ୍ୱର : ଓଡିଆ ଚଳଚିତ୍ରର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଝଗଡା ଦିନକୁ ଦିନ ନୂଆନୂଆ ରୂପ ନେବାକୁ ଯାଉଛି। ନିକଟରେ ବର୍ଷା ନୂଆଦିଲ୍ଲୀର ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କୁ ନେଇ ଆଭିଯୋଗ କରିଥିଲେ। ସେ ତାଙ୍କର ଏତଲାରେ ମଧ୍ୟ ଜାଗୃତୀଙ୍କ ସହିତ ଅନୁଭବଙ୍କ ସଂପର୍କ ଉପରେ ଉଲ୍ଲେଖ କରିଥିଲେ।

ଏହି ଅଭିଯୋଗ ପରେ ସାଂସଦ ଅନୁଭବ ମହାନ୍ତି ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଜାଗ୍ରୁତି ଜଣେ ସାମ୍ବାଦିକା। ସେ ଲୋକସଭା ଟିଭିରେ ଅଛନ୍ତି। ଜଣେ ସାମ୍ବାଦିକା ହିସାବରେ ସେ ଦିଲ୍ଳୀରେ ଅନେକ ସାଂସଦଙ୍କୁ ଭେଟିଥାନ୍ତି। ସେହିପରି ମୋତି ଭେଟନ୍ତି ବୋଲି ଅନୁଭବ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଲୋକସଭାକୁ ଆସିବାର ବର୍ଷକ ପରେ ଜାଗ୍ରୁତିଙ୍କୁ ଜାଣିଲି। ଜାଗ୍ରୁତି ମୋର ସାକ୍ଷାତକାର ନେବା ବେଳେ ମୋତେ ଏକ କବିତା ବହି ଉପହାର ଦେଇଥିଲେ। ମୋ ଭଳି ଅନେକ ସାଂସଦଙ୍କୁ ସେ ଏହି ବହି ଉପହାର ଦେଇଛନ୍ତି ବୋଲି ଅନୁଭବ କହିଛନ୍ତି।

ତେବେ ଜାଗ୍ରୁତି ମୋ ପାଖକୁ ବାରମ୍ବାର ଆସନ୍ତି ବୋଲି ଅନୁଭବ ସ୍ବୀକାର କରିଛନ୍ତି। ଏହାର  କାରଣରେ ସେ କହିଛନ୍ତି ଯେ, ଜାଗୃତୀ ତାଙ୍କର ଆତ୍ମଜୀବନୀ ଲେଖୁଛନ୍ତି। ସେ ମୋତେ ବାରମ୍ବାର ଅନୁରୋଧ କରିବା ପରେ ମୁଁ ତାଙ୍କୁ ମୋର ଆତ୍ମ ଜୀବନୀ ଲେଖିବାକୁ ରାଜି ହୋଇଥିଲି। ଏହାପରେ ଜାଗୃତୀ ମୋ ଘରକୁ ଆସି ମୋ ବାପା ମା’ ଓ ଭାଇଙ୍କୁ ବି ଭେଟିଛନ୍ତି ବୋଲି ଅନୁଭବ କହିଛନ୍ତି।

ତେବେ ବର୍ଷା ଏହାକୁ ନେଇ ଅଯଥା ବାହାନା କରୁଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବର୍ଷା ଦିନେ ରାଗିକରି ଜାଗୃତୀ କିଏ ବୋଲି କଇଫତ ମାଗିଥିଲେ। ତାଙ୍କ ସହିତ ମୋର କଣ ସଂପର୍କ ରହିଛି ବୋଲି ସେ ରାଗିକରି ପଚାରିଥିଲେ। ଏହାର ଉତ୍ତରରେ ସେ ମୋର ଆତ୍ମଜୀବନୀ ଲେଖୁଛନ୍ତି ବୋଲି କହିଥିଲି। ହେଲେ ବର୍ଷା ଏହାକୁ ନେଇ ସନ୍ଦେହ କରିଥିଲେ ବୋଲି ଅନୁଭବ କହିଛନ୍ତି।

