ଦିଲ୍ଲୀ ବାନ୍ଧବୀଙ୍କ ସଂପର୍କରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି, କହିଲେ ଏମିତି କଥା

Published: May 28, 2022, 12:12 pm IST

ଭୁବନେଶ୍ୱର : ଓଡିଆ ଚଳଚିତ୍ରର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଝଗଡା ଦିନକୁ ଦିନ ନୂଆନୂଆ ରୂପ ନେବାକୁ ଯାଉଛି। ନିକଟରେ ବର୍ଷା ନୂଆଦିଲ୍ଲୀର ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କୁ ନେଇ ଆଭିଯୋଗ କରିଥିଲେ। ସେ ତାଙ୍କର ଏତଲାରେ ମଧ୍ୟ ଜାଗୃତୀଙ୍କ ସହିତ ଅନୁଭବଙ୍କ ସଂପର୍କ ଉପରେ ଉଲ୍ଲେଖ କରିଥିଲେ।

ଏହି ଅଭିଯୋଗ ପରେ ସାଂସଦ ଅନୁଭବ ମହାନ୍ତି ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଜାଗ୍ରୁତି ଜଣେ ସାମ୍ବାଦିକା। ସେ ଲୋକସଭା ଟିଭିରେ ଅଛନ୍ତି। ଜଣେ ସାମ୍ବାଦିକା ହିସାବରେ ସେ ଦିଲ୍ଳୀରେ ଅନେକ ସାଂସଦଙ୍କୁ ଭେଟିଥାନ୍ତି। ସେହିପରି ମୋତି ଭେଟନ୍ତି ବୋଲି ଅନୁଭବ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଲୋକସଭାକୁ ଆସିବାର ବର୍ଷକ ପରେ ଜାଗ୍ରୁତିଙ୍କୁ ଜାଣିଲି। ଜାଗ୍ରୁତି ମୋର ସାକ୍ଷାତକାର ନେବା ବେଳେ ମୋତେ ଏକ କବିତା ବହି ଉପହାର ଦେଇଥିଲେ। ମୋ ଭଳି ଅନେକ ସାଂସଦଙ୍କୁ ସେ ଏହି ବହି ଉପହାର ଦେଇଛନ୍ତି ବୋଲି ଅନୁଭବ କହିଛନ୍ତି।

ତେବେ ଜାଗ୍ରୁତି ମୋ ପାଖକୁ ବାରମ୍ବାର ଆସନ୍ତି ବୋଲି ଅନୁଭବ ସ୍ବୀକାର କରିଛନ୍ତି। ଏହାର  କାରଣରେ ସେ କହିଛନ୍ତି ଯେ, ଜାଗୃତୀ ତାଙ୍କର ଆତ୍ମଜୀବନୀ ଲେଖୁଛନ୍ତି। ସେ ମୋତେ ବାରମ୍ବାର ଅନୁରୋଧ କରିବା ପରେ ମୁଁ ତାଙ୍କୁ ମୋର ଆତ୍ମ ଜୀବନୀ ଲେଖିବାକୁ ରାଜି ହୋଇଥିଲି। ଏହାପରେ ଜାଗୃତୀ ମୋ ଘରକୁ ଆସି ମୋ ବାପା ମା’ ଓ ଭାଇଙ୍କୁ ବି ଭେଟିଛନ୍ତି ବୋଲି ଅନୁଭବ କହିଛନ୍ତି।

ତେବେ ବର୍ଷା ଏହାକୁ ନେଇ ଅଯଥା ବାହାନା କରୁଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବର୍ଷା ଦିନେ ରାଗିକରି ଜାଗୃତୀ କିଏ ବୋଲି କଇଫତ ମାଗିଥିଲେ। ତାଙ୍କ ସହିତ ମୋର କଣ ସଂପର୍କ ରହିଛି ବୋଲି ସେ ରାଗିକରି ପଚାରିଥିଲେ। ଏହାର ଉତ୍ତରରେ ସେ ମୋର ଆତ୍ମଜୀବନୀ ଲେଖୁଛନ୍ତି ବୋଲି କହିଥିଲି। ହେଲେ ବର୍ଷା ଏହାକୁ ନେଇ ସନ୍ଦେହ କରିଥିଲେ ବୋଲି ଅନୁଭବ କହିଛନ୍ତି।

ଏହାପରେ ଜାଗୃତୀଙ୍କୁ ବର୍ଷା ବଦନାମ କରିବାରେ ଲାଗିଲେ। ବିଭିନ୍ନ ଗଣମାଧ୍ୟମରେ ମୋର ଜାଗୃତୀଙ୍କ ସଂପର୍କକୁ ନେଇ ଖବର ପ୍ରକାଶିତ ହେଲା। ଏହାକୁ ନେଇ ଜାଗୃତୀଙ୍କ ପରିବାର ମଧ୍ୟ ବ୍ୟତିବ୍ୟସ୍ତ ହେଲେ। ସେମାନେ ମଧ୍ୟ କାନ୍ଦକାନ୍ଦ ହୋଇ ପଡିଲେ। ଏପରିକି ପରିସ୍ଥିତି ଏପରି ହେଲା ଯେ, ଜାଗୃତୀ ଲୋକସଭା ଟିଭି ଛାଡିବାକୁ ବାଧ୍ୟ ହେଲେ ବୋଲି ଅନୁଭବ କହିଛନ୍ତି।

Related posts