Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ତ୍ରୀ ନ କରିବାରୁ ତାତିଲେ ସୁଶାନ୍ତ ସିଂ ସମର୍ଥକ, ଏହାର ଜବାବ ରଖିଲେ ସେ
ବିଶେଷ ଖବର

ମନ୍ତ୍ରୀ ନ କରିବାରୁ ତାତିଲେ ସୁଶାନ୍ତ ସିଂ ସମର୍ଥକ, ଏହାର ଜବାବ ରଖିଲେ ସେ

May 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ନ କରିବାରୁ ତାତିଲେ ସୁଶାନ୍ତ ସିଂ ସମର୍ଥକ, ଏହାର ଜବାବ ରଖିଲେ ସେ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରୁ ସାରଦା ପ୍ରସନ୍ନ ନାୟକଙ୍କୁ ମନ୍ତ୍ରୀ କରାଯାଇଛି। ହେଲେ ସମସ୍ତେ ଆଶା କରିଥିଲେ ଯେ, ନବୀନ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରିବେ। ଏପରିକି ତାଙ୍କ ସମର୍ଥକମାନେ ମଧ୍ୟ ଆଶା କରିଥିଲେ ଯେ, ସୁଶାନ୍ତ ସିଂ ମନ୍ତ୍ରୀ ହେବେ। ହେଲେ ଶେଷ ମୁର୍ହୁତରେ ତାହା ହୋଇ ନ ଥିଲା।

ସୁଶାନ୍ତ ସିଂଙ୍କ ବଦଳରେ ମନ୍ତ୍ରୀ ହେଲେ ସାରଦା ନାୟକ। ଏହାକୁ ନେଇ ସୁଶାନ୍ତଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କୁ ବୁଝାସୁଝା କରାଯାଇଛି ବୋଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ସେ କହିଛନ୍ତି ଯେ, ମୋର ସମର୍ଥକମାନେ ଆଶା କରିଥିଲେ ମୁଁ ମନ୍ତ୍ରୀ ହେବି। ହେଲେ ତାହା ହୋଇ ନ ଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

ତେବେ ସୁଶାନ୍ତ ଆଜି ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ବେଳେ ଉପସ୍ଥିତ ନ ଥିବା ନେଇ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା। ଅନ୍ୟପକ୍ଷରେ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ଏହି ସମାରୋହରେ ଯୋଗ ଦେଇଥିଲେ। ସୁଶାନ୍ତ ପଦ୍ମପୁର, ବ୍ରଜରାଜନଗର ଏବଂ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ବେଶ ପରିଶ୍ରମ କରିଥିଲେ। ସେହି ଅନୁସାରେ ସମସ୍ତେ ଆଶା କରୁଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦ ମିଳିବ।

ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ କରାଯାଇଛି ଯେ, ଦୀପାଳି ଏବଂ ସୁଶାନ୍ତ ସିଂ ମଧ୍ୟରେ କାହାକୁ ହେଲେ ଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଆଶା କରାଯାଥିଲା। ହେଲେ ଜଣଙ୍କୁ ମନ୍ତ୍ରୀ କଲେ ଅନ୍ୟ ଜଣେ ଅସନ୍ତୋଷ ଜାହିର କରିବାର ସମ୍ଭାବନା ଦେଖାଦେଲା। ସେଥିପାଇଁ ଉଭୟଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଥିବାର କୁହାଯାଉଛି। ତେବେ ଏହାକୁ ନିଜେ ସୁଶାନ୍ତ ସିଂ ଖଣ୍ଡନ କରିଛନ୍ତି।

ସୁଶାନ୍ତ କହିଛନ୍ତି ଯେ, ସେ କେବେବି ମନ୍ତ୍ରୀ ପଦ ପାଇବା ପାଇଁ ଲବି କରି ନ ଥିଲେ। ଏ ନେଇ କାହାକୁ ମଧ୍ୟ ଅନୁରୋଧ କରି ନ ଥିଲେ। ମୁଁ ଯେତେବେଳେ ମନ୍ତ୍ରୀ ଦୈଡରେ ନ ଥିଲି ସେତେବେଳେ ମନଦୁଃଖ କରିବାର କୌଣସି ଅବକାଶ ନାହିଁ ବୋଲି ସୁଶାନ୍ତ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ଉପରେ ଆର୍ଶିବାଦ ରହିଛି। ମୁଁ ତୃଣମୂଳ ସ୍ତରରେ କାମ କରୁଛି। ମନ୍ତ୍ରୀ ହେବା ନ ହେବାରେ ମୋର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

ଓଡିଶା ମନ୍ତ୍ରୀ ମଣ୍ଡଳ ମନ୍ତ୍ରୀ ମଣ୍ଡଳ ସୁଶାନ୍ତ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026
Latest News

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.