ଏହାପରେ ଜାଗୃତୀଙ୍କୁ ବର୍ଷା ବଦନାମ କରିବାରେ ଲାଗିଲେ। ବିଭିନ୍ନ ଗଣମାଧ୍ୟମରେ ମୋର ଜାଗୃତୀଙ୍କ ସଂପର୍କକୁ ନେଇ ଖବର ପ୍ରକାଶିତ ହେଲା। ଏହାକୁ ନେଇ ଜାଗୃତୀଙ୍କ ପରିବାର ମଧ୍ୟ ବ୍ୟତିବ୍ୟସ୍ତ ହେଲେ। ସେମାନେ ମଧ୍ୟ କାନ୍ଦକାନ୍ଦ ହୋଇ ପଡିଲେ। ଏପରିକି ପରିସ୍ଥିତି ଏପରି ହେଲା ଯେ, ଜାଗୃତୀ ଲୋକସଭା ଟିଭି ଛାଡିବାକୁ ବାଧ୍ୟ ହେଲେ ବୋଲି ଅନୁଭବ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଆଜି କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଥାନାରେ ଏତଲା ଦେଇଛନ୍ତି। କଟକ ପୁରିଘାଟ ଥାନାରେ ବର୍ଷା ଏତଲା ଦେବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଶାରୀରିକ ସମ୍ପର୍କକୁ ନେଇ ଅନୁଭବ ଦେଇଥିବା ମନ୍ତବ୍ୟ ଉପରେ ବର୍ଷା ମିଥ୍ୟା ବୋଲି କହିଛନ୍ତି। କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ମୋ ନାରୀତ୍ଵକୁ ବାରମ୍ବାର ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି। ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଚରିତ୍ର ସଂହାର କରୁଥିବା ସେ ଏତଲାରେ ଅଭିଯୋଗ କରିଛନ୍ତି। ଭିଡିଓ କରି ମୋତେ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଛନ୍ତି।

ଏହାସହିତ ବର୍ଷା ଅଭିଯୋଗ କରିଛନ୍ତି ଯେ, ୨୦୨୦ ମସିହାରେ ମୋ ସ୍ଵାମୀ ମୋତେ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ। ମୁଁ ରାଜି ନହେବାରୁ ମୋତେ ଧମକ ମଧ୍ୟ ଦେଇଥିଲେ। ରାଜି ନହଲେ ମୋତେ ବରବାଦ କରିଦେବେ ବୋଲି ଧମକ ଦେଇଥିଲେ। ବାରମ୍ବାର ତାଙ୍କ ବିରୋଧରେ ଏତଲା ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେଣୁ ମୋତେ ବଞ୍ଚିବା ପାଇଁ କଷ୍ଟକର ହୋଇପଡୁଛି। ଏଭଳି ଅନେକ ଅଭିଯୋଗ ଆଣି ଅନୁଭବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ଜାରୀ କରିଛନ୍ତି। ଏଥର ସେ ସିଧା ବର୍ଷାଙ୍କ ନାଁ ନେଇ ତାଙ୍କର କଣ ଭୁଲ ଥିଲା ତାହା କହିଛନ୍ତି। ଏହି ଭିଡିଓକୁ ନିଜେ ଅନୁଭବ ତାଙ୍କ ୟୁଟିୟୁବରେ ଲୋଡ କରି ସମସ୍ତେ ଦେଖନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଏଥିରେ ସେ ତାଙ୍କର ଆଠ ବର୍ଷର ବାହାଘରର ଭିତିରି କଥାକୁ ଲୋକଲୋଚନକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ବର୍ଷାଙ୍କୁ ବାହା ହେଲି ସତ ହେଲେ ସେ ମୋତେ ସ୍ବାମୀର ଯାହା ଅଧିକାର ତାହା ଦେଲେ ନାହିଁ। ଜଣେ ସ୍ବାମୀ ହିସାବରେ ମୋର କଣ ସେହି ଅଧିକାର ପାଇବା ଯୋଗ୍ୟ ନୁହେଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସଂପର୍କ ଏକ ପବିତ୍ର ସଂପର୍କ। ହେଲେ ବର୍ଷା ସେ ସବୁକୁ ବିଭିନ୍ନ ଆଳ ଦେଖାଇ ଆଡେଇ ଦେଇଥିଲେ। ଏହା କଣ ଜଣେ ସ୍ତ୍ରୀର କର୍ତ୍ତବ୍ୟ ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଏହି ପ୍ରସଂଗ ଉଠାଇ ଅନୁଭବ ନିଜକୁ କହିଛନ୍ତି ମ୍ୟାରେଡ ବ୍ୟାଚଲର।

