Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ୱାଇଫାଇ ସହ ୧ ଜିବି ଡାଟା
ବିଶେଷ ଖବର

ଏଣିକି ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ୱାଇଫାଇ ସହ ୧ ଜିବି ଡାଟା

May 26, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ୱାଇଫାଇ ସହ ୧ ଜିବି ଡାଟା

ଭୁବନେଶ୍ୱର : ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗର ବିଗତ ଚାରି ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼କ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳରେ କଳାତ୍ମକ ଭିତ୍ତିଭୂମିର ସୁବିଧା ପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷ ଆଣିବାରେ ଉପଯୋଗୀ ହୋଇପାରିଛି।

ରାଜ୍ୟର ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ମାଗଣା ୱାଇଫାଇର ସୁବିଧା ଅଛି। ଛାତ୍ରଛାତ୍ରୀମାନଙ୍କୁ ମାଗଣା ୧ ଜିବି ଡାଟା ଯୋଗାଇଦେବା ନିମନ୍ତେ ଇଲେକ୍‌ଟ୍ରୋନିକ୍ସ, ସୁଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ କାର୍ଯ୍ୟ କରୁଛି। ୨୦୧୬-୧୭ ଠାରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଏବଂ ବଳକା ସୁଧର ଭାର ସରକାର ବହନ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଲେ ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ ଯୋଗାଇଦେବା ନିମନ୍ତେ ମାର୍ଗଦର୍ଶିକାରେ ଥିବା ରାଜ୍ୟସ୍ତରୀୟକୁ ଜିଲ୍ଲା ଓ ମଣ୍ଡଳରେ ପରିବର୍ତ୍ତନ କରାଯାଇ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଜିଲ୍ଲା / ମଣ୍ଡଳ ସ୍ତରରେ (ରାଜ୍ୟସ୍ତରୀୟ ନୁହେଁ) ମେଧା ତାଲିକା ପ୍ରସ୍ତୁତ କରିବା ପାଇଁ ବୃତ୍ତି ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇଛି।

ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇାଛି। ରାଜ୍ୟ/ଦେଶ ବାହାରକୁ ଏକ୍ସପୋଜର ଭିଜିଟ ସମେତ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ନିୟମିତ ଭାବେ ଓରିଏଣ୍ଟସେନ/ ରିଫ୍ରେସର/ ମିଡକ୍ୟାରିଅର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଳ୍ପ କିଛି ବିଷୟର ବିକାଶ ନିମନ୍ତେ ସାରା ରାଜ୍ୟରେ ୧୧ ଗୋଟି ଉତ୍କର୍ଷ କେନ୍ଦ୍ର (ସିଓଇ) କାର୍ଯ୍ୟ କରୁଛି। ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକର ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ବିଜ୍ଞାନ ଡିଗ୍ରୀ ପାଠ୍ୟକ୍ରମରେ ପଢିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କର ଯନି ନେବା ନିମନ୍ତେ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଥିଲେ।

୨୦୦୦ ମସିହାର ଉଚ୍ଚଶିକ୍ଷା କ୍ଷେତ୍ର ନିମନ୍ତେ ବଜେଟ ବ୍ୟବସ୍ଥା ୪୭୩ କୋଟି ଥିବାବେଳେ ୨୦୨୩ ମସିହାରେ ଏହା ୩୧୭୩ କୋଟିକୁ ବୃଦ୍ଧି କରାଯାଇଛି । ମହାବିଦ୍ୟାଳୟ ସଂଖ୍ୟା ୫୪୮ ରୁ ୧୦୨୪ ବୃଦ୍ଧି ହୋଇଥିବାବେଳେ ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟ ସଂଖ୍ୟା ୬ ରୁ ୧୬ କୁ ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନୁଯାୟୀ ସ୍ନାତକ ମେଧାବୃତ୍ତି ଅଧୀନରେ ୧୦ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା, ସ୍ନାତକୋତ୍ତର ମେଧାବୃତ୍ତି ଅଧୀନରେ ୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୫ ହଜାର, ଦେଶରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଓଡିଆ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୬-୧୭ ମସିହାରୁ ସରକାର ୨୦ ହଜାର ଟଙ୍କା (ଏକକାଳୀନ) ୧୨ ଶହ ସ୍ନାତକ ଏବଂ ୩୦୦ ସ୍ନାତକୋତ୍ତର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରୁଛନ୍ତି।

ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାର ୨୦୧୯-୨୦ ମସିହାରୁ ବାର୍ଷିକ ୨୦ ହଜାର ଟଙ୍କା ଗୋପବନ୍ଧୁ ସହାୟତା ଯୋଜନାରେ ଯୋଗାଇ ଦେଉଛନ୍ତି। ଆର୍ଥିକ ସାହାଯ୍ୟ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ। ଏଥିପାଇଁ ବଜେଟରେ ପ୍ରତିବର୍ଷ ସରକାର ୪୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସ୍ଥା ରଖିଛନ୍ତି। କଳିଙ୍ଗ ଶିକ୍ଷା ସହାୟତା ଯୋଜନା ଅଧୀନରେ ଶିକ୍ଷା ଋଣ ନେଇଥିବା ଛାତ୍ରଛାତ୍ରୀମାନେ ୧% ସୁଧ ଦେଉଥିଲାବେଳେ ସୁଧ ବବାଦକୁ ବଳକା ଅର୍ଥ ସରକାର ବହନ କରୁଛନ୍ତି।

ନିୟୋଜନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ୫୦ ହଜାର ଛାତ୍ରଛାତ୍ରୀମାନଙ୍କୁ ଚାକିରି ମେଳା ମାଧ୍ୟମରେ ଇଣ୍ଟର୍ନସିପ ଓ ଦକ୍ଷତା ବିକାଶ ତାଲିମ ନିଗମ ଏବଂ ଶିଳ୍ପ ଚୟନକାରୀ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ପ୍ରଦାନ କରିବା ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ଗବେଷଣା ପ୍ରୋତ୍ସାହନ ବୃତ୍ତି ଯୋଜନା ଅଧିନରେ ପୂର୍ବରୁ ଥିବା ଓଡିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବିକରଣ ପ୍ରୋତ୍ସାହନ ଯୋଜନା ନୂତନ ଯୋଜନା ସହିତ ସମ୍ମିଳିତ ହୋଇ ୫ ବର୍ଷ ପାଇଁ ୩୨୬ କୋଟି ଟଙ୍କା ୨୦୨୩-୨୪ ରେ ବଜେଟରେ ସ୍ଥାନିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି।

ଉତ୍ତମ ଓ ସ୍ୱଚ୍ଛ ପ୍ରଶାସନ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଛି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ନିମନ୍ତେ ବିକଶିତ ହୋଇଥିବା ‘ଇ-ରିସୋର୍ସ’ କାର୍ଯ୍ୟକ୍ରମ ପାଇଁ ୨୦୨୨ ମସିହାରେ ବିଭାଗ ସ୍କଚ ଗୋଲï ଆୱାର୍ଡରେ ସମ୍ମାନିତ ହୋଇଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ହକି ଦଳ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛି। ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟର ଅଧ୍ୟାପକ/ ଅଧ୍ୟାପିକାମାନେ ଶିକ୍ଷାଗତ କ୍ଷେତ୍ରରେ ୩୭୨ ଗୋଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଞ୍ଚାସୀନ ଥିବାବେଳେ ବିଭାଗୀ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଶିକ୍ଷାନୁଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.