Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୋମବାରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ, ଆଜି ୩ଟାରେ ନବୀନ କରିବେ ଫୋନ !!
ବିଶେଷ ଖବର

ସୋମବାରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ, ଆଜି ୩ଟାରେ ନବୀନ କରିବେ ଫୋନ !!

May 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଶେଷରେ ଯେଉଁ ଚର୍ଚ୍ଚା ଜାରୀ ରହିଥିଲା ତାହା ସତ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୯ଟା ୫୦ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ। ଏ ନେଇ ମୁଖ୍ୟ ଶାସନ ସଚିବ କେତେକ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଶପଥ ଉତ୍ସବ ରାଜଭବନରେ ନ ହୋଇ ଲୋକସେବା ଭବନ ପ୍ରେକ୍ଷାଳୟରେ ହେବ।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡିଶାରେ ପହଞ୍ଚୁଥିବାର ଜଣାପଡିଛି। ସେ କିଛି ଦିନ ଛୁଟିରେ ଥିଲେ। ସେ ଆସନ୍ତାକାଲି ହରିଆନାରୁ ଭୁବନେଶ୍ବର ଆସି କାର୍ଯ୍ୟରେ ଯୋଗ ଦେଇଥାଆନ୍ତେ। ହେଲେ ସେ ଆଜି ଭୁବନେଶ୍ବରରେ ପହୁଞ୍ଚିଥିବାର ଜଣାପଡିଛି। ମୁଖ୍ୟ ଶାସନ ସଚିବ ଜାରୀ କରିଥିବା ଶପଥ ଗ୍ରହଣ ସୂଚୀରେ ରାଜ୍ୟପାଳ ଶପଥ କରାଇବେ ବୋଲି କୁହାଯାଇଛି।

ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଅପରାହ୍ନ ୩ ଟା ବେଳେ ନବୀନ ନିବାସରୁ ଫୋନ କଲ ଆସିବ ବୋଲି ଜଣା ପଡିଛି। ସେଥିପାଇଁ କେତେକ ବିଧାୟକଙ୍କୁ ଭୁବନେଶ୍ବର ନ ଛାଡିବା ପାଇଁ କୁଆଡେ ପରାମର୍ଶ ଦିଆଯାଇଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

କିଏ କିଏ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। କାହା ନାଁ ଅଧିକ ଚର୍ଚ୍ଚାରେ ରହିଛି। ଦୀପାଳି ଦାସ, ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି। ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି।

ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ। ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଜଣାପଡିବା ପରେ ବହୁ ନେତାଙ୍କ ଛାତି ଧଡଧଡ ହେବାରେ ଲାଗିଛି। କାହାର ମନ୍ତ୍ରୀ ପଦ ଯିବ କାହାକୁ ମନ୍ତ୍ରୀ ପଦ ମିଳିବ ସେ ନେଇ ଅନେକ ଆଶା ଓ ଆଶଙ୍କାରେ ରହିଛନ୍ତି।

ଓଡିଶା ମନ୍ତ୍ରୀମଣ୍ଡଳ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026
Latest News

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.