ସେ କହିଛନ୍ତି ଯେ, ମୁଁ ବର୍ଷାକୁ ବହୁ ଭଲ ପାଇ ବାହା ହେଲି। ବାହା ଘର ପରେ ମଧ୍ୟ ତାଙ୍କୁ ଭଲ ପାଇଲି। ହେଲେ ପରେ ମୁଁ ଜାଣିଲି ଯେ, ତାଙ୍କର ଭଲ ପାଇବାର ଆଗ୍ରହ ନାହିଁ। ଯାହା ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପରେ ଆମ ଭିତରେ ଆରମ୍ଭ ହେଲା ଟଣା ଓଟରା। ତାଙ୍କର ବ୍ୟବହାର ନେଇ ଆମ ପରିବାରର ସମସ୍ତେ ବିଶେଷ କରି ଗୁରୁଜନମାନେ ବ୍ୟତିବ୍ୟସ୍ତ ହୋଇପଡିଲେ।

ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଏହି ଭିଡିଓଟି ଅପଲୋଡ ହେବା ପରେ ବର୍ତ୍ତମାନ ପ୍ରାୟ ଦେଢଲକ୍ଷ ଲୋକ ଦେଖିସାରିଲେଣି। ଏପରିକି ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧର୍ଯ୍ୟ ଧରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ଜାରି କରି ନ୍ୟାୟ ପ୍ରଦାନରେ ବିଳମ୍ବକୁ ଦୁଃଖର ସହ କହିଥିଲେ। ହେଲେ ଏଥର ସେ ବର୍ଷା ତାଙ୍କୁ ସ୍ବାମୀର ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନୁଭବଙ୍କ ଭିଡିଓ ପରେ ତାଙ୍କ ପତ୍ନୀ ବର୍ଷା କହିଲେ ଆପଣ ହାଇଡ୍ରାମା କରୁଛନ୍ତି

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବନ ମହାନ୍ତିଙ୍କ ଦୁଃଖ ପ୍ରକାଶ ଭିଡିଓ ପରେ ଅଭିନେତ୍ରୀ ବର୍ଷା ତାହାର ଜବାବ ଦେଇଛନ୍ତି। ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବେ ବୋଲି ନ୍ୟାୟଳୟର ଆଶ୍ରୟ ନେଇଛନ୍ତି। ହେଲେ ତାଙ୍କର ନ୍ୟାୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରୁ ନ ଥିବାରୁ ସେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ହତାଶ ହୋଇ ସେ ଏକ ଭିଡିଓ ଜାରି କରିବା ପରେ ତାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ଭିଡିଓ ଜାରି ପରେ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଜବାବ ଦେଇ କହିଛନ୍ତି ଯେ, ଆପଣ ହାଇଡ୍ରାମା କରୁଛନ୍ତି। ତାଙ୍କ ଟୁଇଟରେ ସେ ଲେଖିଛନ୍ତି ଯେ,

