Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଆୟୋଜିତ ହେବ ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ
ବିଶେଷ ଖବର

ଆଜି ଆୟୋଜିତ ହେବ ‘‘ନବମନ୍ତ୍ର: ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

June 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆସନ୍ତା ୫ ତାରିଖରେ ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିଭାଗୀମାନେ ଉଚ୍ଚସ୍ତରର ଉତ୍ପାଦକତା, ସବୁଜ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ହାସଲ ନିମନ୍ତେ ନବସୃଜନକୁ ପ୍ରୋତ୍ସାହିତ କରିବା ଲାଗି ‘‘ନବମନ୍ତ୍ର’’ର ପ୍ରଭାବୀ କାର୍ଯ୍ୟକାରିତାକୁ ନେଇ ବିଚାରବିମର୍ଶ କରିବେ।

ଜାପାନର ଟୋକିଓ ସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ ଉଦ୍ୟୋଗ ସହଯୋଗୀ ରହିଛି। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଏବଂ ପ୍ରସିଦ୍ଧ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ବକ୍ତାମାନେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅନୁଭୂତି ବ୍ୟକ୍ତ କରିବେ। ଉତ୍ପାଦକତାର ସାମାଜିକ, ଆର୍ଥିକ ଓ ଶିଳ୍ପଗତ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ନେସନାଲ ସେଣ୍ଟର୍‌ ଫର ଗୁଡ୍‌ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କ ସମୂହ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ଉତ୍ପାଦକତାରେ ପ୍ରଶାସନର ଭୂମିକା ଏବଂ ଆର୍ଥିକ ବିକାଶ ଉପରେ ଆଲୋକପାତ କରିବେ। ଏନପିସିର ମହାନିର୍ଦ୍ଦେଶକ ସନ୍ଦୀପ କୁମାର ନାୟକ, ଅବସରପ୍ରାପ୍ତ ଆଇଏଏସ ତଥା ଆଇପିଏଲ୍‌ ସେଣ୍ଟର ଫର୍‌ ଆଉଟ୍‌ରିଚ୍‌ର ନିର୍ଦ୍ଦେଶକ ଡକ୍ଟର ରାଜୀବ ରଞ୍ଜନ ଏଥିରେ ଅଂଶଗ୍ରହଣ କରି ସବୁଜ ଉତ୍ପାଦକତା, ଦୀର୍ଘସ୍ଥାୟିତ୍ୱ ଏବଂ ସବୁଜ ବିକାଶ ଉପରେ ବିଚାର ଆଲୋଚନା କରିବେ।

ସମ୍ମିଳନୀ ଅବସରରେ ‘‘ଦୀର୍ଘସ୍ଥାୟୀ ଅଭ୍ୟାସ’’ ଉପରେ ବୈଷୟିକ ଅଧିବେଶନ ଏବଂ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହେବ। ଦୀର୍ଘସ୍ଥାୟୀ ବିକାଶ ପ୍ରୟାସ, ଆର୍ଥିକ ବିକାଶ ରଣନୀତି, ନିଯୁକ୍ତି ସୃଷ୍ଟି, ସାମାଜିକ ସମାବେଶିତା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯିବ। ଏହାବ୍ୟତୀତ ‘‘ଉଚ୍ଚ ଉତ୍ପାଦକତାର ବାହକ ଏବଂ ବାଧକ’’ ଉପରେ ପାନେଲ ଆଲୋଚନା କରାଯାଇ ସମସ୍ୟା ଦୂର କରିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ରଣନୀତି ଚୂଡ଼ାନ୍ତ କରାଯିବ।

ଉଦଯାପନୀ ଅଧିବେଶନରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଶିଷ୍ଟ ବକ୍ତମାନେ ଯୋଗ ଦେବେ। ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏହି ସମ୍ମିଳନୀ ପେସାଦାର, ନୀତି ନିର୍ମାତା, ଶିଳ୍ପ ବିଶେଷଜ୍ଞ ଏବଂ ଗୋଷ୍ଠୀ ନେତୃବର୍ଗଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ନେଟୱର୍କିଂ ଏବଂ ସହଭାଗିତା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେବ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ନବମନ୍ତ୍ର ଆଭିମୁଖ୍ୟର ଶୁଭାରମ୍ଭ କରାଯାଇଛି। ପାଞ୍ଚଟି ବିଷୟବସ୍ତୁ କ୍ଷେତ୍ର ଏବଂ ଚାରିଟି ଭୌଗଳିକ କ୍ଷେତ୍ରକୁ ମିଶାଇ ସ୍ୱାବଲମ୍ବୀ ଭାରତ ପାଇଁ ନଅଟି ଲକ୍ଷ୍ୟ ଆଧାରିତ ଦୃଷ୍ଟିକୋଣକୁ ‘‘ନବମନ୍ତ୍ର’’ କୁହାଯାଉଛି। ବିଷୟବସ୍ତୁ କ୍ଷେତ୍ରଗୁଡ଼ିକ ହେଲା, ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, କୃଷି ଓ ସମବାୟ ଏବଂ ଉଦ୍ୟୋଗ ସହଭାଗିତା। ଦେଶରେ ଉତ୍ପାଦକତା ଆନ୍ଦୋଳନକୁ ଆଗେଇ ନେବା ଲାଗି ୨୮ଟି ସ୍ଥାନୀୟ ଉତ୍ପାଦକତା ପରିଷଦ ସହିତ ମିଶି ଏନପିସି ଲକ୍ଷ୍ୟ ଆଧାରିତ କାର୍ଯ୍ୟ ଜାରି ରହିଛି।

ଜାତୀୟ ଉତ୍ପାଦକତା ପରିଷଦ ଜାତୀୟ ସମ୍ମିଳନୀ ନବମନ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.