ଅନୁଭବ ମହାନ୍ତି କହିଲେ, ମୁଁ ବର୍ଷାକୁ କେଉଁ ଜନ୍ମରେ ମଧ୍ୟ ଗ୍ରହଣ କରିବି ନାହିଁ

Published: Sep 11, 2020, 6:53 pm IST

ଭୁବନେଶ୍ବର, ଅନୁଭବ ମହାନ୍ତି ଏବଂ ବର୍ଷା ମଧ୍ୟରେ ବିବାଦ ଛିଡିବା ବଦଳେ ବଢିବାରେ ଲାଗିଛି। ଏ ନେଇ ଅନୁଭବ ମହାନ୍ତି ବାରମ୍ବାର ଟୁଇଟ୍ କରି ତାଙ୍କର କ୍ଷୋଭ ଗାଳିବାରେ ଲାଗିଛନ୍ତି। ବର୍ତ୍ତମାନ ଅନୁଭବ ଏକ ଟୁଇଟ କରି କହିଛନ୍ତି ଯେ, ମୁଁ ବର୍ଷାକୁ ଏ ଜନ୍ମରେ ନୁହଁ, କେଉଁ ଜନ୍ମରେ ମଧ୍ୟ ଗ୍ରହଣ କରିବି ନାହିଁ। ସେତିକି ନୁହେଁ ଅନୁଭବ ବର୍ଷାଙ୍କ ବିରୋଧରେ ମଧ୍ୟ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ତାହା ହେଲା ବର୍ଷା କୁଆଡେ ଅନୁଭବଙ୍କ ବାପାମାଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ସେହିପରି ଯେଉଁ ମାନବିକ ଅଧିକାର କର୍ମି ଅନୁଭବଙ୍କ ଘରକୁ ଯାଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ତିବ୍ର ପ୍ରତିକ୍ରିୟା ରଖିଛନ୍ତି ଅନୁଭବ। ତାଙ୍କର କହିବା କଥା ଯେ ଏହି କର୍ମିମାନେ ତାଙ୍କୁ ପ୍ରତାରଣ କରିଛନ୍ତି। ଘରେ କହିଲେ ଯେ ମିଡିଆରେ କୌଣସି କଥା କହିବେ ନାହିଁ, ହେଲେ ସେମାନେ ଘର ବାହାରକୁ ଯାଇ ଓଲଟା କଥା କହିଲେ। ସେମାନଙ୍କୁ ସବୁ ପ୍ରକାରର ସାହର୍ଯ୍ୟ କରିବା ମୋର ଭୁଲ ଥିଲା ବୋଲି ଅନୁଭବ କହିଛନ୍ତି।

Related posts