‘ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ। ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ, ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ଆପଣଙ୍କୁ ବରବାଦ କରିବାର ବଡ଼ ଷଡଯନ୍ତ୍ର। ଆପଣଙ୍କ କ୍ୟାରିୟର ନଷ୍ଟ କରିଛନ୍ତି, ଆପଣଙ୍କ ସାମାଜିକ ଜୀବନକୁ ପ୍ରଭାବିତ କରିଛନ୍ତି,  ଆଗକୁ ନ ବଢିବା ପାଇଁ ଯେତେ ଚେଷ୍ଟା କରିବା କଥା କରିଛନ୍ତି।’

Categories
ଆଜିର ଖବର ମନୋରଂଜନ

ନିର୍ବାଚନ ପ୍ରଚାର ପରେ ଏବେ ପୁଣିଥରେ ଜନସେବା କାର୍ଯ୍ୟ ଆରମ୍ଭ କଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଟଣୀ ନିକଟସ୍ଥ ରାଣୀପୁର ଥିବା ‘ବାପାମାଆଙ୍କ ସେବାଶ୍ରମ’ରେ କିଛି ସମୟ ବିତାଉଥିବାର ଦୃଶ୍ୟ

ସେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରଚାରରେ ନିଜକୁ ନିୟୋଜିତ ରଖିଥିଲେ। ବର୍ତ୍ତମାନ ନିର୍ବାଚନ ସରିବା ପରେ ସେ ପୂର୍ବପରି ଜନସେବା କାର୍ଯ୍ୟ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିବେ ରାଜନୀତି, 2024 ନିର୍ବାଚନ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି

ଭୁବନେଶ୍ବର, ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ରାଜନୀତି କରିବେ। ତେବେ ଏହା ବର୍ଷାଙ୍କର କୌଣସି ଘୋଷଣା ନୁହେଁ, ବରଂ ତାଙ୍କର ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ବର୍ଷା କେଉଁ ମୂର୍ହୁତରେ ରାଜନୈତିକ ମଞ୍ଚକୁ ଲମ୍ପ ପ୍ରଦାନ କରିବେ। ତାଙ୍କର ନିକଟତମ ମହଲର କହିବା ଅନୁସାରେ ବର୍ଷା 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ କାମ ଆରମ୍ଭ କରିଛନ୍ତି। ତେବେ ବର୍ଷା ରାଜନୀତି କରିବାର କେତେକ କାରଣ ଆମେ ଏଠାରେ ଉପସ୍ଥାପିତ କରୁଛୁ।

ପ୍ରଥମ କଥା ହେଲା ବର୍ଷାଙ୍କର ରାଜନୀତି କରିବାର ବାସ୍ନା ତାଙ୍କ ସୋସିଆଲ ମିଡିଆରୁ ସ୍ପଷ୍ଟ ବାରି ହୋଇପଡୁଛି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ବ୍ୟାନର ଆଗରେ ଛିଡା ହୋଇଥିବା ଫଟୋ ସେ ସୋସିଆଲ ମିଡିରେ ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଣ୍ଡିୟମର ନବୀକରଣ କାର୍ଯ୍ୟ ଶିଳାନ୍ୟାସ କରିବା ସମୟର ହେଉଛି ସେହି ଫଟୋ। ନବୀନଙ୍କ ଫଟୋକୁ ବ୍ୟାକଗ୍ରାଉଣ୍ଡ କରି ଫଟୋ ନେବା ଏବଂ ସୋସିୟାଲ ମିଡିଆରେ ସେୟାର କରିବାର ଆଗ୍ରହକୁ ପ୍ରମାଣିତ କରିଛି ଯେ ‘ତମ ଭିତରେ କିଛି ଅଛି କି’ ?

ସେତିକି ନୁହେଁ, ଅନୁଭବଙ୍କ ସହିତ ବିବାଦ ଆରମ୍ଭ ହେବାର କିଛି ମାସ ପରେ ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ହାତ ଦେଇଛନ୍ତି। ପରିବାରର ଭିତରେ ଅଶାନ୍ତି ଥିଲେ ମଧ୍ୟ ସେ ଏହି ସାମାଜିକ କାର୍ଯ୍ୟ କରିବା ପଛରେ ରାଜନୈତିକ ବାସ୍ନା ବାରି ହୋଇପଡୁଛି। ପ୍ରଥମେ ବର୍ଷା କଟକର କେତେକ ସେଚ୍ଛାସେବୀ ତଥା ସାମ୍ବାଦିକଙ୍କ ସହଯୋଗରେ ବିଭିନ୍ନ ପାଠାଗାରକୁ ପୁସ୍ତକ ପ୍ରଦାନ କାର୍ଯ୍ୟ ଆରମ୍ଭ କଲେ। ଏହା ଦ୍ବାରା ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ବହୁତ ସ୍ବାଗତ ମଧ୍ୟ କରାଗଲା।

ମାଗଣା ପୁସ୍ତକ ବଣ୍ଟନ ସହିତ ସେ କରୋନା ସମୟରେ ଗରିବ ଲୋକଙ୍କୁ ଖାଇବା ମଧ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ସେ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାକାର ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି। ଯାହା ଫଳରେ ତାଙ୍କ ପ୍ରଶଂସକମାନେ ବର୍ଷାଙ୍କର ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି। ନିକଟରେ ବର୍ଷା ରେଳ ଷ୍ଟେସନରେ କୁଲି ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ ମଧ୍ୟ କରିଥିଲେ। ଏହି କାର୍ଯ୍ୟ ପାଇଁ ସେ ସମ୍ମାନିତା ନାମିତ ଏକ ସଂସ୍ଥା ସହିତ ଜଡିତ ମଧ୍ୟ ହୋଇଛନ୍ତି।

ବର୍ତ୍ତମାନ ବର୍ଷାଙ୍କର ଅଭିନେତା ସ୍ବାମୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ବିବାହ ବିଚ୍ଛେଦ ମାମଲା ଚାଲିଛି। ଏଥିପାଇଁ ଅନୁଭବକୁ ବର୍ତ୍ତମାନ ବିଜେଡି ଏକ ଘରକିଆ କରିଦେଇଛି। ଏହି ଘଟଣା ପରେ ଅନୁଭବଙ୍କୁ ଦଳ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସ୍ଥାନିତ କରୁ ନାହିଁ। ତିନୋଟି ଉପନିର୍ବାଚନରେ ବିଜେଡି ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛନ୍ତି। ଏହାର ସୁଯୋଗ କୁଆଡେ ବର୍ଷାଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅନୁଭବ ମହାନ୍ତି କହିଲେ, ମୁଁ ବର୍ଷାକୁ କେଉଁ ଜନ୍ମରେ ମଧ୍ୟ ଗ୍ରହଣ କରିବି ନାହିଁ

ଭୁବନେଶ୍ବର, ଅନୁଭବ ମହାନ୍ତି ଏବଂ ବର୍ଷା ମଧ୍ୟରେ ବିବାଦ ଛିଡିବା ବଦଳେ ବଢିବାରେ ଲାଗିଛି। ଏ ନେଇ ଅନୁଭବ ମହାନ୍ତି ବାରମ୍ବାର ଟୁଇଟ୍ କରି ତାଙ୍କର କ୍ଷୋଭ ଗାଳିବାରେ ଲାଗିଛନ୍ତି। ବର୍ତ୍ତମାନ ଅନୁଭବ ଏକ ଟୁଇଟ କରି କହିଛନ୍ତି ଯେ, ମୁଁ ବର୍ଷାକୁ ଏ ଜନ୍ମରେ ନୁହଁ, କେଉଁ ଜନ୍ମରେ ମଧ୍ୟ ଗ୍ରହଣ କରିବି ନାହିଁ। ସେତିକି ନୁହେଁ ଅନୁଭବ ବର୍ଷାଙ୍କ ବିରୋଧରେ ମଧ୍ୟ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ତାହା ହେଲା ବର୍ଷା କୁଆଡେ ଅନୁଭବଙ୍କ ବାପାମାଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ସେହିପରି ଯେଉଁ ମାନବିକ ଅଧିକାର କର୍ମି ଅନୁଭବଙ୍କ ଘରକୁ ଯାଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ତିବ୍ର ପ୍ରତିକ୍ରିୟା ରଖିଛନ୍ତି ଅନୁଭବ। ତାଙ୍କର କହିବା କଥା ଯେ ଏହି କର୍ମିମାନେ ତାଙ୍କୁ ପ୍ରତାରଣ କରିଛନ୍ତି। ଘରେ କହିଲେ ଯେ ମିଡିଆରେ କୌଣସି କଥା କହିବେ ନାହିଁ, ହେଲେ ସେମାନେ ଘର ବାହାରକୁ ଯାଇ ଓଲଟା କଥା କହିଲେ। ସେମାନଙ୍କୁ ସବୁ ପ୍ରକାରର ସାହର୍ଯ୍ୟ କରିବା ମୋର ଭୁଲ ଥିଲା ବୋଲି ଅନୁଭବ କହିଛନ୍ତି।

Categories
ବିଶେଷ ଖବର ସିନେମା

ପଦାକୁ ଆସିଲା ଅନୁଭବଙ୍କର ବର୍ଷାଙ୍କୁ ଲେଖିଥିବା ଭାବପୂର୍ଣ୍ଣ ଇ-ମେଲ, ବର୍ଷା ମଧ୍ୟ ଦେଇଥିଲେ ଜବାବ

କଟକ, ଦିନକୁ ଦିନ ଅନୁଭବ ବର୍ଷା ମଧ୍ୟରେ ଚାଲିଥିବା ବିବାଦର ନୂଆ ଖିଅ ବାହାରିବାରେ ଲାଗିଛି। ଏହିପରି ପରିସ୍ଥିତିରେ ବର୍ତ୍ତମାନ ପଦାକୁ ଆସିଛି ଅନୁଭବ ମହାନ୍ତି ବର୍ଷାଙ୍କ ପାଖକୁ ଲେଖିଥିବା ଏକ ଭାବପୂର୍ଣ୍ଣ ଇ-ମେଲ। ଗତ ମେ 8 ତାରିଖରେ ଅନୁଭବ ବର୍ଷାଙ୍କ ପାଖକୁ ଏହି ମେଲ ପଠାଇଥିଲେ। ପାଞ୍ଚ ପୃଷ୍ଠାର ଏହି ମେଲରେ ଅନୁଭବ ତାଙ୍କର ବିଗତ ଦିନରେ ବର୍ଷା ସହିତ କିପରି ସଂପର୍କ ଗଢି ଉଠିଲା ସେ ସଂପର୍କରେ ଅବଗତ କରାଇଛନ୍ତି।

ଏଥିରେ ଅନୁଭବ କେବେ ବର୍ଷାଙ୍କୁ ଦେଖିଲେ, ବର୍ଷା କିପରି ତାଙ୍କୁ ଡାକି ନେଇ ତାଙ୍କ ଘର ବୁଲାଇ ଦେଖାଇଲେ ଏବଂ ପରେ କିପରି ଏକାଠି ସିନେମା କଲେ ତାହା ଉଲ୍ଲେଖ କରିଛନ୍ତି।ସେହିପରି କେଉଁ କେଉଁ ସିନେମାରେ ସେମାନେ ଏକାଠି କାମ କରିବା ପରେ ବାହା ହେଲା ତାହା ମଧ୍ୟ ଲେଖିଛନ୍ତି। ତେବେ ବାହାଘର ପରେ ବର୍ଷା ଶାରୀରିକ ସଂପର୍କ ରଖିବା ପାଇଁ ମନା କରିଥିଲେ ବୋଲି କହିଛନ୍ତି। ତେବେ ଏଥିପାଇଁ ସେ କେତୋଟି ଦିନ ମାଗିଥିଲେ, ହେଲେ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ତାହା ସମ୍ଭବ ହେଲା ନାହିଁ ବୋଲି ଅନୁଭବ ଲେଖିଛନ୍ତି।

ସେହିପରି ଦିଲ୍ଲୀ ଘର ପୂଜା ପାଇଁ ମେ 8 ତାରିଖରେ ଟିକେଟ କରାଯାଇଥିଲେ ମଧ୍ୟ ସେ ଗଲେ ନାହିଁ ବୋଲି କହିଛନ୍ତି। ମଦ ପିଇବା ବିଷୟରେ ମଧ୍ୟ ଅନୁଭବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସବୁବେଳ ମଦ ପିଏ ନାହିଁ। କେବଳ ଶୋଇବା ପାଇଁ ମଦ ପିଏ ବୋଲି ଅନୁଭବ କହିଛନ୍ତି।

ଶେଷରେ ଅନୁଭବ ବର୍ଷାଙ୍କୁ ଦୁଇ ପଦ ଲେଖିଛନ୍ତି। ତାହା ହେଲା ଯେ, ତୁମେ ମୋତେ ଛାଡି ଭଲରେ ରୁହ, ସାଇ ବାବା ତୁମର ମଙ୍ଗଳ କରନ୍ତୁ।

ତେବେ ସେହି ମେଲର ଜବାବ ବର୍ଷା ମଧ୍ୟ ଦେଇଛନ୍ତି। ସେ ଲେଖିଥିଲେ ଯେ, ମୋ ଜୀବନ ସହିତ ତୁମେ ବହୁତ ଖେଳ ଖେଳିଛ। ତୁମର ପରକୀୟା ପ୍ରତି ଏବଂ ମଦ ପିଇବା ହିଁ ମୋତେ ହନ୍ତସନ୍ତ କରିଦେଲା। ତୁମର ଶାରୀରିକ ସଂପର୍କ ରଖିବାର ଯଦି ଅଛି ମୋତେ କାହିଁକି କଲବଲ କରୁଛ ବୋଲି ବର୍ଷା ଉଲ୍ଲେଖ କରିଛନ୍ତି।

ଶେଷରେ ବର୍ଷା ମଧ୍ୟ ଲେଖିଛନ୍ତି ଯେ, ଏହି ବାହାଘରକୁ ଅତୁଟ ରଖିବା ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଠା କରିବି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ : ଅନୁଭବ – ବର୍ଷାଙ୍କ ମଧ୍ୟରେ ଫାଟ

ଭୁବନେଶ୍ବର :  ଓଲିଉଡ୍‌ର ଲୋକପ୍ରିୟ କଳାକାର ଅନୁଭବ-ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ସୂଚନା ରହିଛି । ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଭାବେ ଦୁହେଁ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନଥିବାର ସୂଚନା ରହିଛି।  ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।  କଟକ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ହିଂସା ନିରୋଧ ଆଇନ୍‌ ଧାରା-୧୨ ଅନୁଯାୟୀ ମାମଲା ରୁଜୁ ହୋଇଥିବାର ସୂଚନା ରହିଛି । ଆସନ୍ତା  ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ରହିଛି । ମାମଲା ନେଇ ଜିଲ୍ଲା କୋର୍ଟର ଅଫିସିଆଲ୍‌ ଓ୍ବେବସାଇଟ୍‌ରେ ସୂଚନା ରହିଛି ।

ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ବର୍ଷା ମାନସିକ- ଶାରିରୀକ ନିର୍ଯାତନାର ଶିକାର ହୋଇଥିବାର ସୂଚନା ରହିଛି । ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ  । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକବ୍ଦମା ଦାଏର କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ଏହି ଘଟଣା ସମ୍ପର୍କରେ ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ବର୍ତ୍ତମାନ ସୁଦ୍ଧା କିଛି ଲିଗାଲ୍‌ ନୋଟିସ୍‌ ଆସିନି, ଆସିଲେ ଏହା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି ।